Champions Trophy: ଚାମ୍ପିଅନ୍ସ ଟ୍ରଫିର ଉଦଘାଟନୀ ସମାରୋହର ତାରିଖ ଘୋଷଣା
ଲାହୋର: ଆଇସିସି ଚାମ୍ପିଅନ୍ସ ଟ୍ରଫିକୁ ଆଉ ମାତ୍ର କେଇ ଦିନ ବାକି ରହିଛି। ଏହାକୁ ନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ପକ୍ଷରୁ ପ୍ରସ୍ତୁତି ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ଏହି କ୍ରମରେ ଚାମ୍ପିଅନ୍ସ ଟ୍ରଫିର ଉଦଘାଟନୀ ଉତ୍ସବକୁ ନେଇ ଆସିଛି ବଡ଼ ଖବର। ପିସିବି ଓ ଆଇସିସି ମିଳିତ ଭାବେ ଫେବୃଆରୀ ୧୬ରେ ଲାହୋରରେ ଚାମ୍ପିଅନ୍ସ ଟ୍ରଫିର ଉଦଘାଟନୀ ସମାରୋହ ଆୟୋଜନ କରିବେ। ପିସିବି ଅନୁଯାୟୀ, ଚେୟାରମ୍ୟାନ ମୋହସିନ ନକଭି ଚାମ୍ପିଅନ୍ସ ଟ୍ରଫିର ଉଦଘାଟନୀ ମ୍ୟାଚ୍ ପୂର୍ବରୁ ଉଦଘାଟନୀ ସମାରୋହର ଏକ କାର୍ଯ୍ୟସୂଚୀକୁ ମଞ୍ଜୁରୀ ଦେଇଛନ୍ତି। ସେହିପରି ଫେବୃଆରୀ ୭ରେ ପୁନର୍ନିମିତ ଲାହୋରର ଗଦ୍ଦାଫି ଷ୍ଟାଡିୟମର ଆନୁଷ୍ଠାନିକ ଉଦଘାଟନ କରାଯିବ। ଏଥିପାଇଁ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରିତ କରାଯାଇଛି। Also read: ପିସିବି ସେୟାର କଲା ଷ୍ଟାଡିୟମର ପ୍ରଥମ ଝଲକ, ଚାମ୍ପିଅନ୍ସ ଟ୍ରଫି ପାଇଁ କେତେ ପ୍ରସ୍ତୁତ !ଉଦଘାଟନୀ ସମାରୋହ ଐତିହାସିକ ଲାହୋର କିଲ୍ଲାର ହୁଜୁରୀ ବାଗରେ ଆୟୋଜନ କରାଯିବ। ଏଥିରେ ବିଭିନ୍ନ ବୋର୍ଡର ଅଧିକାରୀ, ବିଶିଷ୍ଟ ବ୍ୟକ୍ତି, କ୍ରୀଡ଼ା ଜଗତର ବିଶିଷ୍ଟ ଖେଳାଳି ଓ ସରକାରୀ ଅଧିକାରୀଙ୍କୁ ଆମନ୍ତ୍ରିତ କରାଯିବ। ତେବେ ଆଇସିସି ଓ ପିସିବି ଏ ପର୍ଯ୍ୟନ୍ତ ସୂଚନା ଦେଇ ନାହାନ୍ତି ଯେ, ସାମ୍ବାଦିକ ସମ୍ମିଳନୀ ଓ ଫଟୋସୁଟ୍ ପାଇଁ ଭାରତୀୟ ଅଧିନାୟକ ରୋହିତ ଶର୍ମା ପାକି
ଲାହୋର: ଆଇସିସି ଚାମ୍ପିଅନ୍ସ ଟ୍ରଫିକୁ ଆଉ ମାତ୍ର କେଇ ଦିନ ବାକି ରହିଛି। ଏହାକୁ ନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ପକ୍ଷରୁ ପ୍ରସ୍ତୁତି ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ଏହି କ୍ରମରେ ଚାମ୍ପିଅନ୍ସ ଟ୍ରଫିର ଉଦଘାଟନୀ ଉତ୍ସବକୁ ନେଇ ଆସିଛି ବଡ଼ ଖବର। ପିସିବି ଓ ଆଇସିସି ମିଳିତ ଭାବେ ଫେବୃଆରୀ ୧୬ରେ ଲାହୋରରେ ଚାମ୍ପିଅନ୍ସ ଟ୍ରଫିର ଉଦଘାଟନୀ ସମାରୋହ ଆୟୋଜନ କରିବେ।
ପିସିବି ଅନୁଯାୟୀ, ଚେୟାରମ୍ୟାନ ମୋହସିନ ନକଭି ଚାମ୍ପିଅନ୍ସ ଟ୍ରଫିର ଉଦଘାଟନୀ ମ୍ୟାଚ୍ ପୂର୍ବରୁ ଉଦଘାଟନୀ ସମାରୋହର ଏକ କାର୍ଯ୍ୟସୂଚୀକୁ ମଞ୍ଜୁରୀ ଦେଇଛନ୍ତି। ସେହିପରି ଫେବୃଆରୀ ୭ରେ ପୁନର୍ନିମିତ ଲାହୋରର ଗଦ୍ଦାଫି ଷ୍ଟାଡିୟମର ଆନୁଷ୍ଠାନିକ ଉଦଘାଟନ କରାଯିବ। ଏଥିପାଇଁ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରିତ କରାଯାଇଛି।
Also read: ପିସିବି ସେୟାର କଲା ଷ୍ଟାଡିୟମର ପ୍ରଥମ ଝଲକ, ଚାମ୍ପିଅନ୍ସ ଟ୍ରଫି ପାଇଁ କେତେ ପ୍ରସ୍ତୁତ !
ଉଦଘାଟନୀ ସମାରୋହ ଐତିହାସିକ ଲାହୋର କିଲ୍ଲାର ହୁଜୁରୀ ବାଗରେ ଆୟୋଜନ କରାଯିବ। ଏଥିରେ ବିଭିନ୍ନ ବୋର୍ଡର ଅଧିକାରୀ, ବିଶିଷ୍ଟ ବ୍ୟକ୍ତି, କ୍ରୀଡ଼ା ଜଗତର ବିଶିଷ୍ଟ ଖେଳାଳି ଓ ସରକାରୀ ଅଧିକାରୀଙ୍କୁ ଆମନ୍ତ୍ରିତ କରାଯିବ। ତେବେ ଆଇସିସି ଓ ପିସିବି ଏ ପର୍ଯ୍ୟନ୍ତ ସୂଚନା ଦେଇ ନାହାନ୍ତି ଯେ, ସାମ୍ବାଦିକ ସମ୍ମିଳନୀ ଓ ଫଟୋସୁଟ୍ ପାଇଁ ଭାରତୀୟ ଅଧିନାୟକ ରୋହିତ ଶର୍ମା ପାକିସ୍ତାନ ଯିବେ କି ନାହିଁ। ଭାରତ ଚାମ୍ପିଅନ୍ସ ଟ୍ରଫିରେ ନିଜର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିବ। ଯଦି ଦଳ ଫାଇନାଲ୍ରେ ପହଞ୍ଚେ ତେବେ ଫାଇନାଲ୍ ମ୍ୟାଚ୍ ମାର୍ଚ୍ଚ ୯ରେ ୟୁଏଇରେ ଖେଳାଯିବ।
ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ମୋଟ୍ ୮ଟି ଦଳ ମଧ୍ୟରେ ୧୫ଟି ମ୍ୟାଚ୍ ଖେଳାଯିବ। ଦଳଗୁଡ଼ିକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି। ଭାରତ ଓ ପାକିସ୍ତାନକୁ ଗୋଟିଏ ଗ୍ରୁପରେ ରଖାଯାଇଛି। ସମସ୍ତ ୮ ଦଳ ପରସ୍ପର ମଧ୍ୟରେ ୩ଟି ଲେଖାଏଁ ମ୍ୟାଚ୍ ଖେଳିବେ। ଏହା ପରେ ପ୍ରତି ଗ୍ରୁପରୁ ଶୀର୍ଷ ୨ ଦଳ ସେମି ଫାଇନାଲ୍ରେ ପ୍ରବେଶ କରିବେ। ପ୍ରଥମ ସେମି ଫାଇନାଲ୍ ଦୁବାଇ ଓ ଦ୍ଵିତୀୟ ସେମି ଫାଇନାଲ୍ ଲାହୋରରେ ଖେଳାଯିବ। ଏମିତିରେ ଯେଉଁ ଦଳ ଫାଇନାଲ୍ରେ ପହଞ୍ଚିବ ସେ ମୋଟ୍ ୫ଟି ମ୍ୟାଚ୍ ଖେଳିବ।
ଚାମ୍ପିଅନ୍ସ ଟ୍ରଫିର ଗ୍ରୁପ
ଗ୍ରୁପ ଏ- ପାକିସ୍ତାନ, ଭାରତ, ନ୍ୟୁଜିଲାଣ୍ଡ, ବାଂଲାଦେଶ
ଗ୍ରୁପ ବି- ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ଇଂଲଣ୍ଡ