୩ଦିନ ଧରି ଚାଲିବ ଡଲଫିନ୍ ଗଣନା, ୫ଟି ରେଞ୍ଜରେ ଅଛନ୍ତି ୯ଟିମ୍‌

ପଟ୍ଟାମୁଣ୍ଡାଇ ୨୭/୦୧: ଆଜିଠୁ ୩ଦିନ ଧରି ଚାଲିବ ଡଲଫିନ୍ ଗଣନା। ରାଜନଗର ବନଖଣ୍ଡ ଧାମରାରୁ ଦେବୀ ମୁହାଣ ଯାଏଁ ଚାଲିବ ଗଣନା କାର୍ଯ୍ୟ। ରାଜନଗର ବନଖଣ୍ଡର ୫ଟି ରେଞ୍ଜରେ ଚାଲିବ ଡଲଫିନ୍‌ ଗଣନା। ୯ଟି ଟିମ୍‌ରେ ୪ଜଣ ଲେଖାଏଁ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସକାଳ ୬ଟାରୁ ଆରମ୍ଭ ହୋଇଥିବା ବେଳେ ଦିନ ୧୨ଟା ଯାଏଁ ଚାଲିବ।also read...ହାତୀ ମୃତ୍ୟୁ ଘଟଣାର ହେବ ବ୍ୟବଚ୍ଛେଦ, ଜଣାପଡିବ ପ୍ରକୃତ କାରଣସୂଚନାଥାଉକି, ଡଲଫିନ୍ ଗଣନା ପାଇଁ ଗହୀରମଥା ରେଞ୍ଜରେ ସର୍ବାଧିକ ୩ଟି ଟିମ ନିୟୋଜିତ ହୋଇଛନ୍ତି। ମହାକାଳପଡ଼ା ଓ କନିକା ରେଞ୍ଜ ରେ ଗୋଟିଏ ଲେଖାଁଏ ଟିମ,  ରାଜନଗର ଓ କୁଜଙ୍ଗ ରେଞ୍ଜରେ ୨ ଟି ଲେଖାଏଁ ଟିମ ଗଣନା କରୁଛନ୍ତି। ଗଣନା ପ୍ରକିୟାରେ ବାଇନାକୁଲର, ଜିପିଏସ, କ୍ୟାମେରା, ହାଣ୍ଡିକ୍ୟାମ ପ୍ରଭୁତି ବ୍ୟବହାର କରାଯିବ। ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ନିର୍ଦ୍ଦେଶ କ୍ରମେ ୨୦୧୫ ମସିହ ରୁ ଏହି ଡ଼ଲଫିନ ଗଣନା ଚାଲିଛି। ଗତବର୍ଷ ରାଜନଗର ବନ ଖଣ୍ଡ ଅଧୀନରେ ୫୦୦ରୁ ଉର୍ଦ୍ଧ୍ୱ ଡ଼ଲଫିନ ଆକଳନ କରାଯାଇଥିଲା। ଚଳିତ ବର୍ଷ ପାଗ ଅନୁକୂଳ ଥିବାରୁ ରେକର୍ଡ ସଂଖ୍ୟକ ଡ଼ଲଫିନ୍‌ ଦୃଶ୍ୟବାନ ହେବେ ବୋଲି ବନବିଭାଗ ଆଶା ରଖିଛି। 

୩ଦିନ ଧରି ଚାଲିବ ଡଲଫିନ୍ ଗଣନା, ୫ଟି ରେଞ୍ଜରେ ଅଛନ୍ତି ୯ଟିମ୍‌

ପଟ୍ଟାମୁଣ୍ଡାଇ ୨୭/୦୧: ଆଜିଠୁ ୩ଦିନ ଧରି ଚାଲିବ ଡଲଫିନ୍ ଗଣନା। ରାଜନଗର ବନଖଣ୍ଡ ଧାମରାରୁ ଦେବୀ ମୁହାଣ ଯାଏଁ ଚାଲିବ ଗଣନା କାର୍ଯ୍ୟ। ରାଜନଗର ବନଖଣ୍ଡର ୫ଟି ରେଞ୍ଜରେ ଚାଲିବ ଡଲଫିନ୍‌ ଗଣନା। ୯ଟି ଟିମ୍‌ରେ ୪ଜଣ ଲେଖାଏଁ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସକାଳ ୬ଟାରୁ ଆରମ୍ଭ ହୋଇଥିବା ବେଳେ ଦିନ ୧୨ଟା ଯାଏଁ ଚାଲିବ।

also read...

ହାତୀ ମୃତ୍ୟୁ ଘଟଣାର ହେବ ବ୍ୟବଚ୍ଛେଦ, ଜଣାପଡିବ ପ୍ରକୃତ କାରଣ

ସୂଚନାଥାଉକି, ଡଲଫିନ୍ ଗଣନା ପାଇଁ ଗହୀରମଥା ରେଞ୍ଜରେ ସର୍ବାଧିକ ୩ଟି ଟିମ ନିୟୋଜିତ ହୋଇଛନ୍ତି। ମହାକାଳପଡ଼ା ଓ କନିକା ରେଞ୍ଜ ରେ ଗୋଟିଏ ଲେଖାଁଏ ଟିମ,  ରାଜନଗର ଓ କୁଜଙ୍ଗ ରେଞ୍ଜରେ ୨ ଟି ଲେଖାଏଁ ଟିମ ଗଣନା କରୁଛନ୍ତି। ଗଣନା ପ୍ରକିୟାରେ ବାଇନାକୁଲର, ଜିପିଏସ, କ୍ୟାମେରା, ହାଣ୍ଡିକ୍ୟାମ ପ୍ରଭୁତି ବ୍ୟବହାର କରାଯିବ। 

ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ନିର୍ଦ୍ଦେଶ କ୍ରମେ ୨୦୧୫ ମସିହ ରୁ ଏହି ଡ଼ଲଫିନ ଗଣନା ଚାଲିଛି। ଗତବର୍ଷ ରାଜନଗର ବନ ଖଣ୍ଡ ଅଧୀନରେ ୫୦୦ରୁ ଉର୍ଦ୍ଧ୍ୱ ଡ଼ଲଫିନ ଆକଳନ କରାଯାଇଥିଲା। ଚଳିତ ବର୍ଷ ପାଗ ଅନୁକୂଳ ଥିବାରୁ ରେକର୍ଡ ସଂଖ୍ୟକ ଡ଼ଲଫିନ୍‌ ଦୃଶ୍ୟବାନ ହେବେ ବୋଲି ବନବିଭାଗ ଆଶା ରଖିଛି।