BCCIରୁ କେଉଁ ସୁବିଧା ପାଆନ୍ତି ଟିମ୍‌ ଇଣ୍ଡିଆର ହେଡ୍‌ କୋଚ୍‌ ? ଜାଣନ୍ତୁ କିଛି ବିଶେଷ ତଥ୍ୟ...

ନୂଆଦିଲ୍ଲୀ ୧୭।୦୩: ଗୌତମ ଗମ୍ଭୀର । ଟିମ୍ ଇଣ୍ଡିଆର ହେଡ୍ କୋଚ୍ । ତାଙ୍କ ନେତ୍ବତ୍ବରେ ଟିମ୍ ଇଣ୍ଡିଆ ଜିତିଛି ଏହାର ପ୍ରଥମ ICC ଟୁର୍ଣ୍ଣାମେଣ୍ଟ । ଆଉ ଏବେ ହାତେଇଛି ଚାମ୍ପିଅନ୍ସ ଟ୍ରଫି ଟାଇଟଲ । ଏହି ଟାଇଟଲ ପରେ ଭାରତୀୟ ଖେଳାଳିଙ୍କୁ ICC ତରଫରୁ ମିଳିଛି ପ୍ରାୟ ୨୦ କୋଟି ଟଙ୍କାର ପୁରସ୍କାର ରାଶି । କିନ୍ତୁ ପ୍ରଶ୍ନ ଆସୁଛି ହେଡ୍ କୋଚ୍ ଗୌତମ ଗମ୍ଭୀରଙ୍କୁ ଆଇସିସି ନିକଟରୁ କ'ଣ ମିଳିଥିଲା? ଖବର ଅନୁଯାୟୀ, ICC ପକ୍ଷରୁ କୋଚିଙ୍ଗ୍ ଷ୍ଟାଫ୍‌ଙ୍କ ପାଇଁ କୌଣସି ପୁରସ୍କାର ନଥାଏ । କିନ୍ତୁ ଗମ୍ଭୀରଙ୍କୁ BCCI ପକ୍ଷରୁ ନିଶ୍ଚିତ ଭାବରେ ପୁରସ୍କାର ମିଳିବ । ଆଜ୍ଞା ହଁ  ଟିମ୍ ଇଣ୍ଡିଆର ହେଡ୍ କୋଚ୍ ହେବା ପରେ ଗମ୍ଭୀର କେବଳ ଦରମା ପାଆନ୍ତିନି ବରଂ ଅନେକ ପ୍ରକାରର ବୋନସ ବା ସୁବିଧା ପାଇଥାନ୍ତି । ଗମ୍ଭୀର ଭାରତୀୟ କ୍ରିକେଟ ଇତିହାସର ସବୁଠାରୁ ମହଙ୍ଗା କୋଚ୍ । ବିସିସିଆଇ ତାଙ୍କୁ ବାର୍ଷିକ ୧୪ କୋଟି ଟଙ୍କା ଦରମା ଦେଉଛି । ଯାହା ପୂର୍ବ କୋଚ୍ ରାହୁଲ ଦ୍ରାବିଡଙ୍କ ଠାରୁ ୨ କୋଟି ଟଙ୍କା ଅଧିକ  । ତେବେ ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର ବିଦେଶ ଗସ୍ତ ସମୟରେ ଦିନକୁ ୨୫୦ ଡଲାର ଅର୍ଥାତ୍ ପ୍ରାୟ ୨୧ ହଜାର ଟଙ୍କା ପାଇଥାନ୍ତି । ଏସବୁ ବ୍ୟତୀତ କୌଣସି ICC ଟୁର୍ଣ୍ଣାମେଣ୍ଟ ଜିତିବାରେ ହେଡ୍ କୋଚ୍‌ ଗମ୍ଭୀରଙ୍କୁ ବୋନସ୍ ଦେବାର ଚୁକ୍ତିନାମାରେ ରହିଛି । ଏହାବ୍ୟତୀତ ଗମ୍ଭୀରଙ୍କୁ ବିଜନେସ୍‌କ୍ଲାସ୍‌ ଫ୍ଲାଇଟ୍‌ରେ ଯାତାୟତର ସୁବିଧା ଯୋଗାଇ

BCCIରୁ କେଉଁ ସୁବିଧା ପାଆନ୍ତି ଟିମ୍‌ ଇଣ୍ଡିଆର ହେଡ୍‌ କୋଚ୍‌ ? ଜାଣନ୍ତୁ କିଛି ବିଶେଷ ତଥ୍ୟ...

ନୂଆଦିଲ୍ଲୀ ୧୭।୦୩: ଗୌତମ ଗମ୍ଭୀର । ଟିମ୍ ଇଣ୍ଡିଆର ହେଡ୍ କୋଚ୍ । ତାଙ୍କ ନେତ୍ବତ୍ବରେ ଟିମ୍ ଇଣ୍ଡିଆ ଜିତିଛି ଏହାର ପ୍ରଥମ ICC ଟୁର୍ଣ୍ଣାମେଣ୍ଟ । ଆଉ ଏବେ ହାତେଇଛି ଚାମ୍ପିଅନ୍ସ ଟ୍ରଫି ଟାଇଟଲ । ଏହି ଟାଇଟଲ ପରେ ଭାରତୀୟ ଖେଳାଳିଙ୍କୁ ICC ତରଫରୁ ମିଳିଛି ପ୍ରାୟ ୨୦ କୋଟି ଟଙ୍କାର ପୁରସ୍କାର ରାଶି । କିନ୍ତୁ ପ୍ରଶ୍ନ ଆସୁଛି ହେଡ୍ କୋଚ୍ ଗୌତମ ଗମ୍ଭୀରଙ୍କୁ ଆଇସିସି ନିକଟରୁ କ'ଣ ମିଳିଥିଲା? 

ଖବର ଅନୁଯାୟୀ, ICC ପକ୍ଷରୁ କୋଚିଙ୍ଗ୍ ଷ୍ଟାଫ୍‌ଙ୍କ ପାଇଁ କୌଣସି ପୁରସ୍କାର ନଥାଏ । କିନ୍ତୁ ଗମ୍ଭୀରଙ୍କୁ BCCI ପକ୍ଷରୁ ନିଶ୍ଚିତ ଭାବରେ ପୁରସ୍କାର ମିଳିବ । ଆଜ୍ଞା ହଁ  ଟିମ୍ ଇଣ୍ଡିଆର ହେଡ୍ କୋଚ୍ ହେବା ପରେ ଗମ୍ଭୀର କେବଳ ଦରମା ପାଆନ୍ତିନି ବରଂ ଅନେକ ପ୍ରକାରର ବୋନସ ବା ସୁବିଧା ପାଇଥାନ୍ତି । 

ଗମ୍ଭୀର ଭାରତୀୟ କ୍ରିକେଟ ଇତିହାସର ସବୁଠାରୁ ମହଙ୍ଗା କୋଚ୍ । ବିସିସିଆଇ ତାଙ୍କୁ ବାର୍ଷିକ ୧୪ କୋଟି ଟଙ୍କା ଦରମା ଦେଉଛି । ଯାହା ପୂର୍ବ କୋଚ୍ ରାହୁଲ ଦ୍ରାବିଡଙ୍କ ଠାରୁ ୨ କୋଟି ଟଙ୍କା ଅଧିକ  । ତେବେ ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର ବିଦେଶ ଗସ୍ତ ସମୟରେ ଦିନକୁ ୨୫୦ ଡଲାର ଅର୍ଥାତ୍ ପ୍ରାୟ ୨୧ ହଜାର ଟଙ୍କା ପାଇଥାନ୍ତି । 

ଏସବୁ ବ୍ୟତୀତ କୌଣସି ICC ଟୁର୍ଣ୍ଣାମେଣ୍ଟ ଜିତିବାରେ ହେଡ୍ କୋଚ୍‌ ଗମ୍ଭୀରଙ୍କୁ ବୋନସ୍ ଦେବାର ଚୁକ୍ତିନାମାରେ ରହିଛି । ଏହାବ୍ୟତୀତ ଗମ୍ଭୀରଙ୍କୁ ବିଜନେସ୍‌କ୍ଲାସ୍‌ ଫ୍ଲାଇଟ୍‌ରେ ଯାତାୟତର ସୁବିଧା ଯୋଗାଇଥାଏ ଏବଂ ୫ଷ୍ଟାର୍ ହୋଟେଲ୍‌ରେ ରହିବାର ସୁବିଧା ମଧ୍ୟ ମିଳିଥାଏ।