Houthi Rebels: ଲୋହିତ ସାଗର ପାଲଟିଲା ଯୁଦ୍ଧ କ୍ଷେତ୍ର, ଆମେରିକା ସମେତ ୧୩ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦେଲେ ଚେତାବନୀ…

କୋପେନହେଗେନ,୪।୧ : ଲୋହିତ ସାଗରରେ ଜାହାଜକୁ ଟାର୍ଗେଟ କରୁଥିବା ୟେମେନର ହୋଉଥି ବିଦ୍ରୋହୀଙ୍କ କାର୍ଯ୍ୟକଳାପ ଏପର୍ଯ୍ୟନ୍ତ ଥମି ନାହିଁ। ଆମେରିକା ଏବଂ ୧୨ ସହଯୋଗୀ ଚେତାବନୀ ଦେଇଛନ୍ତି ଏହି ଆକ୍ରମଣ ବନ୍ଦ ନ ହେଲେ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ କରାଯିବ। ଅକ୍ଟୋବର ୭ ରେ ହମାସ ଆକ୍ରମଣ ପରେ ଇସ୍ରାଏଲ ଗାଜା ଉପରେ ପ୍ରତିଶୋଧ ପରାୟଣ ହେବା ପରଠାରୁ ହୋଉଥି ବିଦ୍ରୋହୀମାନେ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଗୁଳି ଚଳାଇଥିଲେ। ଡିସେମ୍ବର ୧୯ ଠାରୁ ଅତିକମରେ […] The post Houthi Rebels: ଲୋହିତ ସାଗର ପାଲଟିଲା ଯୁଦ୍ଧ କ୍ଷେତ୍ର, ଆମେରିକା ସମେତ ୧୩ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦେଲେ ଚେତାବନୀ… appeared first on Dharitri Odia News.

Houthi Rebels: ଲୋହିତ ସାଗର ପାଲଟିଲା ଯୁଦ୍ଧ କ୍ଷେତ୍ର, ଆମେରିକା ସମେତ ୧୩ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦେଲେ ଚେତାବନୀ…

କୋପେନହେଗେନ,୪।୧ : ଲୋହିତ ସାଗରରେ ଜାହାଜକୁ ଟାର୍ଗେଟ କରୁଥିବା ୟେମେନର ହୋଉଥି ବିଦ୍ରୋହୀଙ୍କ କାର୍ଯ୍ୟକଳାପ ଏପର୍ଯ୍ୟନ୍ତ ଥମି ନାହିଁ। ଆମେରିକା ଏବଂ ୧୨ ସହଯୋଗୀ ଚେତାବନୀ ଦେଇଛନ୍ତି ଏହି ଆକ୍ରମଣ ବନ୍ଦ ନ ହେଲେ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ କରାଯିବ।
ଅକ୍ଟୋବର ୭ ରେ ହମାସ ଆକ୍ରମଣ ପରେ ଇସ୍ରାଏଲ ଗାଜା ଉପରେ ପ୍ରତିଶୋଧ ପରାୟଣ ହେବା ପରଠାରୁ ହୋଉଥି ବିଦ୍ରୋହୀମାନେ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଗୁଳି ଚଳାଇଥିଲେ। ଡିସେମ୍ବର ୧୯ ଠାରୁ ଅତିକମରେ ୨୩ ଥର ଆକ୍ରମଣ କରାଯାଇଛି।

ଯଦି ଆକ୍ରମଣ ଜାରି ରୁହେ ତେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନର ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ତେବେ ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନର ବିବରଣୀ ସମ୍ପର୍କରେ ସୂଚନା ମିଳିପାରି ନାହିଁ॥ ତେବେ ଏହା ଜୋର ଦିଆଯାଇଛି ଇରାନ ସମର୍ଥିତ ହୋଉଥି ବିଦ୍ରୋହୀମାନଙ୍କୁ ଆମେରିକା ଏବଂ ଏହାର ସହଯୋଗୀମାନଙ୍କଠାରୁ ଆଉ ଏକ ଚେତାବନୀ ଦିଆ ନ ଯାଇ ପଦକ୍ଷେପ ଗ୍ରହଣ କରାଯିବ।

ଆମେରିକା ଏବଂ ୧୨ ସହଯୋଗୀ ମିଳିତ ବିବୃତ୍ତି ଜାରି କରି ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ବିବୃତ୍ତିର ଦସ୍ତଖତକାରୀମାନଙ୍କ ମଧ୍ୟରେ ଆମେରିକା, ଅଷ୍ଟ୍ରେଲିଆ, ବହାରେନ, ବେଲଜିୟମ, କାନାଡା, ଡେନମାର୍କ, ଜର୍ମାନୀ, ଇଟାଲୀ, ଜାପାନ, ନେଦରଲାଣ୍ଡ, ନ୍ୟୁଜିଲାଣ୍ଡ, ସିଙ୍ଗାପୁର ଏବଂ ବ୍ରିଟେନ ରହିଛନ୍ତି।

ଦେଶଗୁଡିକ ବିବୃତ୍ତିରେ କହିଛନ୍ତି ଯେ ବର୍ତ୍ତମାନ ଆମର ବାର୍ତ୍ତା ସ୍ପଷ୍ଟ ହୋଇଛି। ଏହି ଆକ୍ରମଣ ତୁରନ୍ତ କରିବା ସହ ସମସ୍ତ ବନ୍ଧକ ଜାହାଜ ଏବଂ କର୍ମଚାରୀଙ୍କୁ ମୁକ୍ତ କରିବାକୁ ଆମେ ଆହ୍ବାନ କରୁଛୁ। ଯଦି ଏହା କରା ନ ଯାଏ ତେବେ ବିପଜ୍ଜନକ ପରିଣାମ ପାଇଁ ହୋଉଥିମାନେ ଦାୟୀ ରହିବେ ।

ଅନେକ ସପ୍ତାହ ଧରି ୟେମେନର ବୃହତ ଅଂଶକୁ ନିୟନ୍ତ୍ରଣ କରୁଥିବା ହୋଉଥି ବିଦ୍ରୋହୀମାନେ ଇସ୍ରାଏଲ ଅଭିମୁଖେ ଲୋହିତ ସାଗର ଦେଇ ଯାଉଥିବା ସମସ୍ତ ଜାହାଜକୁ ଟାର୍ଗେଟ କରିଛନ୍ତି। ହୋଉଥିମାନେ କହିଛନ୍ତି ସେମାନଙ୍କ ଆକ୍ରମଣର ଉଦ୍ଦେଶ୍ୟ ହେଉଛି ଗାଜା ଷ୍ଟ୍ରିପରେ ଇସ୍ରାଏଲର ବାୟୁ ଏବଂ ସ୍ଥଳଭାଗ ଆକ୍ରମଣକୁ ବନ୍ଦ କରିବା।

୨୦୨୩ ଡିସେମ୍ବର ୩ ତାରିଖରୁ, ହୋଉଥି ବିଦ୍ରୋହୀମାନେ ଲୋହିତ ସାଗରରେ ଅନେକ ବାଣିଜି୍ୟକ ଜାହାଜକୁ ଟାର୍ଗେଟ କରିଛନ୍ତି । ଏଥିପାଇଁ ସେମାନେ ୟେମେନ ଉପକୂଳରେ ନିଜ ଅଧୀନରେ ଥିବା ଡ୍ରୋନ ଏବଂ ବାଲିଷ୍ଟିକ କ୍ଷେପଣାସ୍ତ୍ର ବ୍ୟବହାର କରିଛନ୍ତି।

The post Houthi Rebels: ଲୋହିତ ସାଗର ପାଲଟିଲା ଯୁଦ୍ଧ କ୍ଷେତ୍ର, ଆମେରିକା ସମେତ ୧୩ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦେଲେ ଚେତାବନୀ… appeared first on Dharitri Odia News.