ମାସକୁ ରୋଜଗାର ୮୧ ଲକ୍ଷ, ସଞ୍ଚୟ ଲାଗି ଖାଉଥିଲେ ମାଗଣା ଖାଦ୍ୟ, ଚାଲିଗଲା ଚାକିରୀ

କାନାଡା ୨୫/୦୪: ସୋସିଆଲ ମିଡିଆ । ଘରେ ଘରେ ଡିମାଣ୍ଡ । ଭିଡିଓରେ ସେୟାର ହେଉଛି ମନର କଥା । ଏମିତି ରୋଜଗାରର ମାଧ୍ୟମ ପାଲଟିଗଲାଣି । ପିଲାଠୁ ବୁଢା ସମସ୍ତଙ୍କୁ କରିଛି କିମିଆ । ବେଳେବେଳେ ଏହା ଘାତକ ବି ସାଜେ । ବିପଦକୁ ବି ଟାଣିଆଣେ । ଏମିତି ଜଣେ ୟୁଜର୍ସ ଭଡିଓ କରି ହରାଇଛନ୍ତି ନିଜ ଚାକିରୀ । ଆଜ୍ଞା ହଁ ଆମେ କାନାଡରେ ରହୁଥିବା ଜଣେ ଭାରତୀୟ ବଂଶୋଦ୍ଭବଙ୍କ ସହ ଘଟିଛି ଏମିତି କିଛି । କାରଣ ସେ ଛାତ୍ରଛାତ୍ରୀ ଓ ଅପେକ୍ଷାକୃତ କମ୍ ରୋଜଗାର ଲୋକଙ୍କ ଲାଗି ଉଦ୍ଦିଷ୍ଟ  ଖାଦ୍ୟ ବ୍ୟାଙ୍କରୁ ମାଗଣାରେ ନେଉଥିଲେ ରାସନ । ଯାହା ଏବେ ତାଙ୍କ ପାଇଁ ପଡିଛି ମହଙ୍ଗା । ଚାକିରି ହରାଇଥିବା ଯୁବକ ହେଲେ ମେହୁଲ ପ୍ରଜାପତି । କାନାଡର ଟିଡି ବ୍ୟାଙ୍କରେ ଥିଲେ ଡାଟା ସାଇଣ୍ଟିଷ୍ଟ । ଗତ କିଛିଦିନ ତଳେ ମେହୁଲ ନିଜ ଇନଷ୍ଟାରେ ସେୟାର କରିଥିଲେ କିଛି ଭିଡିଓ । ଯେଉଁଥିରେ ଦେଖିବାକୁ ମିଳିଥିଲା ସେ ବ୍ୟାଙ୍କରୁ କେମିତି ନେଉଛନ୍ତି ମାଗଣା ସାମଗ୍ରୀ । ପୋଷ୍ଟ କରିଥିବା ଭଡିଓରେ କିପରି ସେ ଖାଦ୍ୟ ସାମଗ୍ରୀ ନକିଣି ପ୍ରତି ମାସରେ ସଞ୍ଚୟ କରୁଛନ୍ତି ହଜାର ହଜାର ଟଙ୍କା । ମେହୁଲ କହିଥିଲେ ଏହି ସବୁ ସାମଗ୍ରୀ ନ କିଣି ଏନଜିଓ, ଟ୍ରଷ୍ଟ ଦ୍ୱାରା ଦିଆଯାଉଥିବା ମାଗଣା ଖାଦ୍ୟ । ଯାହା କେବଳ ଚାତ୍ରଛାତ୍ରୀଙ୍କ ଓ ଅପେକ୍ଷାକୃତ କମ୍ ରୋଜଗାର ଲୋକଙ୍କ ପାଇଁ ଉଦ୍ଦିଷ୍ଟ । ଏସବୁକୁ ସେ ବ୍ୟାଙ୍କରୁ କିଣି ସଞ୍ଚୟ କରୁଛନ୍ତି ଟଙ୍କା । update: the food bank b

ମାସକୁ ରୋଜଗାର ୮୧ ଲକ୍ଷ, ସଞ୍ଚୟ ଲାଗି ଖାଉଥିଲେ ମାଗଣା ଖାଦ୍ୟ, ଚାଲିଗଲା ଚାକିରୀ

କାନାଡା ୨୫/୦୪: ସୋସିଆଲ ମିଡିଆ । ଘରେ ଘରେ ଡିମାଣ୍ଡ । ଭିଡିଓରେ ସେୟାର ହେଉଛି ମନର କଥା । ଏମିତି ରୋଜଗାରର ମାଧ୍ୟମ ପାଲଟିଗଲାଣି । ପିଲାଠୁ ବୁଢା ସମସ୍ତଙ୍କୁ କରିଛି କିମିଆ । ବେଳେବେଳେ ଏହା ଘାତକ ବି ସାଜେ । ବିପଦକୁ ବି ଟାଣିଆଣେ । 

ଏମିତି ଜଣେ ୟୁଜର୍ସ ଭଡିଓ କରି ହରାଇଛନ୍ତି ନିଜ ଚାକିରୀ । ଆଜ୍ଞା ହଁ ଆମେ କାନାଡରେ ରହୁଥିବା ଜଣେ ଭାରତୀୟ ବଂଶୋଦ୍ଭବଙ୍କ ସହ ଘଟିଛି ଏମିତି କିଛି । କାରଣ ସେ ଛାତ୍ରଛାତ୍ରୀ ଓ ଅପେକ୍ଷାକୃତ କମ୍ ରୋଜଗାର ଲୋକଙ୍କ ଲାଗି ଉଦ୍ଦିଷ୍ଟ  ଖାଦ୍ୟ ବ୍ୟାଙ୍କରୁ ମାଗଣାରେ ନେଉଥିଲେ ରାସନ । ଯାହା ଏବେ ତାଙ୍କ ପାଇଁ ପଡିଛି ମହଙ୍ଗା । 

ଚାକିରି ହରାଇଥିବା ଯୁବକ ହେଲେ ମେହୁଲ ପ୍ରଜାପତି । କାନାଡର ଟିଡି ବ୍ୟାଙ୍କରେ ଥିଲେ ଡାଟା ସାଇଣ୍ଟିଷ୍ଟ । ଗତ କିଛିଦିନ ତଳେ ମେହୁଲ ନିଜ ଇନଷ୍ଟାରେ ସେୟାର କରିଥିଲେ କିଛି ଭିଡିଓ । ଯେଉଁଥିରେ ଦେଖିବାକୁ ମିଳିଥିଲା ସେ ବ୍ୟାଙ୍କରୁ କେମିତି ନେଉଛନ୍ତି ମାଗଣା ସାମଗ୍ରୀ । 


ପୋଷ୍ଟ କରିଥିବା ଭଡିଓରେ କିପରି ସେ ଖାଦ୍ୟ ସାମଗ୍ରୀ ନକିଣି ପ୍ରତି ମାସରେ ସଞ୍ଚୟ କରୁଛନ୍ତି ହଜାର ହଜାର ଟଙ୍କା । ମେହୁଲ କହିଥିଲେ ଏହି ସବୁ ସାମଗ୍ରୀ ନ କିଣି ଏନଜିଓ, ଟ୍ରଷ୍ଟ ଦ୍ୱାରା ଦିଆଯାଉଥିବା ମାଗଣା ଖାଦ୍ୟ । ଯାହା କେବଳ ଚାତ୍ରଛାତ୍ରୀଙ୍କ ଓ ଅପେକ୍ଷାକୃତ କମ୍ ରୋଜଗାର ଲୋକଙ୍କ ପାଇଁ ଉଦ୍ଦିଷ୍ଟ । ଏସବୁକୁ ସେ ବ୍ୟାଙ୍କରୁ କିଣି ସଞ୍ଚୟ କରୁଛନ୍ତି ଟଙ୍କା । 


ସେପଟେ ଇନଷ୍ଟାରେ ଏହାକୁ ଦେଖିବା ପରେ ଜଣେ ବ୍ୟକ୍ତି ‘X’ ରେ କରିଥିଲେ ସେୟାର । ସେୟାର କରି ଲେଖିଥିଲେ, ଭଦ୍ର ବ୍ୟକ୍ତିଙ୍କ ମାସକୁ ରୋଜଗାର ୮୧ ଲକ୍ଷ । ତଥାପି ତାଙ୍କର ଖାଇବାକୁ ପଇସା ନାହିଁ । ଗର୍ବର ସହ ଦାତବ୍ୟ ଖାଦ୍ୟ ଖାଇବାକୁ ବ୍ୟଗ୍ର । ସଂଗେ ସଂଗେ ଚାରିଆଡେ ବ୍ୟାପି ଯାଇଥିଲା ଖବର । ଆଉ ବ୍ୟାଙ୍କରୁ ଚାକିରି ହରାଇଥିଲେ ମେହୁଲ । ପରବର୍ତ୍ତୀ ସମୟରେ ସେହି ବ୍ୟକ୍ତି ମେହୁଲଙ୍କ ଚାକିରି ଯିବା ନେଇ ଦେଇଥିଲେ ସୂଚନା ।