ବିଜେଡି-ଭାଜପା ମଧ୍ୟରେ କେବେଠୁ ମେଣ୍ଟ ହୋଇସାରିଛି: କଂଗ୍ରେସ
ଭୁବନେଶ୍ବର,୧୪।୩: ଭାଜପା-ବିଜେଡି ମେଣ୍ଟ ଚର୍ଚ୍ଚା ମଧ୍ୟରେ କଂଗ୍ରେସ ପ୍ରତିକ୍ରିୟା ଦେଇଛି। ରାଜ୍ୟ ପ୍ରଭାରୀ ଅଜୟ କୁମାର କହିଛନ୍ତି, ଭାଜପା-ବିଜେଡି କେବେଠାରୁ ମେଣ୍ଟ କରିସାରିଛନ୍ତି। ଯଦି ମେଣ୍ଟକୁ ନେଇ ଘୋଷଣା ନ ହୁଏ, ତେବେ ଉଭୟ ଦଳ ଅଘୋଷିତ ମେଣ୍ଟ ନେଇ ନିର୍ବାଚନ ଲଢ଼ିବେ। ଅଘୋଷିତ ମେଣ୍ଟ ହେଲେ ଉଭୟ ଦଳ ପରସ୍ପରକୁ ଭିତିରିଆ ସହଯୋଗ କରିବେ। ମେଣ୍ଟର ପ୍ରଥମ ପ୍ଲାନ କାମ ନକଲେ ଦ୍ୱିତୀୟ ପ୍ଲାନରେ ଉଭୟ ଦଳ ଲଢ଼ିବେ। ଅନ୍ୟପଟେ, ଦିଲ୍ଲୀରୁ ଫେରିବା ପରେ ଭାଜପା […] The post ବିଜେଡି-ଭାଜପା ମଧ୍ୟରେ କେବେଠୁ ମେଣ୍ଟ ହୋଇସାରିଛି: କଂଗ୍ରେସ appeared first on Dharitri Odia News.
ଭୁବନେଶ୍ବର,୧୪।୩: ଭାଜପା-ବିଜେଡି ମେଣ୍ଟ ଚର୍ଚ୍ଚା ମଧ୍ୟରେ କଂଗ୍ରେସ ପ୍ରତିକ୍ରିୟା ଦେଇଛି। ରାଜ୍ୟ ପ୍ରଭାରୀ ଅଜୟ କୁମାର କହିଛନ୍ତି, ଭାଜପା-ବିଜେଡି କେବେଠାରୁ ମେଣ୍ଟ କରିସାରିଛନ୍ତି। ଯଦି ମେଣ୍ଟକୁ ନେଇ ଘୋଷଣା ନ ହୁଏ, ତେବେ ଉଭୟ ଦଳ ଅଘୋଷିତ ମେଣ୍ଟ ନେଇ ନିର୍ବାଚନ ଲଢ଼ିବେ। ଅଘୋଷିତ ମେଣ୍ଟ ହେଲେ ଉଭୟ ଦଳ ପରସ୍ପରକୁ ଭିତିରିଆ ସହଯୋଗ କରିବେ। ମେଣ୍ଟର ପ୍ରଥମ ପ୍ଲାନ କାମ ନକଲେ ଦ୍ୱିତୀୟ ପ୍ଲାନରେ ଉଭୟ ଦଳ ଲଢ଼ିବେ।
ଅନ୍ୟପଟେ, ଦିଲ୍ଲୀରୁ ଫେରିବା ପରେ ଭାଜପା ସଭାପତି ମନମୋହନ ସାମଲ ଗୁରୁବାର ମନମୋହନ କହିଛନ୍ତି, ଓଡ଼ିଶାରେ ଭାଜପା ଏକାକୀ ଲଢ଼ିବ ଆଉ ଜିତିବ ମଧ୍ୟ। ଲୋକମାନଙ୍କ ଆଶୀର୍ବାଦ, ସ୍ନେହ, ଶୁଭେଚ୍ଛା ନେଇ ଭାଜପା ସରକାର ଗଢ଼ିବ। ତେବେ ମନମୋହନଙ୍କ ଏଭଳି କଥା ଏବେ ଦ୍ୱନ୍ଦରେ ପକାଇଦେଇଛି। ଏବେ ସମସ୍ତେ ଭାବୁଛନ୍ତି ମେଣ୍ଟ ହେବ କି ନାହିଁ।
The post ବିଜେଡି-ଭାଜପା ମଧ୍ୟରେ କେବେଠୁ ମେଣ୍ଟ ହୋଇସାରିଛି: କଂଗ୍ରେସ appeared first on Dharitri Odia News.