Blackout Wedding Story: ବ୍ଲାକ ଆଉଟ୍ ବେଳେ ପଡ଼ିଲା ହାତଗଣ୍ଠି, ପଡ଼ୁଥିଲା ମିସାଇଲ୍ ହେଲା ବାହାଘର
ମାଟି ମା’ ଆଗରେ ସବୁ କିଛି ଯେମିତି ଏଠି ପଛ । ଆଗ ‘ଅପରେସନ୍ ସିନ୍ଦୂର’ ସଫଳ ହେଉ, ପରେ ହେବ ବିବାହର ମଉଜ । ଗୋଟିଏ ପଟେ ଭାରତ ଓ ପାକିସ୍ତାନର ଲଢ଼ୁଆ ବିମାନ ଆକାଶରେ ଗର୍ଜୁଥାନ୍ତି । ଅନ୍ୟପଟେ ଶୁଭୁଥାଏ ବ୍ରାହ୍ମଣଙ୍କ ମନ୍ତ୍ରପାଠ ।