BJD: ରାଜ୍ୟ ସଭାରେ ଓ୍ବକଫ୍ ବିଲ୍ ଭୋଟିଂକୁ ନେଇ ଆଜି ସତ କହିଦେଲେ ସୁଲୋତା, ରାଜନୀତି ହଲଚଲ
ଭୁବନେଶ୍ୱର,୨୩।୪: ୱକଫ୍ ଭୋଟିଂକୁ ତାତି ଟିକିଏ କମିଥିବାବେଳେ ପୁଣି ବଡ଼ ବୟାନ ଦେଇଛନ୍ତି ବିଜେଡି ରାଜ୍ୟ ସଭା ଏମପି ସୁଲତା ଦେଓ। ଏପ୍ରିଲ ୪ରେ ରାଜ୍ୟ ସଭାରେ ୧୨୮ ଜଣଙ୍କ ସମର୍ଥନ ଓ ୯୫ ଜଣଙ୍କ ବିରୋଧ ସତ୍ତ୍ୱେ ରାଜ୍ୟ ସଭାରେ ପାରିତ ହୋଇଥିଲା। ପୂର୍ବରୁ ବିଜେଡି ଏମପି ସୁଲତା ଦେଓ ଏହି ବିଲ ସମ୍ପର୍କରେ ରାଜ୍ୟ ସଭାରେ ତାଙ୍କର ମତ ରଖିଥିଲେ। ସେ ଓ୍ବକଫ ବିଲର କେତେକ ଦିଗ ଉପରେ ସମାଲୋଚନା କରିଥିଲେ, ବିଶେଷକରି ଏହା […] The post BJD: ରାଜ୍ୟ ସଭାରେ ଓ୍ବକଫ୍ ବିଲ୍ ଭୋଟିଂକୁ ନେଇ ଆଜି ସତ କହିଦେଲେ ସୁଲୋତା, ରାଜନୀତି ହଲଚଲ appeared first on Dharitri Odia News.
ଭୁବନେଶ୍ୱର,୨୩।୪: ୱକଫ୍ ଭୋଟିଂକୁ ତାତି ଟିକିଏ କମିଥିବାବେଳେ ପୁଣି ବଡ଼ ବୟାନ ଦେଇଛନ୍ତି ବିଜେଡି ରାଜ୍ୟ ସଭା ଏମପି ସୁଲତା ଦେଓ। ଏପ୍ରିଲ ୪ରେ ରାଜ୍ୟ ସଭାରେ ୧୨୮ ଜଣଙ୍କ ସମର୍ଥନ ଓ ୯୫ ଜଣଙ୍କ ବିରୋଧ ସତ୍ତ୍ୱେ ରାଜ୍ୟ ସଭାରେ ପାରିତ ହୋଇଥିଲା।
ପୂର୍ବରୁ ବିଜେଡି ଏମପି ସୁଲତା ଦେଓ ଏହି ବିଲ ସମ୍ପର୍କରେ ରାଜ୍ୟ ସଭାରେ ତାଙ୍କର ମତ ରଖିଥିଲେ। ସେ ଓ୍ବକଫ ବିଲର କେତେକ ଦିଗ ଉପରେ ସମାଲୋଚନା କରିଥିଲେ, ବିଶେଷକରି ଏହା ଧାର୍ମିକ ସଂଖ୍ୟାଲଘୁଙ୍କ ଅଧିକାର ଏବଂ ଓୱାକଫ ସମ୍ପତ୍ତିର ପରିଚାଳନା ଉପରେ ପ୍ରଭାବ ପକାଇବ ବୋଲି ଆଶଙ୍କା ପ୍ରକାଶ କରିଥିଲେ। ସୁଲୋତା ଦେଓ କହିଥିଲେ ଯେ ଏହି ବିଲ ମୁସଲମାନ ସମୁଦାୟର ଧାର୍ମିକ ଏବଂ ସାଂସ୍କୃତିକ ଅଧିକାରକୁ ପ୍ରଭାବିତ କରିପାରେ, ଏବଂ ଏହାର କେତେକ ବିଷୟ ସମ୍ବିଧାନର ମୌଳିକ ଅଧିକାର ବିରୋଧୀ ହୋଇପାରେ।
ତେବେ ଏହାରି ଭିତରେ ସେ ଆଜି ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ମୁଁ ୱକଫ ସଂଶୋଧନ ସପକ୍ଷରେ ଭୋଟ ଦେଇଛି। ମୋର ନେତା ବିବେକ ଅନୁମୋଦିତ ଭୋଟ ଦେବାକୁ କହିଥିଲେ। ଆମେ ୪ ଜଣ ବୋଧ ହୁଏ ସପକ୍ଷରେ ଭୋଟ ଦେଇଛୁ। ଜଣେ ଅନୁପସ୍ଥିତ ଥିଲେ, ଆଉ ୨ ଜଣ ବୋଧେ ବିପକ୍ଷରେ ଦେଇଛନ୍ତି।
The post BJD: ରାଜ୍ୟ ସଭାରେ ଓ୍ବକଫ୍ ବିଲ୍ ଭୋଟିଂକୁ ନେଇ ଆଜି ସତ କହିଦେଲେ ସୁଲୋତା, ରାଜନୀତି ହଲଚଲ appeared first on Dharitri Odia News.