‘ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଆଚରଣ ଭୁଲ୍ ଥିଲା’
ନୂଆଦିଲ୍ଲୀ,୨୮ା୭: ନୂଆଦିଲ୍ଲୀରେ ନୀତି ଆୟୋଗର ନବମ ପରିଚାଳନା ପରିଷଦ ବୈଠକ ଶନିବାର ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିଥିଲେ। କେନ୍ଦ୍ର ବଜେଟ୍ରେ ଭେଦଭାବ ଅଭିଯୋଗ କରି କିଛି ଅଣ-ଭାଜପା ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଅଂଶଗ୍ରହଣ କରି ନ ଥିଲେ। ଏହା ଉପରେ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଓ୍ବତ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ଯେଉଁଭଳି ଭାବେ ବଜେଟ ପ୍ରସ୍ତୁତ କରାଯାଇଥିଲା, ନୀତି ଆୟୋଗ ମଧ୍ୟ […] The post ‘ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଆଚରଣ ଭୁଲ୍ ଥିଲା’ appeared first on Dharitri Odia News.
ନୂଆଦିଲ୍ଲୀ,୨୮ା୭: ନୂଆଦିଲ୍ଲୀରେ ନୀତି ଆୟୋଗର ନବମ ପରିଚାଳନା ପରିଷଦ ବୈଠକ ଶନିବାର ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିଥିଲେ। କେନ୍ଦ୍ର ବଜେଟ୍ରେ ଭେଦଭାବ ଅଭିଯୋଗ କରି କିଛି ଅଣ-ଭାଜପା ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଅଂଶଗ୍ରହଣ କରି ନ ଥିଲେ। ଏହା ଉପରେ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଓ୍ବତ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ଯେଉଁଭଳି ଭାବେ ବଜେଟ ପ୍ରସ୍ତୁତ କରାଯାଇଥିଲା, ନୀତି ଆୟୋଗ ମଧ୍ୟ ସେହି ଅନୁସାରେ କାମ କରିବ।
କହିରଖୁଛୁ, କେବଳ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବୈଠକରେ ବିରୋଧୀ ଦଳରୁ ଯୋଗ ଦେଇଥିଲେ, କିନ୍ତୁ ସେ ବୈଠକ ଅଧାରୁ ଉଠି ଆସିଥିଲେ। ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଏହି ବୈଠକରେ ଭାଷଣ ଦେବାର ସୁଯୋଗ ଦିଆଯାଇନାହିଁ। ମମତା ବାନାର୍ଜୀଙ୍କ ଅଭିଯୋଗକୁ କେନ୍ଦ୍ରମନ୍ତ୍ରୀ ଚିରାଗ ପାସଓ୍ବାନ ପ୍ରତିକ୍ରିୟା ଦେଇଛନ୍ତି। ସେ ମମତାଙ୍କ ଆଚରଣକୁ ଭୁଲ୍ ବୋଲି କହିଛନ୍ତି।
ଚିରାଗ କହିଛନ୍ତି, ନୀତି ଆୟୋଗ ବୈଠକରେ ମାଇକ୍ ବନ୍ଦ କରିଥିବାର ଅଭିଯୋଗ ମିଥ୍ୟା ଅଟେ। ମମତା ବୈଠକ ଅଧାରୁ ଉଠି ବାହାରକୁ ଯିବା ଭୁଲ୍ ଥିଲା। ଏହା ବିରୋଧୀ ଦଳରେ ଘଟୁଛି। ଅରାଜକତା ସୃଷ୍ଟି କରିବା ଏବଂ ନିଜ ପ୍ରତି ଧ୍ୟାନ ଦେବା ପାଇଁ ଏକ ସୁଚିନ୍ତିତ ରଣନୀତି ଯଦି କୌଣସି ରାଜ୍ୟ ଅନୁଭବ କରନ୍ତି ଯେ, ସେମାନଙ୍କ ପ୍ରତି ଭୁଲ କରାଯାଇଛି, ସେମାନେ ନୀତି ଆୟୋଗରେ ସେମାନଙ୍କର ସମସ୍ୟା ଉଠାଇ ପାରିବେ। ମାତ୍ର ବୈଠକ ଛାଡ଼ି ଚାଲିଯିବା ଅଶୋଭନୀୟ ଅଟେ ବୋଲି ସେ କହିଛନ୍ତି।
The post ‘ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଆଚରଣ ଭୁଲ୍ ଥିଲା’ appeared first on Dharitri Odia News.