ନାବାଳିକା ଗର୍ଭପାତ ଔଷଧ ଖାଇ ଗୁରୁତର
ନିରାକାରପୁର,୨୯।୨(ମାନସ ଚନ୍ଦ୍ର ପଟ୍ଟନାୟକ): ଜଣେ ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଜଣେ ଯୁବକ ବଳାତ୍କାର କରିଥିଲେ। ହେଲେ ନାବାଳିକା ଜଣକ ଗର୍ଭବତୀ ହେବା ଜାଣି ଯୁବକ ତାଙ୍କୁ ଗର୍ଭପାତ ଔଷଧ ଖାଇବାକୁ ଦେଇଥିଲେ। ଔଷଧ ଖାଇବା ପରେ ପ୍ରବଳ ରକ୍ତସ୍ରାବ ଯୋଗୁ ନାବାଳିକ ଗୁରୁତର ହୋଇପଡିଛନ୍ତି। ପରିବାର ଲୋକେ ଝିଅକୁ ଉଦ୍ଧାର କରି ଚିକିତ୍ସା ପାଇଁ ଖୋର୍ଦ୍ଧା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଏନେଇ ନାବାଳିକାଙ୍କ ବାପା ଜଙ୍କିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୋଲିସ […] The post ନାବାଳିକା ଗର୍ଭପାତ ଔଷଧ ଖାଇ ଗୁରୁତର appeared first on Dharitri Odia News.
ନିରାକାରପୁର,୨୯।୨(ମାନସ ଚନ୍ଦ୍ର ପଟ୍ଟନାୟକ): ଜଣେ ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଜଣେ ଯୁବକ ବଳାତ୍କାର କରିଥିଲେ। ହେଲେ ନାବାଳିକା ଜଣକ ଗର୍ଭବତୀ ହେବା ଜାଣି ଯୁବକ ତାଙ୍କୁ ଗର୍ଭପାତ ଔଷଧ ଖାଇବାକୁ ଦେଇଥିଲେ। ଔଷଧ ଖାଇବା ପରେ ପ୍ରବଳ ରକ୍ତସ୍ରାବ ଯୋଗୁ ନାବାଳିକ ଗୁରୁତର ହୋଇପଡିଛନ୍ତି। ପରିବାର ଲୋକେ ଝିଅକୁ ଉଦ୍ଧାର କରି ଚିକିତ୍ସା ପାଇଁ ଖୋର୍ଦ୍ଧା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।
ଏନେଇ ନାବାଳିକାଙ୍କ ବାପା ଜଙ୍କିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା(ନଂ.୮୬/୨୪) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଙ୍କିଆ ଥାନା ଅଧିକାରିଣୀ ପ୍ରଜ୍ଞା ଋ଼ତୁମ୍ଭରା କର ସୂଚନା ଦେଇଛନ୍ତି।
The post ନାବାଳିକା ଗର୍ଭପାତ ଔଷଧ ଖାଇ ଗୁରୁତର appeared first on Dharitri Odia News.