ବିଧାନସଭାରେ ବିବୃତି ରଖିଲେ ବାଚସ୍ପତି, କହିଲେ…

ଭୁବନେଶ୍ୱର,୨୬।୩: ବିଧାନସଭାରେ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ପ୍ରସଙ୍ଗ ଉପରେ ବିବୃତି ରଖିଲେ ବାଚସ୍ପତି ସୁରମା ପାଢ଼ୀ। ୨୫ ସୁଦ୍ଧା ନିର୍ଦ୍ଧରିତ ସମୟରୁ ୩୯ ଘଣ୍ଟା ୨ ମିନିଟ୍‌ ଗୃହ ଚାଲିପାରିନାହିଁ। ୨୧ରେ ଉପବାଚସ୍ପତି ବିଶୃଙ୍ଖଳିତ ଆଚରଣରୁ ନିବୃତ ରହିବାକୁ କହିଥିଲେ। ଏସବୁ ସତ୍ତ୍ବେ ବିଶୃଙ୍ଖଳ ଆଚରଣ ଜାରି ରଖିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୧୨ କଂଗ୍ରେସ ବିଧାୟକଙ୍କୁ ମଙ୍ଗଳବାର ନିଲମ୍ବନ କରାଯାଇଥିଲା। ଏହାପରେ ବି ସେମାନେ ଗୃହ ପରିତ୍ୟାଗ ନ କରି ଅହୋରାତ୍ର ଧାରଣା ଦେବେ ଜଣାଇଥିଲେ। ବିଧାୟକଙ୍କ […] The post ବିଧାନସଭାରେ ବିବୃତି ରଖିଲେ ବାଚସ୍ପତି, କହିଲେ… appeared first on Dharitri Odia News.

ବିଧାନସଭାରେ ବିବୃତି ରଖିଲେ ବାଚସ୍ପତି, କହିଲେ…

ଭୁବନେଶ୍ୱର,୨୬।୩: ବିଧାନସଭାରେ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ପ୍ରସଙ୍ଗ ଉପରେ ବିବୃତି ରଖିଲେ ବାଚସ୍ପତି ସୁରମା ପାଢ଼ୀ। ୨୫ ସୁଦ୍ଧା ନିର୍ଦ୍ଧରିତ ସମୟରୁ ୩୯ ଘଣ୍ଟା ୨ ମିନିଟ୍‌ ଗୃହ ଚାଲିପାରିନାହିଁ। ୨୧ରେ ଉପବାଚସ୍ପତି ବିଶୃଙ୍ଖଳିତ ଆଚରଣରୁ ନିବୃତ ରହିବାକୁ କହିଥିଲେ। ଏସବୁ ସତ୍ତ୍ବେ ବିଶୃଙ୍ଖଳ ଆଚରଣ ଜାରି ରଖିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୧୨ କଂଗ୍ରେସ ବିଧାୟକଙ୍କୁ ମଙ୍ଗଳବାର ନିଲମ୍ବନ କରାଯାଇଥିଲା। ଏହାପରେ ବି ସେମାନେ ଗୃହ ପରିତ୍ୟାଗ ନ କରି ଅହୋରାତ୍ର ଧାରଣା ଦେବେ ଜଣାଇଥିଲେ। ବିଧାୟକଙ୍କ ସୁରକ୍ଷା ପାଇଁ ସବୁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ରାତି ୯ଟାରେ କଂଗ୍ରେସ ସଦସ୍ୟ ଓ କର୍ମୀ ଆକ୍ରମଣ କରିଥିଲେ। ବିଧାନସଭା ବାରଣ୍ଡାକୁ ଆସି ମାର୍ଶଲ, ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିଥିଲେ, ଯେଉଁଥିରେ ସେମାନେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ବୋଲି ବାଚସ୍ପତି କହିଛନ୍ତି।

ପ୍ରକାଶ ଯେ, ମଙ୍ଗଳବାର ବିଧାନସଭାରୁ ୧୨ ଜଣ ବିଧାୟକଙ୍କୁ ସସ୍‌ପେଣ୍ଡ  କରାଯାଇଥିବା ବେଳେ ବୁଧବାର ଆଉ ଦୁଇ କଂଗ୍ରେସ ବିଧାୟକଙ୍କୁ ସସ୍‌ପେଣ୍ଡ୍‌ କରାଯାଇଥିଲା। ଏହି ଦୁଇ ବିଧାୟକ ହେଲେ କୋରାପୁଟ ଜିଲା ଜୟପୁରର ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ଗଞ୍ଜାମ ଜିଲାର ସାନଖେମୁଣ୍ଡି ବିଧାୟକ ରମେଶ ଜେନା।

ଉଭୟଙ୍କୁ ବାଚସ୍ପତି ସୁରମା ପାଢ଼ୀ ସସ୍‌ପେଣ୍ଡ୍‌ କରିଥିଲେ। ବାଚସ୍ପତିଙ୍କ ତାଗିଦ୍‌ ସତ୍ତ୍ୱେ ଉଭୟ ବିଧାୟକ ଗୃହ ମଧ୍ୟରେ ଘଣ୍ଟ ପିଟି ଚାଲିଥିଲେ। ଏପରି ବିଶୃଙ୍ଖଳିତ ଆଚରଣ ପାଇଁ ବାଚସ୍ପତି ଉଭୟଙ୍କୁ ଗୃହରୁ ୭ ଦିନ ପାଇଁ ନିଲମ୍ବନ କରିଥିଲେ। ଏହିପରି ମୋଟ୍‌ ୧୪ ବିଧାୟକ ସସ୍‌ପେଣ୍ଡ୍‌ ହୋଇଛନ୍ତି।

ସୂଚନାଯୋଗ୍ୟ, ମଙ୍ଗଳବାର ବାଚସ୍ପତିଙ୍କ ପ୍ରତି ଅସମ୍ମାନ, ବିଧାନସଭାରେ ଅଶୋଭନୀୟ ଆଚରଣ ଓ ବିଧାନସଭାର ନିୟମ ଉଲ୍ଲଘଂନ ପାଇଁ କଂଗ୍ରେସ ସଦସ୍ୟ ରାମଚନ୍ଦ୍ର କାଡାମ, ରାଜନ ଏକ୍କା, ଦାଶରଥୀ ଗମାଙ୍ଗ, ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, କାଡ୍ରାକା ଆପଲ ସ୍ବାମୀ, ପ୍ରଫୁଲ୍ଲ ପ୍ରଧାନ, ପବିତ୍ର ସାଉଁତା, ସୋଫିଆ ଫିର୍ଦ୍ଦୋସ, ମଙ୍ଗୁ ଖିଲ ଓ ନୀଳମାଧବ ହିକକାଙ୍କୁ ନିଲମ୍ବନ କରାଯାଇଥିଲା।

The post ବିଧାନସଭାରେ ବିବୃତି ରଖିଲେ ବାଚସ୍ପତି, କହିଲେ… appeared first on Dharitri Odia News.