Breaking: ଦୂର ହେବ ଜଳ ସଙ୍କଟ: ଗାଁ-ଗାଁରେ ବସିବ ନଳକୂପ, ଜାଣନ୍ତୁ କେଉଁ ଗାଁରେ କେତୋଟି ନଳକୂଅ ଖୋଳାଯିବ
ଭୁବନେଶ୍ୱର: ଖରାଦିନ ପାଇଁ ପୁଣି ନଳକୂଅ ଖୋଳିବେ ସରକାର । ୭୦ ଲୋକ ବାସ କରୁଥିବା ଗାଁରେ ବସିବ ଗୋଟିଏ ନଳକୂପ । ୭୦ରୁ ଅଧିକ ଗ୍ରାମବାସୀ ରହୁଥିବା ଗାଁରେ ବସିବ ୨ଟି ନଳକୂପ । ନଳକୂପ ବସେଇବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲା ପାନୀୟ ଜଳ ଯୋଗାଣ ବିଭାଗ । ଅଧିକ ଆଡ଼ି ବନ୍ଧ ନିର୍ମାଣ କରି ଭୂତଳ ଜଳ ସଂରକ୍ଷଣ କରାଯିବ । ପାନୀୟ ଜଳର ଅଭାବ ହେଲେ ଟ୍ୟାଙ୍କରରେ ପାଣି ଯୋଗାଯିବ । […]

ଭୁବନେଶ୍ୱର: ଖରାଦିନ ପାଇଁ ପୁଣି ନଳକୂଅ ଖୋଳିବେ ସରକାର । ୭୦ ଲୋକ ବାସ କରୁଥିବା ଗାଁରେ ବସିବ ଗୋଟିଏ ନଳକୂପ ।
୭୦ରୁ ଅଧିକ ଗ୍ରାମବାସୀ ରହୁଥିବା ଗାଁରେ ବସିବ ୨ଟି ନଳକୂପ । ନଳକୂପ ବସେଇବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲା ପାନୀୟ ଜଳ ଯୋଗାଣ ବିଭାଗ ।
ଅଧିକ ଆଡ଼ି ବନ୍ଧ ନିର୍ମାଣ କରି ଭୂତଳ ଜଳ ସଂରକ୍ଷଣ କରାଯିବ । ପାନୀୟ ଜଳର ଅଭାବ ହେଲେ ଟ୍ୟାଙ୍କରରେ ପାଣି ଯୋଗାଯିବ ।
୨୦୨୫ ସୁଦ୍ଧା ସରିବ ୭୨ ପାନୀୟ ଜଳ ପ୍ରକଳ୍ପ କାମ । ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ଦେଲେ ସୂଚନା ।