ଆସନ୍ତା ୧୮ରୁ ଯୁକ୍ତ ଦୁଇ ଥିଓରି ପରୀକ୍ଷା: ୧୨ରୁ ପଠାଯିବ ପ୍ରଶ୍ନପତ୍ର

ଭୁବନେଶ୍ବର : ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆସନ୍ତା ୧୮ ତାରିଖ ଠାରୁ ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ +୨ ଥିଓରୀ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ପାଇଁ ଆସନ୍ତା ୧୨ ତାରିଖରୁ ପରୀକ୍ଷା ପରିଚାଳନା ହବ୍‌କୁ ପଠାଯିବ ପ୍ରଶ୍ନପତ୍ର। ସୂଚନା ଅନୁଯାୟୀ, ରାଜ୍ୟରେ ଥିବା ମୋଟ ୨୦୫ଟି ହବରେ ପ୍ରଶ୍ନପତ୍ର ରଖାଯିବ। ପରୀକ୍ଷା ଦିନ ହବ୍‌ରୁ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବ। ଅନ୍ୟପକ୍ଷରେ ଚଳିତ ବର୍ଷ ପରିଷଦ କାର୍ଯ୍ୟାଳୟରେ ୫ ଶହ ଶିକ୍ଷାନୁଷ୍ଠାନର ସିଧା […]

ଆସନ୍ତା ୧୮ରୁ ଯୁକ୍ତ ଦୁଇ ଥିଓରି ପରୀକ୍ଷା: ୧୨ରୁ ପଠାଯିବ ପ୍ରଶ୍ନପତ୍ର

ଭୁବନେଶ୍ବର : ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆସନ୍ତା ୧୮ ତାରିଖ ଠାରୁ ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ +୨ ଥିଓରୀ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ପାଇଁ ଆସନ୍ତା ୧୨ ତାରିଖରୁ ପରୀକ୍ଷା ପରିଚାଳନା ହବ୍‌କୁ ପଠାଯିବ ପ୍ରଶ୍ନପତ୍ର। ସୂଚନା ଅନୁଯାୟୀ, ରାଜ୍ୟରେ ଥିବା ମୋଟ ୨୦୫ଟି ହବରେ ପ୍ରଶ୍ନପତ୍ର ରଖାଯିବ। ପରୀକ୍ଷା ଦିନ ହବ୍‌ରୁ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବ। ଅନ୍ୟପକ୍ଷରେ ଚଳିତ ବର୍ଷ ପରିଷଦ କାର୍ଯ୍ୟାଳୟରେ ୫ ଶହ ଶିକ୍ଷାନୁଷ୍ଠାନର ସିଧା ପ୍ରସାରଣ ସିସିଟିଭି ମାଧ୍ୟମରେ ପରିଷଦ କାର୍ଯ୍ୟାଳୟରେ ଯାଞ୍ଚ କରାଯିବ। ଏଥିପାଇଁ ୪ ସ୍ବତନ୍ତ୍ର ଅଧିକାରୀଙ୍କୁ ନିଯୁକ୍ତ କରାଯିବ। ଅନ୍ୟପକ୍ଷରେ ପରୀକ୍ଷା ସରିବାର ୪୫ ଦିନ ମଧ୍ୟରେ ଫଳ ଘୋଷଣା କରାଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।