ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ: ଓମାର ଅବଦୁଲ୍ଲା କହିଲେ…
କଶ୍ମୀର,୧୦।୫: ଭାରତ-ପାକିସ୍ତାନ ଯୁଦ୍ଧବିରତି ଘୋଷଣାର କିଛି ଘଣ୍ଟା ପରେ ପାକିସ୍ତାନ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି। LoCରେ ପାକିସ୍ତାନ ଗୁଳିଗୋଳା, ଡ୍ରୋନ ଆକ୍ରମଣ କରିଛି। ଯୁଦ୍ଧବିରତି ଘୋଷଣାର ମାତ୍ର ୩ ଘଣ୍ଟା ପରେ ପାକିସ୍ତାନ ଅସ୍ତ୍ରବିରତି ଭାଙ୍ଗିଛି। ଜାତୀୟ ଗଣମାଧ୍ୟମ ସୂଚନା ମୁତାବକ, ଉଦାମପୁର, ଅଖନୋର, ନୋଶେରା, ପୁଞ୍ଚ, ମେଘର, ଜମ୍ମୁ, ସୁନ୍ଦରବାନୀ, ଆରଏସପୁର, ଆର୍ନିଆ ଏବଂ କାଥୁଆ ଅଞ୍ଚଳରେ ପ୍ରବଳ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ପାକିସ୍ତାନ ଦ୍ୱାରା ଅସ୍ତ୍ରବିରତି ଉଲ୍ଲଂଘନକୁ […] The post ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ: ଓମାର ଅବଦୁଲ୍ଲା କହିଲେ… appeared first on Dharitri Odia News.
କଶ୍ମୀର,୧୦।୫: ଭାରତ-ପାକିସ୍ତାନ ଯୁଦ୍ଧବିରତି ଘୋଷଣାର କିଛି ଘଣ୍ଟା ପରେ ପାକିସ୍ତାନ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି। LoCରେ ପାକିସ୍ତାନ ଗୁଳିଗୋଳା, ଡ୍ରୋନ ଆକ୍ରମଣ କରିଛି।
ଯୁଦ୍ଧବିରତି ଘୋଷଣାର ମାତ୍ର ୩ ଘଣ୍ଟା ପରେ ପାକିସ୍ତାନ ଅସ୍ତ୍ରବିରତି ଭାଙ୍ଗିଛି। ଜାତୀୟ ଗଣମାଧ୍ୟମ ସୂଚନା ମୁତାବକ, ଉଦାମପୁର, ଅଖନୋର, ନୋଶେରା, ପୁଞ୍ଚ, ମେଘର, ଜମ୍ମୁ, ସୁନ୍ଦରବାନୀ, ଆରଏସପୁର, ଆର୍ନିଆ ଏବଂ କାଥୁଆ ଅଞ୍ଚଳରେ ପ୍ରବଳ ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି।
ଅନ୍ୟପକ୍ଷେ ପାକିସ୍ତାନ ଦ୍ୱାରା ଅସ୍ତ୍ରବିରତି ଉଲ୍ଲଂଘନକୁ ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ନିନ୍ଦା କରିଛନ୍ତି। ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ’X’ ରେ ଏକ ପୋଷ୍ଟରେ କହିଛନ୍ତି ଯେ, ଶ୍ରୀନଗରରେ ବିସ୍ଫୋରଣ ଶୁଣାଯାଇଛି। ଅସ୍ତ୍ରବିରତିର କଣ ହେଲା? ଶ୍ରୀନଗର ସାରା ବିସ୍ଫୋରଣ ଶୁଣାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
କିଛି ସମୟ ପୂର୍ବରୁ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ହୋଇଥିଲା। ଏନେଇ ସରକାର ଖବରତାଦା ସମ୍ମିଳନୀରେ ସୂଚନା ଦେଇଥିଲେ।
The post ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ: ଓମାର ଅବଦୁଲ୍ଲା କହିଲେ… appeared first on Dharitri Odia News.