BJD ନାଁରେ ପଦେ ବି କହିଲେନି, ମିଡିଆ ଉପରେ ବର୍ଷିଲେ ରାହୁଲ

ବଲାଙ୍ଗିରରୁ ରାହୁଲଙ୍କ ନିଶାନା। ଜନ ଆଶୀର୍ବାଦ ସଭାରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଅନେକ ପ୍ରତିଶ୍ରୁତି ଦେଇଛନ୍ତି। ରାହୁଲ କହିଛନ୍ତି, ପ୍ରଥମ ଥର ପାଇଁ କୌଣସି ଦଳ କହିଛି ଜିତିଲେ ସମ୍ବିଧାନ ବଦଳାଇବ।

BJD ନାଁରେ ପଦେ ବି କହିଲେନି, ମିଡିଆ ଉପରେ ବର୍ଷିଲେ ରାହୁଲ

ବଲାଙ୍ଗିରରେ ରାଜ୍ୟ ସରକାରଙ୍କ ନାଁରେ ପଦେ ବି କହିଲେନି ରାହୁଲ। ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ କି ବିଜେଡି ବିରୋଧରେ ପଦେ କହିଲେନି। ଏମିତିକି ମୁଖ୍ୟମନ୍ତ୍ରୀ କି ବିଜେଡି ନାଁ ମଧ୍ୟ ଧରିଲେନି ରାହୁଲ ଗାନ୍ଧି। ପୂରା ଭାଷଣରେ କେନ୍ଦ୍ର ସରକାର ଓ ବିଜେପି ବିରୋଧରେ ଗର୍ଜିଲେ। ସାଲେପୁର ସଭାରେ ବିଜେଡି ବିରୋଧରେ ବର୍ଷିଥିଲେ ବି ବଲାଙ୍ଗିରରେ ଚୁପ୍‌ ରହିଲେ।

ବଲାଙ୍ଗିରରୁ ରାହୁଲଙ୍କ ନିଶାନା। ଜନ ଆଶୀର୍ବାଦ ସଭାରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଅନେକ ପ୍ରତିଶ୍ରୁତି ଦେଇଛନ୍ତି। ରାହୁଲ କହିଛନ୍ତି, ପ୍ରଥମ ଥର ପାଇଁ କୌଣସି ଦଳ କହିଛି ଜିତିଲେ ସମ୍ବିଧାନ ବଦଳାଇବ। ଦୁନିଆର କୌଣସି ଶକ୍ତି ସମ୍ବିଧାନକୁ ଛୁଇଁ ପାରିବନି। ୨୨ ଶିଳ୍ପପତିଙ୍କୁ ୧୬ ଲକ୍ଷ କୋଟି ଋଣ ଛାଡ଼ କରିଦେଇଛନ୍ତି। ଦିଲ୍ଲୀରେ ସରକାରକୁ ୯୦ ଅଫିସର ଚଳାଉଛନ୍ତି। ସେଥିରୁ ୩ ଦଳିତ। ରାହୁଲ କହିଛନ୍ତି, ଜୁନ୍ ୪ରେ ଇଣ୍ଡି ମେଣ୍ଟ ସରକାର ଗଠନ ହେବ। ସରକାରକୁ ଆସିବା କ୍ଷଣି ଜାତି ଜନଗଣନା ହେବ। ସବୁ ବର୍ଗଙ୍କ ଗଣତି ହେବ।

ଅଧିକ ପଢ଼ନ୍ତୁ: ନବୀନଙ୍କର ଏଠି ଦରକାର ନାହିଁ, ଲୋକେ ତାଙ୍କୁ ଟାଟା, ବାଏ-ବାଏ କହିଲେଣି: ଅମିତ୍ ଶାହ

ବଲାଙ୍ଗିର ସଭାରେ ରାହୁଲ ଘୋଷଣା କରିଛନ୍ତି ପ୍ରତି ପରିବାରର ଜଣେ ଜଣେ ମହିଳାଙ୍କୁ କରାଯିବ ଲକ୍ଷପତି। ଜୁଲାଇ ୪ରେ ପ୍ରଥମ କିସ୍ତି ଭାବେ ମହିଳାଙ୍କ ଖାତାକୁ ୮୫୦୦ ଯିବ। ବର୍ଷକରେ ୧ ଲକ୍ଷ ଟଙ୍କା ପ୍ରତି ମହିଳାଙ୍କ ଖାତାକୁ ଯିବ। କୋଟିଏ ମହିଳାଙ୍କୁ ବର୍ଷକ ମଧ୍ୟରେ କରି ଦିଆଯିବ ଲକ୍ଷପତି। ସାରା ଦେଶରେ ବନ୍ଦ ପଡ଼ିଥିବା କାରଖାନା ପୁଣି ଚାଲୁ କରାଯିବ। 

ଚାଷୀମାନଙ୍କ ଋଣ ଛାଡ଼ କରାଯିବ ଓ ଲାଗୁ ହେବ ଗ୍ୟାରେଣ୍ଟି ଏମ୍ଏସପି। ଇଣ୍ଡି ମେଣ୍ଟ ସରକାର ମନରେଗା ମଜୁରୀ ୪ଶହ ଟଙ୍କା କରିବ। ବେରୋଜଗାର ଯୁବବର୍ଗଙ୍କୁ ବର୍ଷକ ଯାଏଁ ମାସିକ ୮୫୦୦ ଟଙ୍କା ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ ଗାନ୍ଧି।

ତାଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟାରେ ଓମ୍ ବିର୍ଲା କହିଛନ୍ତି, କଂଗ୍ରେସ ଯେଉଁ ପ୍ରକାରର ମିଛ କଥା କହି ଲୋକଙ୍କୁ ଭ୍ରମିତ କରିବାକୁ ଚାହୁଁଛି ତାହା ସଫଳ ହେବ ନାହିଁ।

ଅଧିକ ପଢ଼ନ୍ତୁ: ‘BJP ସରକାର ଆସିଲେ ରତ୍ନଭଣ୍ଡାର ରିପୋର୍ଟ ସାମ୍ନାକୁ ଆଣିବ’