ପୋଡକାଷ୍ଟ ସହ ପୁଣି ଫେରିଲେ ରଣବୀର, ସୋସିଆଲ ମିଡିଆ ପୋଷ୍ଟରେ କହିଲେ ‘ପୁର୍ନଜନ୍ମ’

ନୂଆଦିଲ୍ଲୀ: ନିଜ ପୋଡକାଷ୍ଟ ‘ଦ ରଣବୀର ଶୋ’ ସହ ପୁଣି ଫେରିଛନ୍ତି ୟୁଟ୍ୟୁବର୍‌ ରଣବୀର ଆଲ୍ଲାହାବାଦିଆ । ଦୁଇ ମାସ ତଳେ ଇଣ୍ଡିଆଜ୍ ଗଟ୍‌ ଲେଟେଣ୍ଟ ଶୋରେ ନିଜ ଟିପ୍ପଣୀ ପାଇଁ ଫସିଥିବା ରଣବୀର ପୁଣି ନିଜ ଶୋ ମାଧ୍ୟମରେ ଫେରିଛନ୍ତି। ନିଜ ଫେରିବା ନେଇ ରବିବାର ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରିବା ସହ ନିଜ ପ୍ରିୟଜନଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହା ସହ ନିଜ ଫେରିବାକୁ ପୁର୍ନଜନ୍ମ କହିଛନ୍ତି ରଣବୀର। ସେପଟେ ରଣବୀରଙ୍କ ପୋଷ୍ଟରେ ୟୁଟ୍ୟୁବର ଆଶିଷ ଚଞ୍ଚଲାନୀ ଚେତାବନୀ ଟିପ୍ପଣୀ କରିଛନ୍ତି। ଆଶିଷ ଲେଖିଛନ୍ତି ‘ମୁଁ ତୁମକୁ ଖୁବ୍ ସ୍ନେହ କରୁଛି, କିନ୍ତୁ ଆଗକୁ ଯେତେବେଳେ ତୁମେ ମୋ ସହ ଦେଖାହେବ ଦୟାକରି ମୋ ପାଖରେ ଥଟ୍ଟା କରିବନି।’’ ସୂଚନାଥାଉକି, ସମୟ ରୈନାଙ୍କ ଶୋରେ ରଣବୀର ପ୍ରତିଯୋଗୀଙ୍କୁ ପ୍ରଶ୍ନ କରିଥିଲେ ‘‘ ତୁମେ ତୁମ ବାପା-ମାଆଙ୍କୁ ପ୍ରତିଦିନ ସେକ୍ସ କରିବା ଦେଖିବ ନା ଏହାକୁ ସବୁଦିନ ପାଇଁ ରୋକିବାକୁ ଥରେ ତାଙ୍କ ସହ ସାମିଲ ହେବେ ?’’ ଆଉ ରଣବୀରଙ୍କ ଏହି ପ୍ରଶ୍ନ ପରେ ସୋସିଆଲ ମିଡିଆରେ ହଙ୍ଗାମା ହୋଇଥିଲା।ଘଟଣା ପରେ ରଣବୀର, ସମୟ ଏବଂ ଏପିସୋଡ୍‌ରେ ଥିବା ଅନ୍ୟମାନେ ଆଶିଷ ଚଞ୍ଚଲାନୀ, ଜସପ୍ରୀତ ସିଂହ ଏବଂ ଅପୂର୍ବ ମୁଖାର୍ଜୀଙ୍କ ବିରୋଧରେ ପୋଲିସରେ ଅଭିଯୋଗ ହୋଇଛି। ଅବଶ୍ୟ ରଣବୀର ସୋସିଆଲ ମିଡିଆରେ ଅନେକ ଥର କ୍ଷମା ମାଗିଛନ୍ତି। ସମୟ ରୈନା ମଧ୍ୟ ୟୁଟ୍ୟବ୍‌ରୁ ଇଣ୍ଡିଆଜ୍ ଗଟ୍‌ ଲେଟେଣ୍ଟର ସବୁ

ପୋଡକାଷ୍ଟ ସହ ପୁଣି ଫେରିଲେ ରଣବୀର, ସୋସିଆଲ ମିଡିଆ ପୋଷ୍ଟରେ କହିଲେ ‘ପୁର୍ନଜନ୍ମ’

ନୂଆଦିଲ୍ଲୀ: ନିଜ ପୋଡକାଷ୍ଟ ‘ଦ ରଣବୀର ଶୋ’ ସହ ପୁଣି ଫେରିଛନ୍ତି ୟୁଟ୍ୟୁବର୍‌ ରଣବୀର ଆଲ୍ଲାହାବାଦିଆ । ଦୁଇ ମାସ ତଳେ ଇଣ୍ଡିଆଜ୍ ଗଟ୍‌ ଲେଟେଣ୍ଟ ଶୋରେ ନିଜ ଟିପ୍ପଣୀ ପାଇଁ ଫସିଥିବା ରଣବୀର ପୁଣି ନିଜ ଶୋ ମାଧ୍ୟମରେ ଫେରିଛନ୍ତି। ନିଜ ଫେରିବା ନେଇ ରବିବାର ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରିବା ସହ ନିଜ ପ୍ରିୟଜନଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହା ସହ ନିଜ ଫେରିବାକୁ ପୁର୍ନଜନ୍ମ କହିଛନ୍ତି ରଣବୀର। 

ସେପଟେ ରଣବୀରଙ୍କ ପୋଷ୍ଟରେ ୟୁଟ୍ୟୁବର ଆଶିଷ ଚଞ୍ଚଲାନୀ ଚେତାବନୀ ଟିପ୍ପଣୀ କରିଛନ୍ତି। ଆଶିଷ ଲେଖିଛନ୍ତି ‘ମୁଁ ତୁମକୁ ଖୁବ୍ ସ୍ନେହ କରୁଛି, କିନ୍ତୁ ଆଗକୁ ଯେତେବେଳେ ତୁମେ ମୋ ସହ ଦେଖାହେବ ଦୟାକରି ମୋ ପାଖରେ ଥଟ୍ଟା କରିବନି।’’ 

ସୂଚନାଥାଉକି, ସମୟ ରୈନାଙ୍କ ଶୋରେ ରଣବୀର ପ୍ରତିଯୋଗୀଙ୍କୁ ପ୍ରଶ୍ନ କରିଥିଲେ ‘‘ ତୁମେ ତୁମ ବାପା-ମାଆଙ୍କୁ ପ୍ରତିଦିନ ସେକ୍ସ କରିବା ଦେଖିବ ନା ଏହାକୁ ସବୁଦିନ ପାଇଁ ରୋକିବାକୁ ଥରେ ତାଙ୍କ ସହ ସାମିଲ ହେବେ ?’’ ଆଉ ରଣବୀରଙ୍କ ଏହି ପ୍ରଶ୍ନ ପରେ ସୋସିଆଲ ମିଡିଆରେ ହଙ୍ଗାମା ହୋଇଥିଲା।

ଘଟଣା ପରେ ରଣବୀର, ସମୟ ଏବଂ ଏପିସୋଡ୍‌ରେ ଥିବା ଅନ୍ୟମାନେ ଆଶିଷ ଚଞ୍ଚଲାନୀ, ଜସପ୍ରୀତ ସିଂହ ଏବଂ ଅପୂର୍ବ ମୁଖାର୍ଜୀଙ୍କ ବିରୋଧରେ ପୋଲିସରେ ଅଭିଯୋଗ ହୋଇଛି। ଅବଶ୍ୟ ରଣବୀର ସୋସିଆଲ ମିଡିଆରେ ଅନେକ ଥର କ୍ଷମା ମାଗିଛନ୍ତି। ସମୟ ରୈନା ମଧ୍ୟ ୟୁଟ୍ୟବ୍‌ରୁ ଇଣ୍ଡିଆଜ୍ ଗଟ୍‌ ଲେଟେଣ୍ଟର ସବୁ ଏପିସୋଡ୍‌ ହଟାଇଛନ୍ତି।