ସରିଲା ରାଜନଗର ବାଲିଯାତ୍ରା

ପାଟଣା,୨୦।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ଗ୍ରାମ ହାଇସ୍କୁଲ ପଡିଆରେ ଅନୁଷ୍ଠିତ ବାଲିଯାତ୍ରା ମହୋତ୍ସବ ଉଦଯାପିତ ହୋଇଛି । ଆୟୋଜିତ ସଭା ବାଲିଯାତ୍ରା କମିଟି ସଭାପତି ତୃପ୍ତି ରଞ୍ଜନ ସିଂଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପାଟଣା ବିଧାୟକ ଜଗନ୍ନାଥ ନାଏକ ଯୋଗଦେଇ ଐତିହ୍ୟ ସମ୍ପର୍ନ୍ନ ରାଜନଗର ଗ୍ରାମ କଳା ସଂସ୍କୃତିର ଗନ୍ତାଘର ଆଉ ବାଲିଯାତ୍ରା କଳା ସଂସ୍କୃତିର ବିକାଶରେ ଆହୁରି ସହାୟକ ହେବ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ […] The post ସରିଲା ରାଜନଗର ବାଲିଯାତ୍ରା appeared first on Dharitri Odia News.

ସରିଲା ରାଜନଗର ବାଲିଯାତ୍ରା

ପାଟଣା,୨୦।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ଗ୍ରାମ ହାଇସ୍କୁଲ ପଡିଆରେ ଅନୁଷ୍ଠିତ ବାଲିଯାତ୍ରା ମହୋତ୍ସବ ଉଦଯାପିତ ହୋଇଛି । ଆୟୋଜିତ ସଭା ବାଲିଯାତ୍ରା କମିଟି ସଭାପତି ତୃପ୍ତି ରଞ୍ଜନ ସିଂଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପାଟଣା ବିଧାୟକ ଜଗନ୍ନାଥ ନାଏକ ଯୋଗଦେଇ ଐତିହ୍ୟ ସମ୍ପର୍ନ୍ନ ରାଜନଗର ଗ୍ରାମ କଳା ସଂସ୍କୃତିର ଗନ୍ତାଘର ଆଉ ବାଲିଯାତ୍ରା କଳା ସଂସ୍କୃତିର ବିକାଶରେ ଆହୁରି ସହାୟକ ହେବ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ବାଲିଯାତ୍ରା କମିଟି ସମ୍ପାଦକ ବସନ୍ତ କୁମାର ମିଶ୍ର ଉପସ୍ଥିତ ରହି ବାଲିଯାତ୍ରାର ଐତିହ୍ୟ ଉପରେ ଆଲୋକପାତ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ପ୍ରତିଯୋଗିତା ଓ କଣ୍ଢେଇ ନୃତ୍ୟ ପରିବେଷଣ ହୋଇଥିଲା। ଏହାକୁ ଦୀପକ କୁମାର ମହାନ୍ତ ଓ ଚିତ୍ତରଞ୍ଜନ ନାଏକ ପରିଚାଳନା କରିଥିଲେ। ପୂର୍ବତନ ବିଧାୟକ ସଭା ଶେଷରେ ବାଲିଯାତ୍ରା କମିଟିର ସଦସ୍ୟଙ୍କ ସହ ମିନାବଜାର ବୁଲିବା ସହ ମଥୁରା କେକ ଓ ଶୀତୁଆ ରାତି ରେ ଚା’ ପିଇବାର ମଜା ନେଇଥିଲେ।

 

 

The post ସରିଲା ରାଜନଗର ବାଲିଯାତ୍ରା appeared first on Dharitri Odia News.