ଭାଇ ବାହାଘରରେ ଦୁଲହନ ଠାରୁ ଅଧିକ ସୁନ୍ଦର ଦେଖାଗଲେ ଦେଶୀଗର୍ଲ
ଗ୍ଲୋବାଲ୍ ଆଇକନ ପ୍ରିୟଙ୍କା ଚୋପ୍ରା ଏବେ ଭାରତରେ । ତାଙ୍କର ଏକ ମାତ୍ର ଭାଇ ହେଉଛନ୍ତି ସିଦ୍ଧାର୍ଥ ଚୋପ୍ରା । ଯାହାଙ୍କ ବିବାହ ଉତ୍ସବରେ ଯୋଗ ଦେଇଛନ୍ତି ଦେଶୀଗର୍ଲ ଓ ତାଙ୍କ ପରିବାର । ବର୍ତମାନ ସେ କାମକୁ ଛାଡି ସେ ନିଜ ଭାଇ ବାହାଘରର ସମ୍ପୁର୍ଣ୍ଣ ମଜା ନେଉଛନ୍ତି । ସେ ସବୁ ଫ୍ୟାଶନରେ ନିଜର ଏକ ସ୍ବତନ୍ତ୍ର ଛାପ ଛାଡିଛନ୍ତି । ପ୍ରିୟଙ୍କାଙ୍କ ସହ ଝିଅ, ସ୍ବାମୀ ନିକ ଜୋନସ୍ ଏବଂ ଶାଶୁ ଓ […] The post ଭାଇ ବାହାଘରରେ ଦୁଲହନ ଠାରୁ ଅଧିକ ସୁନ୍ଦର ଦେଖାଗଲେ ଦେଶୀଗର୍ଲ appeared first on KNews Odisha.

ଗ୍ଲୋବାଲ୍ ଆଇକନ ପ୍ରିୟଙ୍କା ଚୋପ୍ରା ଏବେ ଭାରତରେ । ତାଙ୍କର ଏକ ମାତ୍ର ଭାଇ ହେଉଛନ୍ତି ସିଦ୍ଧାର୍ଥ ଚୋପ୍ରା । ଯାହାଙ୍କ ବିବାହ ଉତ୍ସବରେ ଯୋଗ ଦେଇଛନ୍ତି ଦେଶୀଗର୍ଲ ଓ ତାଙ୍କ ପରିବାର । ବର୍ତମାନ ସେ କାମକୁ ଛାଡି ସେ ନିଜ ଭାଇ ବାହାଘରର ସମ୍ପୁର୍ଣ୍ଣ ମଜା ନେଉଛନ୍ତି । ସେ ସବୁ ଫ୍ୟାଶନରେ ନିଜର ଏକ ସ୍ବତନ୍ତ୍ର ଛାପ ଛାଡିଛନ୍ତି । ପ୍ରିୟଙ୍କାଙ୍କ ସହ ଝିଅ, ସ୍ବାମୀ ନିକ ଜୋନସ୍ ଏବଂ ଶାଶୁ ଓ ଶ୍ବଶୁର ମଧ୍ୟ ଏହି ବିବାହ ଉତ୍ସବକୁ ଯୋଗ ଦେବାପାଇଁ ଭାରତ ଆସିଛନ୍ତି ।
ବିବାହର ସବୁ ଉତ୍ସବରେ ପ୍ରିୟଙ୍କା ସୁନ୍ଦର ଭାବରେ ସଜେଇ ହୋଇଛନ୍ତି ଯାହା ଫଳରେ ସେ ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଅଭିନେତ୍ରୀ ଓ ତାଙ୍କ ସ୍ବାମୀ ବ୍ଲୁ କଲର ଆଉଟ୍ ଫିଟ୍ ରେ ନଜର ଆସିଛନ୍ତି । ପ୍ରିୟଙ୍କା ସୁନ୍ଦର ଲୁକରେ ନଜର ଆସିବା ସହ ହୀରାର ଅଳଙ୍କାର ପିନ୍ଧିଥିବା ଦେଖିବାକୁ ମିଳିଛି । ସେ ଏକ ଷ୍ଟେଟମେଣ୍ଟ ହାର ଓ କାନଫୁଲ ସହ ବ୍ରେସଲେଟ ପିନ୍ଧିଛନ୍ତି । ଏହାସହ ସ୍ମକି ଆଖି ଏବଂ ଦମଦାର ମେକପ ତାଙ୍କୁ ଆହୁରି ସୁନ୍ଦର କରିଦେଇଛି ।
ପାଖରେ ତାଙ୍କ ସ୍ବାମୀ ନିକଙ୍କୁ ଦେଖିବାକୁ ମିଳିଛି । ପ୍ରିୟଙ୍କା ସଙ୍ଗୀତକୁ ଯିବା ପୁର୍ବରୁ ସେ ନିଜ ସ୍ବାମୀ ନିକଙ୍କ ସହ ଫଟୋ ପୋଜ୍ ଦେଇଥିଲେ । ଏହାସହ ସେ ନିଜ ଭାଉଜଙ୍କ ଲେହେଙ୍ଗାକୁ ସଜାଡୁଥିବା ଦେଖିବାକୁ ମିଳୁଥିଲା । ସେମାନେ ଉଭୟ ଡାନ୍ସ ମଧ୍ୟ କରିଥିଲେ । ମେହେନ୍ଦିରେ ପ୍ରିୟଙ୍କା ରାହୁଲ୍ ମିଶ୍ରାଙ୍କ ନିର୍ମିତ ହୋଇଥିବା ଏକ ସୁନ୍ଦର ଆକର୍ଷଣୀୟ ଅଫ୍ ସୋଲ୍ଡରର ଏକ ଧଳା ଗାଉନ ପିନ୍ଧିଥିଲେ ।
ଯାହାକି ସବୁଠାରୁ ଅଧିକ ଆକର୍ଷଣୀୟ ଥିଲା ବଲଗାରୀ ହାର । ଯାହାର ମୁଲ ୧୦ରୁ ୧୨ କୋଟି ବୋଲି ଜଣାପଡିଛି । ଏହି ସୁନ୍ଦର ହାରଟି ପ୍ରିୟଙ୍କାଙ୍କୁ ଆହୁରି ସୁନ୍ଦର କରିଦେଇଥିଲା ।
Also read: ବଡ ପରଦାକୁ ଫେରୁଛନ୍ତି ଦେଶୀଗର୍ଲ, ବଲିଉଡ୍ ର ହାଇପେଡ୍ ଲିଷ୍ଟରେ ଯୋଡିହେଲେ ପ୍ରିୟଙ୍କା
The post ଭାଇ ବାହାଘରରେ ଦୁଲହନ ଠାରୁ ଅଧିକ ସୁନ୍ଦର ଦେଖାଗଲେ ଦେଶୀଗର୍ଲ appeared first on KNews Odisha.