କୋହଳ ହେଲା ପ୍ରଧାନମନ୍ତ୍ରୀଙ୍କ ସଭାରେ ବୋମା ବିସ୍ଫୋରଣକାରୀଙ୍କ ଦଣ୍ଡ, ମୃତ୍ୟୁ ବଦଳେ ୩୦ ବର୍ଷ ଜେଲ୍

ପାଟନା ୧୧।୯: ଗୁଜରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଟନା ଗାନ୍ଧି ମୈଦାନ ନିର୍ବାଚନୀ ସଭାରେ ବୋମା ବିସ୍ଫୋରଣ ହୋଇଥିଲା। ୨୦୧୩ ମସିହାର ଏହି ଘଟଣାରେ ମୋଦି ସେତେବେଳେ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଥିଲେ। ଏବେ ଏହି ମାମଲାରେ ପାଟନା ହାଇକୋର୍ଟ ରାୟ ଘୋଷଣା କରିଛନ୍ତି। ଏହି ଘଟଣାର ୪ ଦୋଷୀଙ୍କ ମୃତ୍ୟୁ ଦଣ୍ଡକୁ ହାଇକୋର୍ଟ ୩୦ ବର୍ଷ ଜେଲଦଣ୍ଡରେ ବଦଳେଇ ଦେଇଛନ୍ତି। ବିଚାରପତି ଜଷ୍ଟିସ୍ ଆଶୁତୋଷ କୁମାରଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ପାଟନା ହାଇକୋର୍ଟ ଏନଆଇଏ ସ୍ୱତନ୍ତ୍ର କୋର୍ଟଙ୍କ ଦ୍ୱାରା ଅନ୍ୟ ୨ ଅଭିଯୁକ୍ତଙ୍କ ନିମନ୍ତେ କରିଥିବା ଆଜୀବନ ଜେଲ ଦଣ୍ଡାଦେଶକୁ କାୟମ ରଖିଛନ୍ତି। ତେବେ ମାମଲାରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ୪ ଦୋଷୀଙ୍କ ଦଣ୍ଡ କୋହଳ କରି ୩୦ ବର୍ଷ ଜେଲଦଣ୍ଡାଦେଶ କରିଛନ୍ତି। ଯେଉଁମାନଙ୍କ ଦଣ୍ଡ କୋହଳ ହୋଇଛି ସେମାନେ ହେଲେ ହାଇଦର ଅଲ୍ଲୀ, ନୋମାନ ଅଂସାରୀ, ମହମ୍ମଦ ମୁଜିବୁଲ୍ଲା ଅନସାରୀ ଓ ଇମତିଆଜ ଆଲମ। ତେବେ ଦୁଇ ଅନ୍ୟ ଦୋଷୀ ଉମର ସିଦ୍ଦିକୀ ଓ ଅଜହଋଦ୍ଦିନ କ୍ୟୁରେସୀଙ୍କ ପାଇଁ ଏନଆଇଏ କୋର୍ଟ ଦେଇଥିବା ଆଜୀବନ କାରାଦଣ୍ଡାଦେଶ କାୟମ ରହିଛି। ପାଟନା ଗାନ୍ଧି ମୈଦାନ ବୋମା ବିସ୍ଫୋରଣ ମାମଲାରେ ଏକ ସ୍ୱତନ୍ତ୍ର ଏନଆଇଏ କୋର୍ଟ ନଭେମ୍ବର ୨୦୨୧ରେ ୯ ଜଣ ଦୋଷୀଙ୍କ ମଧ୍ୟରୁ ୪ ଜଣଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଥିବା ବେଳେ ୨ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ, ୨ ଜଣଙ୍କୁ ୧୦ ବର୍ଷ ଜେଲଦଣ୍ଡ ଓ ଜଣ

କୋହଳ ହେଲା ପ୍ରଧାନମନ୍ତ୍ରୀଙ୍କ ସଭାରେ ବୋମା ବିସ୍ଫୋରଣକାରୀଙ୍କ ଦଣ୍ଡ, ମୃତ୍ୟୁ ବଦଳେ ୩୦ ବର୍ଷ ଜେଲ୍

ପାଟନା ୧୧।୯: ଗୁଜରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଟନା ଗାନ୍ଧି ମୈଦାନ ନିର୍ବାଚନୀ ସଭାରେ ବୋମା ବିସ୍ଫୋରଣ ହୋଇଥିଲା। ୨୦୧୩ ମସିହାର ଏହି ଘଟଣାରେ ମୋଦି ସେତେବେଳେ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଥିଲେ। ଏବେ ଏହି ମାମଲାରେ ପାଟନା ହାଇକୋର୍ଟ ରାୟ ଘୋଷଣା କରିଛନ୍ତି। ଏହି ଘଟଣାର ୪ ଦୋଷୀଙ୍କ ମୃତ୍ୟୁ ଦଣ୍ଡକୁ ହାଇକୋର୍ଟ ୩୦ ବର୍ଷ ଜେଲଦଣ୍ଡରେ ବଦଳେଇ ଦେଇଛନ୍ତି। ବିଚାରପତି ଜଷ୍ଟିସ୍ ଆଶୁତୋଷ କୁମାରଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। 

ପାଟନା ହାଇକୋର୍ଟ ଏନଆଇଏ ସ୍ୱତନ୍ତ୍ର କୋର୍ଟଙ୍କ ଦ୍ୱାରା ଅନ୍ୟ ୨ ଅଭିଯୁକ୍ତଙ୍କ ନିମନ୍ତେ କରିଥିବା ଆଜୀବନ ଜେଲ ଦଣ୍ଡାଦେଶକୁ କାୟମ ରଖିଛନ୍ତି। ତେବେ ମାମଲାରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ୪ ଦୋଷୀଙ୍କ ଦଣ୍ଡ କୋହଳ କରି ୩୦ ବର୍ଷ ଜେଲଦଣ୍ଡାଦେଶ କରିଛନ୍ତି। ଯେଉଁମାନଙ୍କ ଦଣ୍ଡ କୋହଳ ହୋଇଛି ସେମାନେ ହେଲେ ହାଇଦର ଅଲ୍ଲୀ, ନୋମାନ ଅଂସାରୀ, ମହମ୍ମଦ ମୁଜିବୁଲ୍ଲା ଅନସାରୀ ଓ ଇମତିଆଜ ଆଲମ। ତେବେ ଦୁଇ ଅନ୍ୟ ଦୋଷୀ ଉମର ସିଦ୍ଦିକୀ ଓ ଅଜହଋଦ୍ଦିନ କ୍ୟୁରେସୀଙ୍କ ପାଇଁ ଏନଆଇଏ କୋର୍ଟ ଦେଇଥିବା ଆଜୀବନ କାରାଦଣ୍ଡାଦେଶ କାୟମ ରହିଛି। 

ପାଟନା ଗାନ୍ଧି ମୈଦାନ ବୋମା ବିସ୍ଫୋରଣ ମାମଲାରେ ଏକ ସ୍ୱତନ୍ତ୍ର ଏନଆଇଏ କୋର୍ଟ ନଭେମ୍ବର ୨୦୨୧ରେ ୯ ଜଣ ଦୋଷୀଙ୍କ ମଧ୍ୟରୁ ୪ ଜଣଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଥିବା ବେଳେ ୨ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ, ୨ ଜଣଙ୍କୁ ୧୦ ବର୍ଷ ଜେଲଦଣ୍ଡ ଓ ଜଣକୁ ୭ ବର୍ଷ ଜେଲଦଣ୍ଡ ନିର୍ଦ୍ଦେଶ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ ୨୦୧୩ ମସିହାରେ ନରେନ୍ଦ୍ର ମୋଦିଙ୍କ ହୁଙ୍କାର ରାଲି କାଳରେ ପାଟନା ଗାନ୍ଧି ମୈଦାନରେ ଲାଗଲାଗ ୬ଟି ବିସ୍ଫୋରଣ ହୋଇଥିଲା। ଏଥିରୁ ଗୋଟିଏ ପାଟନା ରେଳ ଷ୍ଟେସନ ନିକଟରେ ହୋଇଥିବା ବେଳେ ବାକି ୫ଟି ସଭାସ୍ଥଳରେ ହୋଇଥିଲା। ଏହି ସବୁ ବିସ୍ଫୋରଣରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା।