ଅଡ଼ୁଆରେ ଅବୁ ଅସୀମ ଆଜମୀଙ୍କ ପରିବାର, ସମର୍ଥନରେ ବାହାରିଲେ ବୋହୂ ଆୟେଶା ଟାକିଆ

ଲକ୍ଷ୍ନୌ,୫।୩: ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ପ୍ରଶଂସାରେ ବୟାନ ଦେଇଥିବା ସମାଜବାଦୀ ପାର୍ଟି(SP) ବିଧାୟକ ଆବୁ ଅସୀମ ଆଜମୀଙ୍କ ଅଡ଼ୁଆ କମ୍‌ ହେବାର ନାଁ ନେଉନାହିଁ। ଏହାପରଠାରୁ ଲଗାତାର ଭାବେ ବିଧାୟକ ସମାଲୋଚନାର ସମ୍ମୁଖୀନ ହେଉଥିବା ବେଳେ ଏବେ ତାଙ୍କ ପୁଅ ଏବଂ ନାତିଙ୍କୁ ଧମକ ଦିଆଯାଉଛି। ତେବେ ଆଜମୀଙ୍କ ବୋହୂ ତଥା ପୂର୍ବତନ ଚଳଚ୍ଚିତ୍ର ଅଭିନେତ୍ରୀ ଆୟେଶା ଟାକିଆ ଦାବି କରିଛନ୍ତି ଯେ ଗୋଆର କିଛି ଗୁଣ୍ଡା ଲଗାତାର ତାଙ୍କ ପରିବାରକୁ ଟାର୍ଗେଟ କରୁଛନ୍ତି। ଉତ୍ତର ଗୋଆର […] The post ଅଡ଼ୁଆରେ ଅବୁ ଅସୀମ ଆଜମୀଙ୍କ ପରିବାର, ସମର୍ଥନରେ ବାହାରିଲେ ବୋହୂ ଆୟେଶା ଟାକିଆ appeared first on Dharitri Odia News.

ଅଡ଼ୁଆରେ ଅବୁ ଅସୀମ ଆଜମୀଙ୍କ ପରିବାର, ସମର୍ଥନରେ ବାହାରିଲେ ବୋହୂ ଆୟେଶା ଟାକିଆ

ଲକ୍ଷ୍ନୌ,୫।୩: ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ପ୍ରଶଂସାରେ ବୟାନ ଦେଇଥିବା ସମାଜବାଦୀ ପାର୍ଟି(SP) ବିଧାୟକ ଆବୁ ଅସୀମ ଆଜମୀଙ୍କ ଅଡ଼ୁଆ କମ୍‌ ହେବାର ନାଁ ନେଉନାହିଁ। ଏହାପରଠାରୁ ଲଗାତାର ଭାବେ ବିଧାୟକ ସମାଲୋଚନାର ସମ୍ମୁଖୀନ ହେଉଥିବା ବେଳେ ଏବେ ତାଙ୍କ ପୁଅ ଏବଂ ନାତିଙ୍କୁ ଧମକ ଦିଆଯାଉଛି। ତେବେ ଆଜମୀଙ୍କ ବୋହୂ ତଥା ପୂର୍ବତନ ଚଳଚ୍ଚିତ୍ର ଅଭିନେତ୍ରୀ ଆୟେଶା ଟାକିଆ ଦାବି କରିଛନ୍ତି ଯେ ଗୋଆର କିଛି ଗୁଣ୍ଡା ଲଗାତାର ତାଙ୍କ ପରିବାରକୁ ଟାର୍ଗେଟ କରୁଛନ୍ତି।

ଉତ୍ତର ଗୋଆର କାଣ୍ଡୋଲିମର ଏକ ସୁପରମାର୍କେଟରେ ହୋଇଥିବା ବିବାଦକୁ ନେଇ ଗୋଆ ପୋଲିସ ମଙ୍ଗଳବାର ଅଭିନେତ୍ରୀଙ୍କ ସ୍ବାମୀ ଅବୁ ଫରହାନ ଆଜମିଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହାକୁ ନେଇ ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମରେ ଏକାଧିକପୋଷ୍ଟ କରି ତାଙ୍କ ପରିବାରକୁ ହଇରାଣ କରାଯାଉଥିବା ଜଣାଇଛନ୍ତି।

ଆୟେଶା କହିଛନ୍ତି, ଗୋଆରେ ମହାରାଷ୍ଟ୍ର ପ୍ରତି ଘୃଣା ଅବିଶ୍ୱସନୀୟ ସ୍ତରରେ ପହଞ୍ଚିଛି। ମହାରାଷ୍ଟ୍ରରୁ ହୋଇଥିବାରୁ ସ୍ଥାନୀୟ ଗୁଣ୍ଡାମାନେ ଫରହାନ ଏବଂ ମୋ’ ପୁଅକୁ ଏବଂ ଏକ ବଡ଼ ଗାଡ଼ି ରଖିଥିବାରୁ ଗାଳି ଦେଉଥିଲେ। ପରିବାର ପାଖରେ ସିସିଟିଭି ଫୁଟେଜ ସମେତ ଅନେକ ଭିଡିଓ ପ୍ରମାଣ ଅଛି ଯାହାକୁ ସେମାନେ ଉପଯୁକ୍ତ ସମୟରେ ଶେୟାର କରିବେ ବୋଲି ସେ କହିଛନ୍ତି।

The post ଅଡ଼ୁଆରେ ଅବୁ ଅସୀମ ଆଜମୀଙ୍କ ପରିବାର, ସମର୍ଥନରେ ବାହାରିଲେ ବୋହୂ ଆୟେଶା ଟାକିଆ appeared first on Dharitri Odia News.