BJD: ବିଜେଡିରେ ଚାଲିଛି କ’ଣ? ପଛେଇଗଲେ ବଡ଼ ନେତା
ଭୁବନେଶ୍ୱର,୧୯।୪: ୯ମ ଇନିଂସରେ ପାଦ ଛାପିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକଙ୍କୁ ଶନିବାର ବିଜୁ ଜନତା ଦଳ (ବିଜେଡି)ର ସଭାପତି ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି। ତେବେ ଏହି ସମୟରେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଥିଲା। ବିଜେଡିର ଅନେକ ବରିଷ୍ଠ ନେତା ଏହି ସମୟରେ ଅନୁପସ୍ଥିତ ରହିଥିଲେ। କେହି ବି ନବୀନଙ୍କ ଆଗକୁ ଆସି ନ ଥିଲେ। ଏହି ଘଟଣା ଏବେ ଓଡ଼ିଶା ରାଜନୀତିରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି। କିନ୍ତୁ ଏହି […] The post BJD: ବିଜେଡିରେ ଚାଲିଛି କ’ଣ? ପଛେଇଗଲେ ବଡ଼ ନେତା appeared first on Dharitri Odia News.
ଭୁବନେଶ୍ୱର,୧୯।୪: ୯ମ ଇନିଂସରେ ପାଦ ଛାପିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକଙ୍କୁ ଶନିବାର ବିଜୁ ଜନତା ଦଳ (ବିଜେଡି)ର ସଭାପତି ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି। ତେବେ ଏହି ସମୟରେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଥିଲା। ବିଜେଡିର ଅନେକ ବରିଷ୍ଠ ନେତା ଏହି ସମୟରେ ଅନୁପସ୍ଥିତ ରହିଥିଲେ। କେହି ବି ନବୀନଙ୍କ ଆଗକୁ ଆସି ନ ଥିଲେ। ଏହି ଘଟଣା ଏବେ ଓଡ଼ିଶା ରାଜନୀତିରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି। କିନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ସନାତନ ମହାକୁଡ଼, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରଫୁଲ୍ଲ ମଲ୍ଲିକ, ଶଶୀଭୂଷଣ ବେହେରା, ଭୂପିନ୍ଦର ସିଂ, ସରୋଜିନୀ ହେମ୍ବ୍ରମ ଏବଂ ସୁଲତା ଦେଓ ପରି ବରିଷ୍ଠ ନେତାମାନେ ଉପସ୍ଥିତ ନ ଥିଲେ। ଏହା ଦଳ ଭିତରେ ଅସନ୍ତୋଷ ଓ ଅସ୍ଥିରତାର ସଙ୍କେତ ବୋଲି ରାଜନୈତିକ ବିଶ୍ଳେଷକମାନେ ଆଲୋଚନା କରୁଛନ୍ତି।
୨୦୨୪ ନିର୍ବାଚନରେ ବିଜେଡିର ପରାଜୟ ପରେ ଦଳ ଭିତରେ ଅସନ୍ତୋଷ ବୃଦ୍ଧି ପାଇଛି। ଅନେକ ନେତା ନବୀନଙ୍କ ନେତୃତ୍ୱ ଶୈଳୀ ଏବଂ ଭି.କେ. ପାଣ୍ଡିଆନଙ୍କ ପ୍ରଭାବକୁ ନେଇ ଅସନ୍ତୁଷ୍ଟ ଅଛନ୍ତି। ଯଦିଓ ପାଣ୍ଡିଆନ ନିର୍ବାଚନ ପରାଜୟ ପରେ ରାଜନୀତିରୁ ଅବସର ଘୋଷଣା କରିଛନ୍ତି, ତଥାପି ଅନେକ ନେତା ମନେ କରୁଛନ୍ତି ଯେ ତାଙ୍କର ପରୋକ୍ଷ ପ୍ରଭାବ ଏବେ ବି ଦଳ ଉପରେ ରହିଛି। ସମ୍ପ୍ରତି ଓ୍ବକଫ୍ ସଂଶୋଧନ ବିଲ ଉପରେ ବିଜେଡିର ଅସ୍ପଷ୍ଟ ନୀତି ଏବଂ ଏହା ସହ ଜଡ଼ିତ ବିବାଦରେ ପାଣ୍ଡିଆନଙ୍କ ନାଁ ଉଠିବା ଅନେକ ନେତାଙ୍କୁ ଅସନ୍ତୁଷ୍ଟ କରିଛି।
ତେବେ ଏହାରି ଭିତରେ ପ୍ରଫୁଲ ମଲ୍ଲିକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ମୋତେ ଡକା ଯାଇନି। ଷ୍ଟେଟ କାଉନସିଲ ବୈଠକକୁ ମୋତେ ଡକାଯାଇ ନାହିଁ। ମୋତେ ଡାକି ନାହାନ୍ତି, ମୁଁ ଯାଇନି। କାହିଁକି ଡାକିଲେନି ଜାଣିନି। ପୂର୍ବରୁ ଷ୍ଟେଟ କାଉନ୍ସିଲ ବୈଠକ ହେଲେ ଡକା ଯାଇଥାଏ। ଦଳ ସହିତ ମୁଁ ରହିଛି, ଚକ୍ରାନ୍ତ କଥା କ’ଣ ହୋଇଛି ମୁଁ ଜାଣିନି।
ରାଜନୈତିକ ବିଶ୍ଳେଷକମାନେ ଏହାକୁ ଦଳୀୟ ସଂଗଠନରେ ପରିବର୍ତ୍ତନ ଏବଂ ଅଭ୍ୟନ୍ତରୀଣ କ୍ଷମତା ଗତିଶୀଳତାର ସଙ୍କେତ ବୋଲି ମନେ କରୁଛନ୍ତି। ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି, ନବୀନ ପଟ୍ଟନାୟକଙ୍କ ଭାଷଣରୁ ଜଣାପଡ଼ୁଛି ଯେ ସେ ବାସ୍ତବ ଜଗତରୁ ଦୂରେଇ ଭର୍ଚୁଆଲ ଜଗତକୁ ଯିବାକୁ ଚାହୁଁଛନ୍ତି। ସେ କେବଳ ସୋସିଆଲ ମିଡିଆ ଏବଂ ଅନ୍ୟାନ୍ୟ ବିଷୟ ଉପରେ କହିଛନ୍ତି। ଉପସ୍ଥିତ ନେତାମାନେ ଜାଣନ୍ତି ଯେ ନବୀନ ଭି.କେ. ପାଣ୍ଡିଆନଙ୍କୁ ସୁରକ୍ଷା ଦେବା ପାଇଁ ଯେ କୌଣସି ସ୍ଥରକୁ ଯାଇପାରନ୍ତି। ଯେଉଁ ନେତାମାନେ ଅନୁପସ୍ଥିତ ଥିଲେ, ସେମାନେ ତୃଣମୂଳ ସ୍ତରରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ଏହା ଜଣାପଡ଼ୁଛି ଯେ ନବୀନଙ୍କ ନିକଟତର ବ୍ୟକ୍ତିମାନେ ତାଙ୍କୁ ଭର୍ଚୁଆଲ ଜଗତରେ ରଖିବାକୁ ଚାହୁଁଛନ୍ତି।
The post BJD: ବିଜେଡିରେ ଚାଲିଛି କ’ଣ? ପଛେଇଗଲେ ବଡ଼ ନେତା appeared first on Dharitri Odia News.