ଗୁଣି ଗାରେଡି ସନ୍ଦେହରେ ଗୁଣିଆଙ୍କ ଘର ଭାଙ୍ଗିଲେ ଗ୍ରାମବାସୀ, ଗାଁରେ ଉତ୍ତେଜନା
ଭଦ୍ରକ: ଗୁଣି ଗାରେଡି ସନ୍ଦେହରେ ଗୁଣିଆଙ୍କ ଘର ଭାଙ୍ଗିଦେଲେ ଗ୍ରାମବାସୀ । ଗ୍ରାମରେ ଉତ୍ତେଜନା ପରେ ଗୁଣିଆ ଓ ତାଙ୍କ ପୁଅକୁ ଉଠାଇ ନେଲା ପୋଲିସ । ଭଦ୍ରକ ଗ୍ରାମାଞ୍ଚଳ ଥାନା କୋର କୋରା ପଞ୍ଚାୟତ ରାଜପୁର ଜେନା ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏହି ଗ୍ରାମର ପ୍ରତାପ ଜେନା ନାମକ ଜଣେ ବ୍ୟକ୍ତି ଗତ କିଛି ବର୍ଷ ହେବ ଗ୍ରାମରେ ଗୋଟିଏ ମନ୍ଦିର ନିର୍ମାଣ କରିବା ସହିତ ଗ୍ରାମର ଅନାବାଦୀ ଜାଗାରେ ଘର […] The post ଗୁଣି ଗାରେଡି ସନ୍ଦେହରେ ଗୁଣିଆଙ୍କ ଘର ଭାଙ୍ଗିଲେ ଗ୍ରାମବାସୀ, ଗାଁରେ ଉତ୍ତେଜନା appeared first on KNews Odisha.

ଭଦ୍ରକ: ଗୁଣି ଗାରେଡି ସନ୍ଦେହରେ ଗୁଣିଆଙ୍କ ଘର ଭାଙ୍ଗିଦେଲେ ଗ୍ରାମବାସୀ । ଗ୍ରାମରେ ଉତ୍ତେଜନା ପରେ ଗୁଣିଆ ଓ ତାଙ୍କ ପୁଅକୁ ଉଠାଇ ନେଲା ପୋଲିସ । ଭଦ୍ରକ ଗ୍ରାମାଞ୍ଚଳ ଥାନା କୋର କୋରା ପଞ୍ଚାୟତ ରାଜପୁର ଜେନା ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏହି ଗ୍ରାମର ପ୍ରତାପ ଜେନା ନାମକ ଜଣେ ବ୍ୟକ୍ତି ଗତ କିଛି ବର୍ଷ ହେବ ଗ୍ରାମରେ ଗୋଟିଏ ମନ୍ଦିର ନିର୍ମାଣ କରିବା ସହିତ ଗ୍ରାମର ଅନାବାଦୀ ଜାଗାରେ ଘର କରି ରହୁଥିଲେ । ପରେ ବିଭିନ୍ନ ଲୋକମାନେ ମନ୍ଦିର ଏବଂ ତାଙ୍କ ଘରକୁ ଯାଉଥିଲେ ।
କିନ୍ତୁ ହଠାତ ଗତ କିଛି ବର୍ଷ ପୂର୍ବରୁ ପ୍ରତାପଙ୍କ ଘରକୁ ଆସୁଥିବା ବାହାର ଗାଁର ଦୁଇ ଜଣ ଲୋକ ମରି ଯାଇଥିଲେ । ପରେ ପ୍ରତାପଙ୍କ ପାଖକୁ ଯିବା ଆସିବା ପରେ ଗାଁର ଅନ୍ୟ ଜଣେ ଲୋକ ଓ ମହିଳାଙ୍କ ମୃତ୍ୟୁ ଘଟିଥିଲା । ଯାହା ଫଳରେ ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । କିନ୍ତୁ ଏନେଇ କୌଣସି ପ୍ରମାଣ ନଥିବାରୁ ଗ୍ରାମବାସୀ କିଛି କରିନଥିଲେ । ତେବେ ଏହି କିଛି ମାସ ହେବ ଗାଁର କେତେକ ଝିଅ ବହୁମାନଙ୍କ ମଧ୍ୟରେ ଅସ୍ୱାଭାବିକ ବ୍ୟବହାର ଦେଖିବାକୁ ମିଳିଥିଲା ।
ଯାହାପରେ ଗ୍ରାମବାସୀ ମାନେ ଗାଁ ବାହାରେ ଥିବା କେତେକ ଗୁଣିଆଙ୍କ ପାଖକୁ ଯାଇ ଝଡା ଫୁଙ୍କା କରିଥିଲେ । କିନ୍ତୁ ସେହି ଗୁଣିଆମାନେ କହିଥିଲେ ଯେ ତାଙ୍କ ଗ୍ରାମର ଜଣେ ଲୋକ ଏପରି କାର୍ଯ୍ୟ କରୁଥିବାରୁ ଝିଅ ବହୁ ମାନଙ୍କ ମଧ୍ୟରେ ଅସ୍ୱାଭାବିକ ବ୍ୟବହାର ଦେଖିବାକୁ ମିଳୁଛି । ଆଉ ଏହା ଶୁଣିବା ପରେ ସମସ୍ତଙ୍କ ସନ୍ଦେହ ହୋଇଥିଲା ପ୍ରତାପଙ୍କ ଉପରେ । ତେଣୁ ଗ୍ରାମବାସୀମାନେ ଉତ୍ତେଜିତ ହୋଇ ଗତ କାଲି ରାତିରେ ପ୍ରତାପଙ୍କ ଘର ଭାଙ୍ଗି ଦେଇଛନ୍ତି ଓ ତାଙ୍କ ଜିନିଷ ପତ୍ର ଫୋପାଡ଼ି ଦେଇଛନ୍ତି ।
ଫଳରେ ଏହାକୁ ନେଇ ଗାଁରେ ତୀବ୍ର ଉତ୍ତେଜନା ଲାଗିବାରୁ ଗତ କାଲି ପ୍ରତାପ ଓ ତାଙ୍କ ପୁଅକୁ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଉଠାଇ ନେଇ ଏ ସମ୍ପର୍କରେ ପଚରା ଉଚରା କରୁଛି । ତେବେ ଗ୍ରାମରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ସେଠାରେ ରହି ଲୋକଙ୍କୁ ବୁଝା ସୁଝା କରିବା ସହିତ ଏଭଳି ଆଇନକୁ ନିଜ ହାତକୁ ନ ନେବା ପାଇଁ ଅନୁରୋଧ କରିଛି । ଯାହାପରେ ଏବେ ପରିସ୍ଥିତି ଶାନ୍ତ ଅଛି ।
Also read: ଧାର ଟଙ୍କା ମାଗିବାରୁ ଯୁବକଙ୍କୁ ହତ୍ୟା, ଅଭିଯୋଗ ଆଣିଲେ ମୃତକଙ୍କ ସ୍ତ୍ରୀ
The post ଗୁଣି ଗାରେଡି ସନ୍ଦେହରେ ଗୁଣିଆଙ୍କ ଘର ଭାଙ୍ଗିଲେ ଗ୍ରାମବାସୀ, ଗାଁରେ ଉତ୍ତେଜନା appeared first on KNews Odisha.