BGT ଅଶ୍ଵିନଙ୍କ କ୍ୟାରିୟର ଉପରେ ପକାଇଲା ପୂର୍ଣ୍ଣଛେଦ, ପୂର୍ବରୁ ୬ ଖେଳାଳି ହୋଇଛନ୍ତି ଏହାର ଶିକାର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର କିଛି ଏମିତି ବରିଷ୍ଠ କ୍ରିକେଟ୍‌ର ରହିଛନ୍ତି, ଯାହାଙ୍କ ଟେଷ୍ଟ କ୍ୟାରିୟର ବର୍ଡର-ଗାଭାସ୍କର ଟ୍ରଫି ସମୟରେ ହିଁ ସମାପ୍ତ ହୋଇଥିଲା। ଏଥିରେ ଅନିଲ କୁମ୍ବଲେ, ବୀରେନ୍ଦ୍ର ସେହ୍ଵାଗ, ସୌରଭ ଗାଙ୍ଗୁଲି, ଭିଭିଏସ ଲକ୍ଷ୍ମଣ ଓ ମହେନ୍ଦ୍ର ସିଂ ଧୋନୀଙ୍କ ପରି ବଡ଼ ଖେଳାଳି ସାମିଲ। ଆଉ ଏହି ତାଲିକାରେ ବରିଷ୍ଠ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନଙ୍କ ନାଁ ଯୋଡ଼ି ହୋଇ ଯାଇଛି। ବ୍ରିସବେନର ଗାବାରେ ତୃତୀୟ ଟେଷ୍ଟ ଡ୍ରରେ ସରିବା ପରେ ଅଶ୍ଵିନ ଅଧିନାୟକ ରୋହିତ ଶର୍ମାଙ୍କ ସହ ସାମ୍ବାଦିକ ସମ୍ମିଳନୀ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ଯେବେ ଭାରତୀୟ ଦଳ ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ହାତରୁ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ୦-୩ରେ ମୂଳପୋଛ ହେଲା ସେହି ସମୟରେ ତିନି ଖେଳାଳିଙ୍କ ଟେଷ୍ଟ କ୍ୟାରିୟର ବିପଦରେ ପଡ଼ିଥିବା ଅନୁମାନ କରାଯାଇଥିଲ। ଏଥିରେ ଆର ଅଶ୍ଵିନଙ୍କ ବ୍ୟତୀତ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ନାଁ ସାମିଲ। ତେବେ ରୋହିତ ଓ ବିରାଟ କୋହଲିଙ୍କୁ ନେଇ ଏବେଠୁ କିଛି କୁହାଯାଇ ପାରିବ ନାହିଁ। ଯଦି ଭାରତୀୟ ଦଳ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ଫାଇନାଲ୍‌ରେ ପହଞ୍ଚେ ତେବେ ଏହି ଦୁଇ ବରିଷ୍ଠ ଖେଳାଳିଙ୍କୁ ଆପଣ ଧଳା ଜର୍ସିରେ ଦେଖି ପାରିବେ। ନଚେତ୍ ଚଳିତ ବର୍ଡର-ଗାଭାସ୍କର ଟ୍ରଫି ସହିତ ଏହି ଦୁଇ ଖେଳାଳିଙ୍କ ଟେଷ୍ଟ କ୍ୟାରିୟର ବି ସମାପ୍ତ ହୋଇପାରେ। Also read: 

BGT ଅଶ୍ଵିନଙ୍କ କ୍ୟାରିୟର ଉପରେ ପକାଇଲା ପୂର୍ଣ୍ଣଛେଦ, ପୂର୍ବରୁ ୬ ଖେଳାଳି  ହୋଇଛନ୍ତି ଏହାର ଶିକାର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର କିଛି ଏମିତି ବରିଷ୍ଠ କ୍ରିକେଟ୍‌ର ରହିଛନ୍ତି, ଯାହାଙ୍କ ଟେଷ୍ଟ କ୍ୟାରିୟର ବର୍ଡର-ଗାଭାସ୍କର ଟ୍ରଫି ସମୟରେ ହିଁ ସମାପ୍ତ ହୋଇଥିଲା। ଏଥିରେ ଅନିଲ କୁମ୍ବଲେ, ବୀରେନ୍ଦ୍ର ସେହ୍ଵାଗ, ସୌରଭ ଗାଙ୍ଗୁଲି, ଭିଭିଏସ ଲକ୍ଷ୍ମଣ ଓ ମହେନ୍ଦ୍ର ସିଂ ଧୋନୀଙ୍କ ପରି ବଡ଼ ଖେଳାଳି ସାମିଲ। ଆଉ ଏହି ତାଲିକାରେ ବରିଷ୍ଠ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନଙ୍କ ନାଁ ଯୋଡ଼ି ହୋଇ ଯାଇଛି। ବ୍ରିସବେନର ଗାବାରେ ତୃତୀୟ ଟେଷ୍ଟ ଡ୍ରରେ ସରିବା ପରେ ଅଶ୍ଵିନ ଅଧିନାୟକ ରୋହିତ ଶର୍ମାଙ୍କ ସହ ସାମ୍ବାଦିକ ସମ୍ମିଳନୀ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। 

ଯେବେ ଭାରତୀୟ ଦଳ ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ହାତରୁ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ୦-୩ରେ ମୂଳପୋଛ ହେଲା ସେହି ସମୟରେ ତିନି ଖେଳାଳିଙ୍କ ଟେଷ୍ଟ କ୍ୟାରିୟର ବିପଦରେ ପଡ଼ିଥିବା ଅନୁମାନ କରାଯାଇଥିଲ। ଏଥିରେ ଆର ଅଶ୍ଵିନଙ୍କ ବ୍ୟତୀତ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ନାଁ ସାମିଲ। ତେବେ ରୋହିତ ଓ ବିରାଟ କୋହଲିଙ୍କୁ ନେଇ ଏବେଠୁ କିଛି କୁହାଯାଇ ପାରିବ ନାହିଁ। ଯଦି ଭାରତୀୟ ଦଳ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ଫାଇନାଲ୍‌ରେ ପହଞ୍ଚେ ତେବେ ଏହି ଦୁଇ ବରିଷ୍ଠ ଖେଳାଳିଙ୍କୁ ଆପଣ ଧଳା ଜର୍ସିରେ ଦେଖି ପାରିବେ। ନଚେତ୍ ଚଳିତ ବର୍ଡର-ଗାଭାସ୍କର ଟ୍ରଫି ସହିତ ଏହି ଦୁଇ ଖେଳାଳିଙ୍କ ଟେଷ୍ଟ କ୍ୟାରିୟର ବି ସମାପ୍ତ ହୋଇପାରେ। 

Also read: ଅସ୍ତ ହେଲେ କ୍ରିକେଟ ଆକାଶର ରବି, ଟେଷ୍ଟ କ୍ୟାରିୟରରେ ଦ୍ୱିତୀୟ ସର୍ବାଧିକ ଓ୍ୱିକେଟ ଟେକର

ଏବେ ରୋହିତ ଓ ବିରାଟଙ୍କ ପାଖରେ ନିଜ ଟେଷ୍ଟ କ୍ୟାରିୟରକୁ କୂଳକୁ ଆଣିବା ପାଇଁ ଦୁଇଟି ସୁଯୋଗ ରହିଛି। ଅର୍ଥାତ ଚଳିତ ଟେଷ୍ଟ ସିରିଜ୍‌ର ବାକି ଦୁଇଟି ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରି ଉଭୟ ଖେଳାଳି ଦଳରେ ନିଜର ସ୍ଥାନ ସୁରକ୍ଷିତ ରଖି ପାରିବେ।ଯଦି ଏମିତି ଫର୍ମ ଜାରି ରହେ ତେବେ ଆଗାମୀ ସମୟରେ ଉଭୟଙ୍କୁ ଦଳରେ ସ୍ଥାନ ମିଳିବା ମୁସ୍କିଲ ହୋଇପାରେ। 

ଆସନ୍ତୁ ନଜର ପକାଇବା   କେଉଁ ଖେଳାଳିଙ୍କ ଟେଷ୍ଟ କ୍ୟାରିୟର ବର୍ଡର-ଗାଭାସ୍କର ଟ୍ରଫି ସମୟରେ କିମ୍ବା ପରେ ସମାପ୍ତ ହୋଇଛି।

ଅନିଲ କୁମ୍ବଲେ

କୁମ୍ବଲେ ଭାରତର ସବୁଠୁ ସଫଳ ଟେଷ୍ଟ ବୋଲର। ସେ ଏହି ଫର୍ମାଟରେ ୬୧୯ ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। କୁମ୍ବଲେ ନିଜର ଶେଷ ଟେଷ୍ଟ ଦିଲ୍ଲୀରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୦୦୮ ମସିହାରେ ଖେଳିଥିଲେ। ଉକ୍ତ ଟେଷ୍ଟ ସିରିଜକୁ ଭାରତ ୨-୦ରେ ଜିତି ନେଇଥିଲା। ଏହି ସିରିଜର ତୃତୀୟ ଟେଷ୍ଟ ମ୍ୟାଚ୍ କୁମ୍ବଲେଙ୍କ କ୍ୟାରିୟରର ଶେଷ ଟେଷ୍ଟ ମ୍ୟାଚ୍ ଥିଲା।

ସୌରଭ ଗାଙ୍ଗୁଲି

୨୦୦୮ରେ ଏହି ଟେଷ୍ଟ ସିରିଜ୍‌ର ଶେଷ ଟେଷ୍ଟ ମ୍ୟାଚ୍ ଗାଙ୍ଗୁଲିଙ୍କ କ୍ୟାରିୟରର ଶେଷ ଟେଷ୍ଟ ମ୍ୟାଚ୍ ଥିଲା। ଗାଙ୍ଗୁଲି ଓ କୁମ୍ବଲେଙ୍କୁ ଚମତ୍କାର ବିଦାୟ ସମ୍ବର୍ଦ୍ଧନା ମିଳିଥିଲା। ସେହି ସମୟରେ ଭାରତୀୟ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଥିଲେ, ଯିଏ ନାଗପୁର ଟେଷ୍ଟରେ ଗାଙ୍ଗୁଲିଙ୍କୁ କିଛି ଓଭରରେ ଅଧିନାୟକତ୍ଵ କରିବାକୁ ସୁଯୋଗ ଦେଇଥିଲେ। ଭାରତ ନାଗପୁର ଟେଷ୍ଟକୁ ୧୭୨ ରନରେ   ଜିତି ନେଇଥିଲା।

ଭିଭିଏସ୍ ଲକ୍ଷ୍ମଣ

୨୦୧୨ରେ ଭାରତୀୟ ଦଳ ଯେବେ ଅଷ୍ଟ୍ରେଲିଆ ଗସ୍ତ କରିଥିଲା, ସେହି ସମୟରେ କେହି ଚିନ୍ତା କରି ନ ଥିଲେ ଯେ ଏହା ଭିଭିଏସ ଲକ୍ଷ୍ମଣଙ୍କ ଶେଷ ଟେଷ୍ଟ ସିରିଜ୍ ହେବ। ଅଷ୍ଟ୍ରେଲିଆ ଉକ୍ତ ଟେଷ୍ଟ ସିରିଜକୁ ୪-୦ରେ ଜିତି ନେଇଥିଲା। ଆଡିଲେଡ୍‌ରେ ଭାରତୀୟ ଦଳ ଶେଷ ଟେଷ୍ଟ ମ୍ୟାଚ୍‌ରେ ୨୯୮ ରନରେ ପରାଜିତ ହୋଇଥିଲା। ଏହା ପରେ ଭିଭିଏସ ଲକ୍ଷ୍ମଣ ଆଉ ଟେଷ୍ଟ ଦଳକୁ ପ୍ରତ୍ୟାବର୍ତ୍ତନ କରି ପାରି ନ ଥିଲେ। ପରବର୍ତ୍ତୀ ସମୟରେ ସେ ଟେଷ୍ଟରୁ ସନ୍ନ୍ୟାସ ଘୋଷଣା କରିଥିଲେ। 

ବୀରେନ୍ଦ୍ର ସେହ୍ଵାଗ

୨୦୧୩ରେ ଯେବେ ଅଷ୍ଟ୍ରେଲିଆ ଦଳ ଭାରତ ଗସ୍ତରେ ଆସିଥିଲା, ସେହି ସମୟରେ ଉକ୍ତ ସିରିଜ୍‌କୁ ଭାରତ ୪-୦ରେ ଜିତି ନେଇଥିଲା। ହାଇଦ୍ରାବାଦରେ ସିରିଜ୍‌ର ଦ୍ଵିତୀୟ ଟେଷ୍ଟ ଖେଳା ଯାଇଥିଲା। ଏହା ପରେ ସେହ୍ଵାଗ ଆଉ ଟେଷ୍ଟ ଦଳକୁ ଫେରି ପାରି ନ ଥିଲେ ଏବଂ ପରେ ସେ କ୍ରିକେଟ୍‌ରୁ ସନ୍ନ୍ୟାସ ଘୋଷଣା କରିଥିଲେ।

ରାହୁଲ ଦ୍ରାବିଡ଼

୨୦୧୨ ଆଡିଲେଡ୍‌ ଟେଷ୍ଟ ରାହୁଲ ଦ୍ରାବିଡ଼ଙ୍କ କ୍ୟାରିୟରର ଶେଷ ଟେଷ୍ଟ ମ୍ୟାଚ୍ ଥିଲା। ଭାରତୀୟ ଦଳ ୦-୪ରେ ସିରିଜ୍ ହାରିବା ପରେ ଦ୍ରାବିଡ଼ଙ୍କୁ ମଧ୍ୟ ବଳିର ବକରା ସଜା ଯାଇଥିଲା ଏବଂ ଟେଷ୍ଟ ଦଳରୁ ବାଦ୍ ଦିଆଯାଇଥିଲା। 

ଏମଏସ ଧୋନୀ

୨୦୧୪ ଅଷ୍ଟ୍ରେଲିଆ ଗସ୍ତରେ ଏମଏସ ଧୋନୀ ଟେଷ୍ଟର ନେତୃତ୍ଵ ନେଇଥିଲେ। ଉକ୍ତ ସିରିଜ୍‌ରେ ଅଷ୍ଟ୍ରେଲିଆ ୨-୦ରେ ବିଜୟ ଲାଭ କରିଥିଲା। ସିରିଜର ପ୍ରଥମ ମ୍ୟାଚ୍ ଧୋନୀ ଖେଳି ପାରି ନ ଥିଲେ ଓ ବିରାଟ କୋହଲି ଅଧିନାୟକ ଦାୟିତ୍ଵ ତୁଲାଇଥିଲେ। ଏହି ମ୍ୟାଚ୍‌ରେ ଭାରତ ୪୮ ରନରେ ପରାସ୍ତ ହୋଇଥିଲା। ଏହା ପରେ ବ୍ରିସବେନ ଟେଷ୍ଟରେ ଭାରତ ୪ ଓ୍ଵିକେଟ୍‌ରେ   ହାରିଥିଲା। ମେଲବର୍ଣ୍ଣରେ ଖେଳା ଯାଇଥିବା ତୃତୀୟ ଟେଷ୍ଟ ଡ୍ର ରହିଥିଲା। ଆଉ ଏମଏସ ଧୋନୀ ସିରିଜ୍ ମଝିରେ ହିଁ ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ଘୋଷଣା କରିଥିଲେ।