ଏକତରଫା ପ୍ରେମରେ ବିଫଳ ପିଶାଚ ପ୍ରେମିକର ବର୍ବର କାଣ୍ଡ
ସୋର, ୨୪ା୨(ଜନ୍ମେଜୟ ମିଶ୍ର): ଏକତରଫା ପ୍ରେମରୁ ବୀଭତ୍ସ ହତ୍ୟା। ସୋର ଥାନା ଲିଙ୍ଗାପଡ଼ା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି।ଯୁବତୀ ଜଣଙ୍କ ନାମ ହେଉଛି ଜ୍ୟୋତିର୍ମୟୀ ରଣା (୨୫)। ଜ୍ୟୋତିର୍ମୟୀ ଭୁବନେଶ୍ୱରରେ ଏକ ଘରୋଇ ସଂସ୍ଥାରେ କାମ କରୁଥିବା ବେଳେ ଦୁଇମାସ ତଳେ ଘରକୁ ଆସିଥିଲେ। ସୋମବାର ଘରେ କେହି ନଥିବା ବେଳେ ସେ ଏକାକୀ ଥିଲେ। ମାତ୍ର କିଛି ସମୟ ପରେ ଘର ଲୋକ ଫେରି ତାଙ୍କ ଗଳା କଟା ଯାଇଥିବା ଦେଖିବା ପରେ ତୁରନ୍ତ ସୋର […] The post ଏକତରଫା ପ୍ରେମରେ ବିଫଳ ପିଶାଚ ପ୍ରେମିକର ବର୍ବର କାଣ୍ଡ appeared first on Dharitri Odia News.
ସୋର, ୨୪ା୨(ଜନ୍ମେଜୟ ମିଶ୍ର): ଏକତରଫା ପ୍ରେମରୁ ବୀଭତ୍ସ ହତ୍ୟା। ସୋର ଥାନା ଲିଙ୍ଗାପଡ଼ା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି।ଯୁବତୀ ଜଣଙ୍କ ନାମ ହେଉଛି ଜ୍ୟୋତିର୍ମୟୀ ରଣା (୨୫)। ଜ୍ୟୋତିର୍ମୟୀ ଭୁବନେଶ୍ୱରରେ ଏକ ଘରୋଇ ସଂସ୍ଥାରେ କାମ କରୁଥିବା ବେଳେ ଦୁଇମାସ ତଳେ ଘରକୁ ଆସିଥିଲେ।
ସୋମବାର ଘରେ କେହି ନଥିବା ବେଳେ ସେ ଏକାକୀ ଥିଲେ। ମାତ୍ର କିଛି ସମୟ ପରେ ଘର ଲୋକ ଫେରି ତାଙ୍କ ଗଳା କଟା ଯାଇଥିବା ଦେଖିବା ପରେ ତୁରନ୍ତ ସୋର ଡକ୍ଟରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ସୋର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗତ ଦୁଇଦିନ ତଳେ ଜଣେ ଯୁବକ ତାଙ୍କୁ ହଇରାଣ କରୁଥିବା ନେଇ ସୋର ଥାନାରେ ଅଭିଯୋଗ ହୋଇଥିବା ବେଳେ ପ୍ରେମ ଜନିତ କାରଣରୁ ଏହି ହତ୍ୟା ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି।
The post ଏକତରଫା ପ୍ରେମରେ ବିଫଳ ପିଶାଚ ପ୍ରେମିକର ବର୍ବର କାଣ୍ଡ appeared first on Dharitri Odia News.