BCCIକୁ ନିଶାଣ କଲେ ପୂର୍ବତନ ମୁଖ୍ୟ ଚୟନକର୍ତ୍ତା, କହିଲେ-ଟିମ୍ ଚୟନରେ ହୋଇଛି ପକ୍ଷପାତିତା
ନୂଆଦିଲ୍ଲୀ: ଭାରତର ପୂର୍ବତନ ମହାନ ବ୍ୟାଟର କୃଷ୍ଣମାଚାରୀ ଶ୍ରୀକାନ୍ତ ଆଗାମୀ ଟି-୨୦ ବିଶ୍ୱକପ୍ ୨୦୨୪ ପାଇଁ ଖେଳାଳି ଚୟନକୁ ନେଇ ବିସିସିଆଇକୁ ନିଶାଣ କରିଛନ୍ତି । ଆଇପିଏଲ୍ ୨୦୨୪ରେ ଋତୁରାଜ ଗାଏକୱାଡ୍ ଲଗାତାର ଭଲ ପ୍ରଦର୍ଶନ କରିବା ସତ୍ତ୍ୱେ ଭାରତୀୟ ଟିମରେ ସାମିଲ କରାନଯିବାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାସହ ଶୁଭମନ ଗିଲଙ୍କୁ ରିଜର୍ଭ ଖେଳାଳିଙ୍କ ଲିଷ୍ଟରେ ରଖାଯାଇଥିବାରୁ ସେ ଅସନ୍ତୋଷ ଅଛନ୍ତି । ଶ୍ରୀକାନ୍ତ ଟିମ୍ ମ୍ୟାନେଜମେଣ୍ଟ ଉପରେ ପକ୍ଷପାତିତାର ଅଭିଯୋଗ ଲଗାଇଛନ୍ତି । ଏବଂ କହିଛନ୍ତି ଯେ କୌଣସି ଫର୍ମାଟରେ ଭଲ ପ୍ରଦର୍ଶନ କରିବା ସତ୍ତ୍ୱେ ଗିଲଙ୍କୁ ସୁଯୋଗ ମିଳୁଛି ।୨୦୧୧ ବିଶ୍ୱକପର ମୁଖ୍ୟ ଚୟନକର୍ତ୍ତା ଶ୍ରୀକାନ୍ତ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି, ଶୁଭମନ ଗିଲ୍ ଆଉଟ୍ ଅଫ୍ ଫର୍ମ ଅଛନ୍ତି, ତଥାପି ତାଙ୍କୁ କାହିଁକି ଚୟନ କରାଗଲା ? ଏଥିରେ କୌଣସି ସନ୍ଦେହ ନାହିଁ ଯେ ଋତୁରାଜ ଗାଏକୱାଡ଼ଙ ଗୋଟିଏ ସ୍ଥାନ ପାଇଁ ହକଦାର ଥିଲେ । ଶୁଭମନ ଗିଲ୍ ଚୟନକର୍ତ୍ତାଙ୍କ ପାଇଁ ପସନ୍ଦର ଖେଳାଳି । ବିଫଳ ହେବା ପରେ ବି ତାଙ୍କୁ ସୁଯୋଗ ମିଳେ । ଟେଷ୍ଟ, ଦିନିକିଆ ଏବଂ ଟି-୨୦ରେ ଅସଫଳ ହେବା ପରେ ତାଙ୍କୁ ସ୍ଥାନ ମିଳୁଛି । ଚୟନରେ ଅଧିକ ପକ୍ଷପାତ କରାଯାଉଛି । ଟିମର ଚୟନ ସମ୍ପୂର୍ଣ୍ଣ ରୂପେ ପକ୍ଷପାତରେ ଆଧାରିତ ।ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଭାରତୀୟ ଟିମ ପାଇଁ ରିଙ୍କୁ ନାଁ ଚର୍ଚ୍ଚାରେ ରହିଥିଲା, କିନ୍ତୁ ଟିମରେ
ନୂଆଦିଲ୍ଲୀ: ଭାରତର ପୂର୍ବତନ ମହାନ ବ୍ୟାଟର କୃଷ୍ଣମାଚାରୀ ଶ୍ରୀକାନ୍ତ ଆଗାମୀ ଟି-୨୦ ବିଶ୍ୱକପ୍ ୨୦୨୪ ପାଇଁ ଖେଳାଳି ଚୟନକୁ ନେଇ ବିସିସିଆଇକୁ ନିଶାଣ କରିଛନ୍ତି । ଆଇପିଏଲ୍ ୨୦୨୪ରେ ଋତୁରାଜ ଗାଏକୱାଡ୍ ଲଗାତାର ଭଲ ପ୍ରଦର୍ଶନ କରିବା ସତ୍ତ୍ୱେ ଭାରତୀୟ ଟିମରେ ସାମିଲ କରାନଯିବାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାସହ ଶୁଭମନ ଗିଲଙ୍କୁ ରିଜର୍ଭ ଖେଳାଳିଙ୍କ ଲିଷ୍ଟରେ ରଖାଯାଇଥିବାରୁ ସେ ଅସନ୍ତୋଷ ଅଛନ୍ତି । ଶ୍ରୀକାନ୍ତ ଟିମ୍ ମ୍ୟାନେଜମେଣ୍ଟ ଉପରେ ପକ୍ଷପାତିତାର ଅଭିଯୋଗ ଲଗାଇଛନ୍ତି । ଏବଂ କହିଛନ୍ତି ଯେ କୌଣସି ଫର୍ମାଟରେ ଭଲ ପ୍ରଦର୍ଶନ କରିବା ସତ୍ତ୍ୱେ ଗିଲଙ୍କୁ ସୁଯୋଗ ମିଳୁଛି ।
୨୦୧୧ ବିଶ୍ୱକପର ମୁଖ୍ୟ ଚୟନକର୍ତ୍ତା ଶ୍ରୀକାନ୍ତ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି, ଶୁଭମନ ଗିଲ୍ ଆଉଟ୍ ଅଫ୍ ଫର୍ମ ଅଛନ୍ତି, ତଥାପି ତାଙ୍କୁ କାହିଁକି ଚୟନ କରାଗଲା ? ଏଥିରେ କୌଣସି ସନ୍ଦେହ ନାହିଁ ଯେ ଋତୁରାଜ ଗାଏକୱାଡ଼ଙ ଗୋଟିଏ ସ୍ଥାନ ପାଇଁ ହକଦାର ଥିଲେ । ଶୁଭମନ ଗିଲ୍ ଚୟନକର୍ତ୍ତାଙ୍କ ପାଇଁ ପସନ୍ଦର ଖେଳାଳି । ବିଫଳ ହେବା ପରେ ବି ତାଙ୍କୁ ସୁଯୋଗ ମିଳେ । ଟେଷ୍ଟ, ଦିନିକିଆ ଏବଂ ଟି-୨୦ରେ ଅସଫଳ ହେବା ପରେ ତାଙ୍କୁ ସ୍ଥାନ ମିଳୁଛି । ଚୟନରେ ଅଧିକ ପକ୍ଷପାତ କରାଯାଉଛି । ଟିମର ଚୟନ ସମ୍ପୂର୍ଣ୍ଣ ରୂପେ ପକ୍ଷପାତରେ ଆଧାରିତ ।
ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଭାରତୀୟ ଟିମ ପାଇଁ ରିଙ୍କୁ ନାଁ ଚର୍ଚ୍ଚାରେ ରହିଥିଲା, କିନ୍ତୁ ଟିମରେ ସ୍ଥାନ ମିଳିଲା ନାହିଁ । ତାଙ୍କୁ ମଧ୍ୟ ରିଜର୍ଭ ଖେଳାଳିଙ୍କ ଲିଷ୍ଟରେ ରଖାଯାଇଛି । ଏହା ବୋର୍ଡ ଏବଂ ଚୟନକର୍ତ୍ତାଙ୍କ ଏପରି ଏକ ନିଷ୍ପତ୍ତି ଯାହାକୁ ପ୍ରଶଂସକ ଏବଂ ଅନେକ ସମୀକ୍ଷକଙ୍କ ଦ୍ୱାରା ଆଲୋଚନା କରାଯାଉଛି । ରିଙ୍କୁ ସିଂ ଭାରତ ପାଇଁ ୨୦୨୩ ଅଗଷ୍ଟରେ ଡେବ୍ୟୁ କରିଥିଲେ ଏବଂ ଏହାପରେ ୧୫ଟି ଟି-୨୦ ଇଣ୍ଟରନ୍ୟାସନାଲ ଖେଳିଛନ୍ତି । ଏଥିରୁ ୧୧ଟି ପାଳିରେ ବ୍ୟାଟିଂ କରି ୭ଟିରେ ଅପରାଜିତ ଅଛନ୍ତି । ସେ ୧୭୬ ଷ୍ଟ୍ରାଇକରେଟ୍ରେ ୩୫୬ ରନ୍ କରିଛନ୍ତି । ଏଥିରେ ତାଙ୍କର ବ୍ୟାଟରୁ ଦୁଇଟି ଅର୍ଦ୍ଧଶତକ ବାହାରିଛି । ତଥାପି ଟିମରେ ତାଙ୍କର ଚୟନ ହୋଇ ନାହିଁ ।