‘ସୁରକ୍ଷିତ ଭାବେ ଘରକୁ ଫେରନ୍ତୁ’ ବାର୍ତ୍ତା ନେଇ ରାଜ୍ୟବ୍ୟାପୀ ପାଳନ କରାଯାଉଛି ସଡକ ସୁରକ୍ଷା ସପ୍ତାହ

ନୀଳଗିରି,୩।୧: ‘ସୁରକ୍ଷିତ ଭାବେ ଘରକୁ ଫେରନ୍ତୁ’ ଚଳିତବର୍ଷର ସଡକ ସୁରକ୍ଷା ସପ୍ତାହ ପାଳନର ସଚେତନତା ବାର୍ତ୍ତା ନେଇ ରାଜ୍ୟର ସମସ୍ତ ଜିଲାରେ ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଉଛି । ସଡ଼କ ଦୁର୍ଘଟଣାରେ ଅଧିକରୁ ଅଧିକ ଜୀବନକୁ କିପରି ରକ୍ଷା କରାଯାଇପାରିବ ସେହି ସମ୍ବନ୍ଧରେ ବାର୍ତ୍ତା ଦିଆଯାଉଛି । ଜିଲାସ୍ତରରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଏବଂ ପୁଲିସର ମିଳିତ ସହଯୋଗରେ ବିଭିନ୍ନ ସଚେତନତା ମୂଳକ ସଡ଼କ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି । ଚଳିତ ମାସକୁ […] The post ‘ସୁରକ୍ଷିତ ଭାବେ ଘରକୁ ଫେରନ୍ତୁ’ ବାର୍ତ୍ତା ନେଇ ରାଜ୍ୟବ୍ୟାପୀ ପାଳନ କରାଯାଉଛି ସଡକ ସୁରକ୍ଷା ସପ୍ତାହ appeared first on Dharitri Odia News.

‘ସୁରକ୍ଷିତ ଭାବେ ଘରକୁ ଫେରନ୍ତୁ’ ବାର୍ତ୍ତା ନେଇ ରାଜ୍ୟବ୍ୟାପୀ ପାଳନ କରାଯାଉଛି ସଡକ ସୁରକ୍ଷା ସପ୍ତାହ

ନୀଳଗିରି,୩।୧: ‘ସୁରକ୍ଷିତ ଭାବେ ଘରକୁ ଫେରନ୍ତୁ’ ଚଳିତବର୍ଷର ସଡକ ସୁରକ୍ଷା ସପ୍ତାହ ପାଳନର ସଚେତନତା ବାର୍ତ୍ତା ନେଇ ରାଜ୍ୟର ସମସ୍ତ ଜିଲାରେ ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଉଛି । ସଡ଼କ ଦୁର୍ଘଟଣାରେ ଅଧିକରୁ ଅଧିକ ଜୀବନକୁ କିପରି ରକ୍ଷା କରାଯାଇପାରିବ ସେହି ସମ୍ବନ୍ଧରେ ବାର୍ତ୍ତା ଦିଆଯାଉଛି । ଜିଲାସ୍ତରରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଏବଂ ପୁଲିସର ମିଳିତ ସହଯୋଗରେ ବିଭିନ୍ନ ସଚେତନତା ମୂଳକ ସଡ଼କ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି ।

ଚଳିତ ମାସକୁ ଜାତୀୟ ସଡକ ସୁରକ୍ଷା ମାସ ରୂପେ ପାଳନ କରିବା ପାଇଁ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ୍‌ ଗଡକରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି । ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଏକ ସଡକ ସୁରକ୍ଷା ରଥ ଭଦ୍ରକ ସହର ପରିକ୍ରମା କରିଛି ।

ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ବିଧାୟକ ଅଶୋକ ଦାସ ଏବଂ ଜିଲାପାଳ ଦିଲ୍ଲୀପ ରାଉତରାୟ ପ୍ରମୁଖ ସଡକ ସୁରକ୍ଷା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏନ୍‌ସିସି, ସ୍କାଉଟ ଆଣ୍ଡ୍‌ ଗାଇଡ୍‌, ରେଡକ୍ରସ୍‌ର ସଦସ୍ୟମାନଙ୍କ ସମେତ ବିଭିନ୍ନ ବର୍ଗର ସାଧାରଣ ନାଗରିକ ଓ ଅନୁଷ୍ଠାନ ଏହି ପଦଯାତ୍ରାରେ ସାମିଲ୍‌ ଥିଲେ ।

The post ‘ସୁରକ୍ଷିତ ଭାବେ ଘରକୁ ଫେରନ୍ତୁ’ ବାର୍ତ୍ତା ନେଇ ରାଜ୍ୟବ୍ୟାପୀ ପାଳନ କରାଯାଉଛି ସଡକ ସୁରକ୍ଷା ସପ୍ତାହ appeared first on Dharitri Odia News.