BCCIର କଡ଼ା ଚେତାବନୀ, ସିନିୟର ଖେଳାଳି ଖେଳିବେ ଆଗାମୀ ଦିଲ୍ଲୀପ ଟ୍ରଫି ସିଜିନ୍

ମୁମ୍ବାଇ ୦୮।୦୮ : ପରାଜୟ ପରେ ପଶିଲା ଚେତା । ଆଉ ଚଳିବନି ମନମାନି । ଏବେ ସବୁ ଖେଳାଳି ଖେଳିବେ ରଣଜୀ ମ୍ୟାଚ୍‌ । ଏପିରିକି ସେପ୍ଟେମ୍ବର ମାସରେ ହେବାକୁ ଥିବା ଦିଲ୍ଲୀପ ଟ୍ରଫିରେ ସମସ୍ତ ବରିଷ୍ଠ ଏବଂ ଜୁନିୟର ଖେଳାଳିଙ୍କୁ ଖେଳିବାକୁ ନିର୍ଦ୍ଦେଶ ଦେଇଛି ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (BCCI) । ଶ୍ରୀଲଙ୍କା ଠାରୁ ଟି-୨୦ ସିରିଜ୍‌ ଜିତିଥିଲା ଭାରତୀୟ ଟିମ୍‌ , ହେଲେ ଏହାପରେ ଦିନିକିଆ ସିରିଜ୍‌ରେ ପରାଜୟର ସାମ୍ନା କରିଛି । ପୁରା ସିରିଜ୍‌ରେ ବୋଲିଂ ବିଭାଗ ଠିକାଠାକ ପ୍ରଦର୍ଶନ କରିଥିବା ବେଳେ ବ୍ୟାଟିଂ ଲାଇନ୍‌ ଅପ୍‌ ପୁରା ମାରିଛି ଫେଲ୍‌ । କେବଳ ରୋହିତ ଶର୍ମାଙ୍କୁ ଛାଡି ଆଉ ଅନ୍ୟ କୌଣସି ବି ବ୍ୟାଟର ଆଖିଦୃଶିଆ ସ୍କୋର କରିପାରିନାହାନ୍ତି । ସମସ୍ତ ବ୍ୟାଟର ଶ୍ରୀଲଙ୍କା ସ୍ପିନ୍‌ ଆଗରେ ଯେପରି ମୁଣ୍ଡ ନୁଆଁଇଲା ଭଳି ଲାଗୁଥିଲା । ଗୋଟିଏ ପଟେ ରୋହିତ ଶର୍ମା ଭଲ ସ୍କୋର କରୁଥିବା ବେଳେ ଅନ୍ୟ ବ୍ୟାଟର ଦୁଇ ଅଙ୍କ ଛୁଇଁବା କଷ୍ଟ ହେଉଥିଲା । ତେଣୁ ସମସ୍ତ ସ୍ଥିତିକୁ ଦେଖି ଏବେ ଆକ୍ସନକୁ ଆସିଛି ବିସିସିଆଇ । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ସମସ୍ତ ସିନିୟର ଖେଳାଳିଙ୍କୁ ଆଗାମୀ ଦିଲ୍ଲୀପ ଟ୍ରଫି ଖେଳିବାକୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ବି ପରିସ୍ଥିତିରେ କୌଣସି ଖେଳାଳି ଦିଲ୍ଲୀପ ଟ୍ରଫିର ମ୍ୟାଚ୍‌ ମିସ୍‌ କରିବେନାହିଁ । ସମସ୍ତଙ୍କୁ ଆଗାମୀ ଦିଲ୍ଲୀପ ଟ୍ରଫି ସିଜିନ୍‌ରେ ଖେଳିବା

BCCIର କଡ଼ା ଚେତାବନୀ, ସିନିୟର ଖେଳାଳି ଖେଳିବେ ଆଗାମୀ ଦିଲ୍ଲୀପ ଟ୍ରଫି ସିଜିନ୍

ମୁମ୍ବାଇ ୦୮।୦୮ : ପରାଜୟ ପରେ ପଶିଲା ଚେତା । ଆଉ ଚଳିବନି ମନମାନି । ଏବେ ସବୁ ଖେଳାଳି ଖେଳିବେ ରଣଜୀ ମ୍ୟାଚ୍‌ । ଏପିରିକି ସେପ୍ଟେମ୍ବର ମାସରେ ହେବାକୁ ଥିବା ଦିଲ୍ଲୀପ ଟ୍ରଫିରେ ସମସ୍ତ ବରିଷ୍ଠ ଏବଂ ଜୁନିୟର ଖେଳାଳିଙ୍କୁ ଖେଳିବାକୁ ନିର୍ଦ୍ଦେଶ ଦେଇଛି ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (BCCI) । 

ଶ୍ରୀଲଙ୍କା ଠାରୁ ଟି-୨୦ ସିରିଜ୍‌ ଜିତିଥିଲା ଭାରତୀୟ ଟିମ୍‌ , ହେଲେ ଏହାପରେ ଦିନିକିଆ ସିରିଜ୍‌ରେ ପରାଜୟର ସାମ୍ନା କରିଛି । ପୁରା ସିରିଜ୍‌ରେ ବୋଲିଂ ବିଭାଗ ଠିକାଠାକ ପ୍ରଦର୍ଶନ କରିଥିବା ବେଳେ ବ୍ୟାଟିଂ ଲାଇନ୍‌ ଅପ୍‌ ପୁରା ମାରିଛି ଫେଲ୍‌ । କେବଳ ରୋହିତ ଶର୍ମାଙ୍କୁ ଛାଡି ଆଉ ଅନ୍ୟ କୌଣସି ବି ବ୍ୟାଟର ଆଖିଦୃଶିଆ ସ୍କୋର କରିପାରିନାହାନ୍ତି । ସମସ୍ତ ବ୍ୟାଟର ଶ୍ରୀଲଙ୍କା ସ୍ପିନ୍‌ ଆଗରେ ଯେପରି ମୁଣ୍ଡ ନୁଆଁଇଲା ଭଳି ଲାଗୁଥିଲା । ଗୋଟିଏ ପଟେ ରୋହିତ ଶର୍ମା ଭଲ ସ୍କୋର କରୁଥିବା ବେଳେ ଅନ୍ୟ ବ୍ୟାଟର ଦୁଇ ଅଙ୍କ ଛୁଇଁବା କଷ୍ଟ ହେଉଥିଲା । ତେଣୁ ସମସ୍ତ ସ୍ଥିତିକୁ ଦେଖି ଏବେ ଆକ୍ସନକୁ ଆସିଛି ବିସିସିଆଇ । 

ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ସମସ୍ତ ସିନିୟର ଖେଳାଳିଙ୍କୁ ଆଗାମୀ ଦିଲ୍ଲୀପ ଟ୍ରଫି ଖେଳିବାକୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ବି ପରିସ୍ଥିତିରେ କୌଣସି ଖେଳାଳି ଦିଲ୍ଲୀପ ଟ୍ରଫିର ମ୍ୟାଚ୍‌ ମିସ୍‌ କରିବେନାହିଁ । ସମସ୍ତଙ୍କୁ ଆଗାମୀ ଦିଲ୍ଲୀପ ଟ୍ରଫି ସିଜିନ୍‌ରେ ଖେଳିବାକୁ ପଡିବ । ଖାସ୍‌ କରି ଟେଷ୍ଟ ଟିମ୍‌ର ଖେଳାଳିମାନଙ୍କୁ ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ ପରେ ଏବେ ଭାରତୀୟ ଟିମ୍‌ର ଅନ୍ୟ କୌଣସି ଟୁର୍ଣ୍ଣାମେଣ୍ଟ ନାହିଁ । ତେଣୁ ସମସ୍ତ ସିନିୟର ଖେଳାଳି ଦିଲ୍ଲୀପ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ ।

ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ମାସରେ ବାଂଲାଦେଶ ଟିମ୍‌ ଭାରତ ଗସ୍ତରେ ଆସିବ । ଏହି ଗସ୍ତ ଅବସରରେ ବାଂଲାଦେଶ ଟିମ୍‌ ଦୁଇଟି ଟେଷ୍ଟ ଏବଂ ୩ଟି ଟି-୨୦ ମ୍ୟାଚ୍‌ ଖେଳିବ । ଏହାପରେ ଅକ୍ଟୋବର ମାସରେ ନ୍ୟୁଜିଲାଣ୍ଡ ଟିମ୍ ଗସ୍ତ, ନଭେମ୍ବର ମାସରେ ଅଷ୍ଟ୍ରେଲିଆ ଗସ୍ତରେ ଯିବ ଭାରତୀୟ ଟିମ୍‌ । ଏହି ସମସ୍ତ ଟେଷ୍ଟ ମ୍ୟାଚ୍‌ ଆଇସିସି ଟେଷ୍ଟ ଚମ୍ପିଆନ୍‌ସିପ୍‌ର ୨୦୨୩-୨୫ର ସାଇକେଲ୍‌ରେ ଖେଳାଯାଉଛି । ପ୍ରତିଟି ମ୍ୟାଚ୍‌ ଟିମ୍‌ ଇଣ୍ଡିଆ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । କୌଣସି ବି ମ୍ୟାଚ୍‌ କିମ୍ବା ସିରିଜର ରେଜଲ୍ଟ ଖରାପ ହୁଏ । ତେବେ ତାହା ସିଧା ଫରକ ପଏଣ୍ଟ ଟେବୁଲ୍‌ ଉପରେ ପଡିବ ।