ମଦ ବନ୍ଦ ପାଇଁ ଏକାଠି ହେଲେ ମହିଳା, ମଦ ପିଇ ଗଣ୍ଡଗୋଳ କଲେ ଦେବାକୁ ପଡ଼ିବ ମୋଟା ଅଙ୍କର ଜରିମାନା

ଅମରପାଲି,୧ା୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତର ମାଳିଦାଦର ଗ୍ରାମରେ ମଦ ବିକ୍ରି ବନ୍ଦ କରିବାକୁ ଦାବି କରି ଗ୍ରାମର ମହିଳାମାନେ ପୋଲିସର ଦ୍ବାରସ୍ଥ ନେଇଛନ୍ତି। ଏନେଇ ଗ୍ରାମର ମହିଳାମାନେ ଠେଙ୍ଗୋ ଡ୍ୟାମସ୍ଥିତ ହରିହର ଯୋର ଫାଣ୍ଡିକୁ ଯାଇ ଗ୍ରାମରେ ମଦବିକ୍ରି ବନ୍ଦ ପାଇଁ ସହାୟତା କରିବାକୁ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ, ଗ୍ରାମରେ ମଦ ଦୋକାନ କରି ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଥିଲା। ମଦ୍ୟପଙ୍କ ସଂଖ୍ୟା ବଢ଼ିଯିବାରୁ ଏପରିକି ଛୋଟ […] The post ମଦ ବନ୍ଦ ପାଇଁ ଏକାଠି ହେଲେ ମହିଳା, ମଦ ପିଇ ଗଣ୍ଡଗୋଳ କଲେ ଦେବାକୁ ପଡ଼ିବ ମୋଟା ଅଙ୍କର ଜରିମାନା appeared first on Dharitri Odia News.

ମଦ ବନ୍ଦ ପାଇଁ ଏକାଠି ହେଲେ ମହିଳା, ମଦ ପିଇ ଗଣ୍ଡଗୋଳ କଲେ ଦେବାକୁ ପଡ଼ିବ ମୋଟା ଅଙ୍କର ଜରିମାନା

ଅମରପାଲି,୧ା୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତର ମାଳିଦାଦର ଗ୍ରାମରେ ମଦ ବିକ୍ରି ବନ୍ଦ କରିବାକୁ ଦାବି କରି ଗ୍ରାମର ମହିଳାମାନେ ପୋଲିସର ଦ୍ବାରସ୍ଥ ନେଇଛନ୍ତି। ଏନେଇ ଗ୍ରାମର ମହିଳାମାନେ ଠେଙ୍ଗୋ ଡ୍ୟାମସ୍ଥିତ ହରିହର ଯୋର ଫାଣ୍ଡିକୁ ଯାଇ ଗ୍ରାମରେ ମଦବିକ୍ରି ବନ୍ଦ ପାଇଁ ସହାୟତା କରିବାକୁ ନିବେଦନ କରିଛନ୍ତି।
ସୂଚନାଯୋଗ୍ୟ, ଗ୍ରାମରେ ମଦ ଦୋକାନ କରି ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଥିଲା। ମଦ୍ୟପଙ୍କ ସଂଖ୍ୟା ବଢ଼ିଯିବାରୁ ଏପରିକି ଛୋଟ ଛୋଟ ପିଲାମାନେ ମଧ୍ୟ ମଦ ନିଶାର ବହୁଳ ବ୍ୟବହାର କରିବାକୁ ମହିଳାମାନେ ଏକଜୁଟ ହେଲେ। ଗ୍ରାମରେ ଏକ ସଭା କରି ପ୍ରତ୍ୟେକ ଘରୁ ମହିଳାମାନେ ବାହାରି ମଦ ବିକ୍ରି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଉକ୍ତ ବୈଠକରେ ଗ୍ରାମରେ ମଦ ବିକ୍ରି ବନ୍ଦ ସହିତ ଯିଏ ମଦ ବିକ୍ରି କରିବ ଓ ମଦ ପିଇ ଗଣ୍ଡଗୋଳ କରିବ ୧୦ ହଜାର ଟଙ୍କା ଜରିମାନା ଦେବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତିକୁ ସମସ୍ତେ ମାନିବାକୁ ସମ୍ମତି ଜଣାଇଛନ୍ତି।
ସୂଚନାଯୋଗ୍ୟ, ପୂର୍ବରୁ ବହଳପଦର ପଞ୍ଚାୟତର ଗୌଡ଼ଗାଡ ଗ୍ରାମରେ ମଦ ବିକ୍ରି ବନ୍ଦ କରିଛନ୍ତି ମହିଳାମାନେ। ଏହାକୁ ଦେଖି ମାଳିଦାଦାର ସମେତ ଦାଦରପାଲି, କୁହିଦାଦର ଗ୍ରାମର ମହିଳାମାନେ ମଧ୍ୟ ନିଜ ନିଜ ଗ୍ରାମରେ ମଦ ବିକ୍ରି ବନ୍ଦ ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ମହିଳାଙ୍କ ମଦ ବିରୋଧୀ ନିଷ୍ପତ୍ତିକୁ ଅଞ୍ଚଳରେ ପ୍ରଶଂସା କରାଯାଉଛି।

The post ମଦ ବନ୍ଦ ପାଇଁ ଏକାଠି ହେଲେ ମହିଳା, ମଦ ପିଇ ଗଣ୍ଡଗୋଳ କଲେ ଦେବାକୁ ପଡ଼ିବ ମୋଟା ଅଙ୍କର ଜରିମାନା appeared first on Dharitri Odia News.