ଗେମିଂ ଜୋନ୍‌ରେ ନିଆଁ: ୨୭ ମୃତ

ରାଜକୋଟ,୨୬ା୫: ଗୁଜରାଟର ରାଜକୋଟସ୍ଥିତ ଗେମିଂ ଜୋନ୍‌ରେ ଶନିବାର ଅପରାହ୍ନରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୨୭ ଜଣଙ୍କ ମୃତ୍ୟୁ ଘଟିବା ସହ ୩ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୯ ଜଣ ପିଲା ରହିଛନ୍ତି। ଟିଆର୍‌ପି ଗେମିଂ ଜୋନ୍‌ରେ ପିଲାମାନଙ୍କ ସମେତ ବହୁ ଲୋକ ଗ୍ରୀଷ୍ମାବକାଶର ମଜା ନେଉଥିବାବେଳେ ଫାଇବର ଡୋମ୍‌ରେ ନିଅଁା ଲାଗିଯାଇଥିଲା। ବ୍ୟାପକ ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ଢାଞ୍ଚା ଭୁଶୁଡ଼ି ପଡ଼ିଛି। ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଜାରି […] The post ଗେମିଂ ଜୋନ୍‌ରେ ନିଆଁ: ୨୭ ମୃତ appeared first on Dharitri Odia News.

ଗେମିଂ ଜୋନ୍‌ରେ ନିଆଁ: ୨୭ ମୃତ

ରାଜକୋଟ,୨୬ା୫: ଗୁଜରାଟର ରାଜକୋଟସ୍ଥିତ ଗେମିଂ ଜୋନ୍‌ରେ ଶନିବାର ଅପରାହ୍ନରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୨୭ ଜଣଙ୍କ ମୃତ୍ୟୁ ଘଟିବା ସହ ୩ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୯ ଜଣ ପିଲା ରହିଛନ୍ତି। ଟିଆର୍‌ପି ଗେମିଂ ଜୋନ୍‌ରେ ପିଲାମାନଙ୍କ ସମେତ ବହୁ ଲୋକ ଗ୍ରୀଷ୍ମାବକାଶର ମଜା ନେଉଥିବାବେଳେ ଫାଇବର ଡୋମ୍‌ରେ ନିଅଁା ଲାଗିଯାଇଥିଲା। ବ୍ୟାପକ ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ଢାଞ୍ଚା ଭୁଶୁଡ଼ି ପଡ଼ିଛି। ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିଆଁ ଲାଗିବାର କାରଣ ଜଣାପଡ଼ି ନ ଥିବାବେଳେ ତଦନ୍ତ ପରେ ଜଣାପଡ଼ିବ ବୋଲି ରାଜକୋଟ ପୋଲିସ କମିଶନର ରାଜୁ ଭାର୍ଗବ ଗଣମାଧ୍ୟମକୁ କହିଛନ୍ତି। ସହରର ସମସ୍ତ ଗେମିଂ ଜୋନ୍‌କୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଟୁଇଟ୍‌ କରି ତୁରନ୍ତ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ କରିବା ପାଇଁ ସହର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି। ଉକ୍ତ ଗେମିଂ ଜୋନ୍‌ଟି ଯୁବରାଜ ସିଂ ସୋଲାଙ୍କିଙ୍କ ମାଲିକାନାରେ ରହିଛି। ଅବହେଳା ପାଇଁ ଏତେ ସଂଖ୍ୟାରେ ଲୋକଙ୍କ ଜୀବନ ଗଲା। ସେଥିପାଇଁ ସୋଲାଙ୍କିଙ୍କ ବିରୋଧରେ ମାମଲା ରୁଜୁ ହେବ ବୋଲି ପୋଲିସ କମିଶନର କହିଛନ୍ତି।

The post ଗେମିଂ ଜୋନ୍‌ରେ ନିଆଁ: ୨୭ ମୃତ appeared first on Dharitri Odia News.