ଟି-୨୦ ବିଶ୍ୱକପ୍ ଜିତି ଟିମ୍ ଇଣ୍ଡିଆ ମାଲେମାଲ୍, ଜାଣନ୍ତୁ ଆଉ କାହାକୁ ମିଳିଛି କ’ଣ ପୁରସ୍କାର ?
ମୁମ୍ବାଇ ୩୦।୦୬ : ଦୀର୍ଘ ୧୭ ବର୍ଷର ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପକାଇ ଶେଷରେ ଭାରତ ଦ୍ବିତୀୟ ଥର ପାଇଁ ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ଚାମ୍ପିଅନ ହୋଇଛି । ଫାଇନାଲ୍ ରେ ଦକ୍ଷିଣ ଆଫ୍ରିକାରକୁ ୭ରନରେ ହରାଇଛି ରୋହିତ ବାହିନୀ । ତେବେ ଆସନ୍ତୁ ଜାଣିବା କାହାକୁ ମିଳିଛି କ’ଣ ପୁରସ୍କାର...୧୧ ବର୍ଷ ପରେ ଭାରତ ଏକ ଆଇସିସି ଟ୍ରଫି ଜିତିବାର ଗୌରବ ଅର୍ଜନ କରିଛି। ଶେଷ ଥର ପାଇଁ ୨୦୧୩ରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିଥିଲା । ୧୭ ବର୍ଷ ପରେ ଆଉ ଥରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ତୋଳି ଧରିଛି। ଏଥି ସହିତ ଭାରତ ମଧ୍ୟ ଦିନିକିଆ ଓ ଟ୍ବେଣ୍ଟି-୨୦ ବିଶ୍ବକପକୁ ଦୁଇ ଥର ଲେଖାଏଁ ଜିତିବାର ସୌଭାଗ୍ୟ ପାଇଛି। ବିଶ୍ୱକପ୍ ବିଜେତା ହୋଇ ଭାରତ ୨୦.୪୨ କୋଟି ଟଙ୍କା ପାଇଥିବାବେଳେ ଦକ୍ଷିଣ ଆଫ୍ରିକାକୁ ୧୦.୬୭ କୋଟି ଟଙ୍କାରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ସେହିପରି ସେମି ଫାଇନାଲ୍ରେ ପରାଜିତ ହୋଇଥିବା ଦୁଇ ଦଳ ଇଂଲଣ୍ଡ ଓ ଆଫଗାନିସ୍ତାନ ୬.୫କୋଟି ଟଙ୍କା ଲେଖାଏଁ ପୁରସ୍କାର ପାଇଛନ୍ତି । ଆଉ ସୁପର-୮ ରାଉଣ୍ଡ୍ରେ ପରାଜିତ ହୋଇଥିବା ୪ ଦଳ ଅଷ୍ଟ୍ରେଲିଆ, ବାଂଲାଦେଶ, ୟୁଏସଏ ଓ ୱେଷ୍ଟ ଇଣ୍ଡିଜ୍ଙ୍କୁ ପୁରସ୍କାର ବାବଦରେ ୩.୧୭କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି ।ଏହି ବିଜୟ ପରେ ପୁରା ରୋହିତ ବାହିନୀ ଭାବ ବିହ୍ବଳ ହୋଇ ଯାଇଥିଲା । ସମସ୍ତଙ୍କକ ଆଖିରେ ଥିଲା ଆନନ୍ଦର ଅଶ୍ରୁ । ଭାରତୀୟ କ୍ରିକେଟ ଫ୍ୟାନଙ୍କ ପାଇଁ ଆସିଥିଲା ଏକ ସ୍ମରଣୀ
ମୁମ୍ବାଇ ୩୦।୦୬ : ଦୀର୍ଘ ୧୭ ବର୍ଷର ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପକାଇ ଶେଷରେ ଭାରତ ଦ୍ବିତୀୟ ଥର ପାଇଁ ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ଚାମ୍ପିଅନ ହୋଇଛି । ଫାଇନାଲ୍ ରେ ଦକ୍ଷିଣ ଆଫ୍ରିକାରକୁ ୭ରନରେ ହରାଇଛି ରୋହିତ ବାହିନୀ । ତେବେ ଆସନ୍ତୁ ଜାଣିବା କାହାକୁ ମିଳିଛି କ’ଣ ପୁରସ୍କାର...
୧୧ ବର୍ଷ ପରେ ଭାରତ ଏକ ଆଇସିସି ଟ୍ରଫି ଜିତିବାର ଗୌରବ ଅର୍ଜନ କରିଛି। ଶେଷ ଥର ପାଇଁ ୨୦୧୩ରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିଥିଲା । ୧୭ ବର୍ଷ ପରେ ଆଉ ଥରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ତୋଳି ଧରିଛି। ଏଥି ସହିତ ଭାରତ ମଧ୍ୟ ଦିନିକିଆ ଓ ଟ୍ବେଣ୍ଟି-୨୦ ବିଶ୍ବକପକୁ ଦୁଇ ଥର ଲେଖାଏଁ ଜିତିବାର ସୌଭାଗ୍ୟ ପାଇଛି।
ବିଶ୍ୱକପ୍ ବିଜେତା ହୋଇ ଭାରତ ୨୦.୪୨ କୋଟି ଟଙ୍କା ପାଇଥିବାବେଳେ ଦକ୍ଷିଣ ଆଫ୍ରିକାକୁ ୧୦.୬୭ କୋଟି ଟଙ୍କାରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ସେହିପରି ସେମି ଫାଇନାଲ୍ରେ ପରାଜିତ ହୋଇଥିବା ଦୁଇ ଦଳ ଇଂଲଣ୍ଡ ଓ ଆଫଗାନିସ୍ତାନ ୬.୫କୋଟି ଟଙ୍କା ଲେଖାଏଁ ପୁରସ୍କାର ପାଇଛନ୍ତି । ଆଉ ସୁପର-୮ ରାଉଣ୍ଡ୍ରେ ପରାଜିତ ହୋଇଥିବା ୪ ଦଳ ଅଷ୍ଟ୍ରେଲିଆ, ବାଂଲାଦେଶ, ୟୁଏସଏ ଓ ୱେଷ୍ଟ ଇଣ୍ଡିଜ୍ଙ୍କୁ ପୁରସ୍କାର ବାବଦରେ ୩.୧୭କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି ।
ଏହି ବିଜୟ ପରେ ପୁରା ରୋହିତ ବାହିନୀ ଭାବ ବିହ୍ବଳ ହୋଇ ଯାଇଥିଲା । ସମସ୍ତଙ୍କକ ଆଖିରେ ଥିଲା ଆନନ୍ଦର ଅଶ୍ରୁ । ଭାରତୀୟ କ୍ରିକେଟ ଫ୍ୟାନଙ୍କ ପାଇଁ ଆସିଥିଲା ଏକ ସ୍ମରଣୀୟ ମୁହୂର୍ତ୍ତ । ବିରାଟ କୋହଲି ମ୍ୟାନ ଅଫ ଦ ମ୍ୟାଚ ଏବଂ ଯଶପ୍ରୀତ ବୁମରା ପ୍ଲେୟାର ଅଫ ଦ ସିରିଜ୍ ଭାବେ ବିବେଚିତ ହୋଇଛନ୍ତି।