BJD Conflict: ବିଜେଡିରେ କୁହୁଳୁଛି ନିଆଁ; ୱକଫ୍ ଭୋଟିଂ ପରଠୁ ଥମୁନି ବିଜେଡି ମେଳି
ୱକଫ୍ ବିଲ୍ ଭୋଟିଂ ପରଠୁ ଦ୍ବନ୍ଦ୍ବ ଓ ଗୋଳମାଳରେ ଘାଣ୍ଟି ହେଉଥିବା ବିଜେଡିରେ ଥମୁନି ମେଳି। ତେଜିବାରେ ଲାଗିଛି ପାଣ୍ଡିଆନ୍ ବିରୋଧୀ ଅସନ୍ତୋଷ । ଗତକାଲି ଅଂଶୁମାନଙ୍କ ଘରେ ଯୁବନେତାଙ୍କ କବାଟ କିଳା ବୈଠକ ପରେ ପରେ ଆଜି ରାଜଧାନୀର ଏକ ହୋଟେଲରେ ଯୁବ ଓ ଅଭିଜ୍ଞଙ୍କ ମେଳି ହୋଇଥିଲା । ଅନ୍ୟପକ୍ଷରେ ପ୍ରତାପ ଦେବଙ୍କ ଘରେ ଏକାଠି ହୋଇଥିଲେ ଆଉ କିଛି ବରିଷ୍ଠ ।