Blackout Wedding Viral Video: କିଟିମିଟି ଅନ୍ଧାର, ଏପଟେ ପଡ଼ୁଛି ମସାଇଲ୍‌, ସେପଟେ ହାତଗଣ୍ଠି

ଦେଶ ପ୍ରେମ ଆଗରେ ସବୁ କିଛି ତୁଚ୍ଛ । ଏପଟେ ଅପରେଶନ ସିନ୍ଦୂର। ଆଉ ସେପଟେ କନ୍ୟା ମଥାରେ ଲାଗୁଛି ସିନ୍ଦୂର। ବ୍ଲାକଆଉଟ୍‌ ମଧ୍ୟରେ ବିବାହ। ଗୋଟିଏ ପଟେ ଭାରତ ଓ ପାକିସ୍ତାନର ଲଢ଼ୁଆ ବିମାନ ଆକାଶରେ ଗର୍ଜୁଥାନ୍ତି । ଆଉ ଆରପଟେ ପଡ଼ୁଥାଏ ହାତଗଣ୍ଠି, ଶୁଭୁଥାଏ ବ୍ରାହ୍ମଣଙ୍କ ମନ୍ତ୍ରପାଠ । ମନରେ ଛନକା, ଛାତିରେ ଭୟ, ତଥାପି ଭାରତୀୟ ସେନା ଉପରେ ଥାଏ ଅଜସ୍ର ଭରସା। ସରକାରଙ୍କ ନିୟମ, ଦେଶପ୍ରେମକୁ ପାଥେୟକରି ବ୍ଲାକଆଉଟ୍‌ର ଅନ୍ଧାରୀ ରାତିରେ […] The post Blackout Wedding Viral Video: କିଟିମିଟି ଅନ୍ଧାର, ଏପଟେ ପଡ଼ୁଛି ମସାଇଲ୍‌, ସେପଟେ ହାତଗଣ୍ଠି appeared first on Dharitri Odia News.

Blackout Wedding Viral Video: କିଟିମିଟି ଅନ୍ଧାର, ଏପଟେ ପଡ଼ୁଛି ମସାଇଲ୍‌, ସେପଟେ ହାତଗଣ୍ଠି

ଦେଶ ପ୍ରେମ ଆଗରେ ସବୁ କିଛି ତୁଚ୍ଛ । ଏପଟେ ଅପରେଶନ ସିନ୍ଦୂର। ଆଉ ସେପଟେ କନ୍ୟା ମଥାରେ ଲାଗୁଛି ସିନ୍ଦୂର। ବ୍ଲାକଆଉଟ୍‌ ମଧ୍ୟରେ ବିବାହ। ଗୋଟିଏ ପଟେ ଭାରତ ଓ ପାକିସ୍ତାନର ଲଢ଼ୁଆ ବିମାନ ଆକାଶରେ ଗର୍ଜୁଥାନ୍ତି । ଆଉ ଆରପଟେ ପଡ଼ୁଥାଏ ହାତଗଣ୍ଠି, ଶୁଭୁଥାଏ ବ୍ରାହ୍ମଣଙ୍କ ମନ୍ତ୍ରପାଠ । ମନରେ ଛନକା, ଛାତିରେ ଭୟ, ତଥାପି ଭାରତୀୟ ସେନା ଉପରେ ଥାଏ ଅଜସ୍ର ଭରସା। ସରକାରଙ୍କ ନିୟମ, ଦେଶପ୍ରେମକୁ ପାଥେୟକରି ବ୍ଲାକଆଉଟ୍‌ର ଅନ୍ଧାରୀ ରାତିରେ ଜୀବନସାଥିଙ୍କ ହାତରେ ଛନ୍ଧିଚନ୍ତି ହାତ। ହୋଇଛି ବିବାହ ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନ ଯୋଧପୁରରେ । ବିବାହ ଚାଲୁଥିବା ସମୟରେ ହଠାତ୍‌ ଆରମ୍ଭ ହୋଇଥିଲା ଯୁଦ୍ଧ ପରିସ୍ଥିତି । ଜମ୍ମୁର ଏୟାରପୋର୍ଟ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା ପାକିସ୍ତାନ। ଏହା ପରେ ରାଜସ୍ଥାନକୁ ବ୍ଲାକ ଆଉଟ ପାଇଁ ନିର୍ଦ୍ଦେଶ ଆସିଥିଲା। ପରେ ସବୁ ଆଡେ କେବଳ କିଟିମିଟି ଅନ୍ଧାର। ଏହା ମଧ୍ୟରେ ଏହି ନବ ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବ୍ଲାକ ଆଉଟ ବେଳେ କନିଆ ମଥାରେ ସିନ୍ଦୂର ଦେଇଛନ୍ତି ବର ।

ଏହି ବିବାହ ବେଳେ କେବଳ ମୋବାଇଲ କ୍ୟାମେରା ଓ ଟର୍ଚ୍ଚର ବ୍ୟବହାର କରାଯାଇଥିଲା । ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଉଭୟ ବର କନ୍ୟା ଓ ସେମାନଙ୍କ ପରିବାରକୁ ସବୁଆଡ଼ୁ ପ୍ରଶଂସା କରାଯାଉଛି ।

The post Blackout Wedding Viral Video: କିଟିମିଟି ଅନ୍ଧାର, ଏପଟେ ପଡ଼ୁଛି ମସାଇଲ୍‌, ସେପଟେ ହାତଗଣ୍ଠି appeared first on Dharitri Odia News.