ରଥଯାତ୍ରାରେ ବଡ଼ ଅଘଟଣ, ରଥଚକ ତଳେ ପଡ଼ି ଗଲା ଯୁବକଙ୍କ ଜୀବନ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ରଥ ଟାଣିବା ବେଳେ ବଡ଼ ଅଘଟଣ ଘଟିଛି । ରଥଚକ ତଳେ ପଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ଶିବରାମ ବେହେରା । ସୂଚନା ଅନୁସାରେ ଗତକାଲି ଶିକୁଳାରେ ରଥଟଣା ଆରମ୍ଭ ହୋଇଥିଲା। ରଥ ଟାଣିବା ପାଇଁ ଭକ୍ତଙ୍କ ପ୍ରବଳ ସମାଗମ ହୋଇଥିଲା । ସେହି ଭିଡ଼ ଠେଲା ପେଲା ଭିତରେ ଶିବରାମ ମଧ୍ୟ ଥିଲେ । ରଥ ଗଡ଼ୁଥିବା […] The post ରଥଯାତ୍ରାରେ ବଡ଼ ଅଘଟଣ, ରଥଚକ ତଳେ ପଡ଼ି ଗଲା ଯୁବକଙ୍କ ଜୀବନ appeared first on KNews Odisha.

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ରଥ ଟାଣିବା ବେଳେ ବଡ଼ ଅଘଟଣ ଘଟିଛି । ରଥଚକ ତଳେ ପଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ଶିବରାମ ବେହେରା ।
ସୂଚନା ଅନୁସାରେ ଗତକାଲି ଶିକୁଳାରେ ରଥଟଣା ଆରମ୍ଭ ହୋଇଥିଲା। ରଥ ଟାଣିବା ପାଇଁ ଭକ୍ତଙ୍କ ପ୍ରବଳ ସମାଗମ ହୋଇଥିଲା । ସେହି ଭିଡ଼ ଠେଲା ପେଲା ଭିତରେ ଶିବରାମ ମଧ୍ୟ ଥିଲେ । ରଥ ଗଡ଼ୁଥିବା ବେଳେ ହଠାତ୍ ଭିଡ଼ରେ ଅସାବଧାନତା ଯୋଗୁଁ ସେ ତଳେ ପଡ଼ି ଯାଇଥିଲେ । ଫଳରେ ରଥଚକ ତାଙ୍କ ଉପରେ ଚଢ଼ି ଯାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗ୍ରାମବାସୀ ପୁରୁଷୋତ୍ତମପୁର ମେଡିକାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ହେଲେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ମୃତଦେହ ଜବତ କରି ତଦନ୍ତ କରୁଛି ।
ଆହୁରି ପଢ଼ନ୍ତୁ : ରଥଟଣା ଶୋଭାଯାତ୍ରା ବେଳେ ଅଘଟଣ, ଡିଜେ ଗାଡ଼ି ଓଲଟି ଜଣେ ନାବାଳକର ମୃତ୍ୟୁ
The post ରଥଯାତ୍ରାରେ ବଡ଼ ଅଘଟଣ, ରଥଚକ ତଳେ ପଡ଼ି ଗଲା ଯୁବକଙ୍କ ଜୀବନ appeared first on KNews Odisha.