BREAKING: ପିପିଲି ବିଧାୟକଙ୍କ ଗାଡ଼ିକୁ ଆକ୍ରମଣ, ଡ୍ରାଇଭର ଆହତ

ପିପିଲି: ଆୟୁଷ୍ମାନ କାର୍ଡ ବଣ୍ଟନ ପାଇଁ ଯାଇଥିବା ବିଧାୟକଙ୍କ ଗାଡ଼ିକୁ ଆକ୍ରମଣ। ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ଗାଡ଼ିକୁ ଭଙ୍ଗାରୁଜା। ବିଧାୟକ ଗାଡ଼ିରୁ ଓହ୍ଲାଇ ଯାଇଥିଲା ବେଳେ ଡ୍ରାଇଭରକୁ ମାଡ଼। ପିପିଲି ମଙ୍ଗଳପୁର ପଞ୍ଚାୟତ ବରଜୁପାଟଣା ଗାଁରେ ଆକ୍ରମଣ ହୋଇଥିବା ସୂଚନା ରହିଛି। ଜଣେ ଦୁର୍ବୃତ୍ତଙ୍କ ଆକ୍ରମଣରେ ବିଧାୟକଙ୍କ ଗାଡ଼ି ଡ୍ରାଇଭର୍ ଆହତ। ଏହା ଜଣେ ଅସାମାଜିକ ଯୁବକଙ୍କ କାମ କହିଲେ ବିଧାୟକ। ପୋଲିସ ତାଙ୍କୁ ନେଇଛି, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛନ୍ତି ବିଧାୟକ। ସୂଚନା […]

BREAKING: ପିପିଲି ବିଧାୟକଙ୍କ ଗାଡ଼ିକୁ ଆକ୍ରମଣ, ଡ୍ରାଇଭର ଆହତ

ପିପିଲି: ଆୟୁଷ୍ମାନ କାର୍ଡ ବଣ୍ଟନ ପାଇଁ ଯାଇଥିବା ବିଧାୟକଙ୍କ ଗାଡ଼ିକୁ ଆକ୍ରମଣ। ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ଗାଡ଼ିକୁ ଭଙ୍ଗାରୁଜା।

ବିଧାୟକ ଗାଡ଼ିରୁ ଓହ୍ଲାଇ ଯାଇଥିଲା ବେଳେ ଡ୍ରାଇଭରକୁ ମାଡ଼। ପିପିଲି ମଙ୍ଗଳପୁର ପଞ୍ଚାୟତ ବରଜୁପାଟଣା ଗାଁରେ ଆକ୍ରମଣ ହୋଇଥିବା ସୂଚନା ରହିଛି।

ଜଣେ ଦୁର୍ବୃତ୍ତଙ୍କ ଆକ୍ରମଣରେ ବିଧାୟକଙ୍କ ଗାଡ଼ି ଡ୍ରାଇଭର୍ ଆହତ। ଏହା ଜଣେ ଅସାମାଜିକ ଯୁବକଙ୍କ କାମ କହିଲେ ବିଧାୟକ। ପୋଲିସ ତାଙ୍କୁ ନେଇଛି, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛନ୍ତି ବିଧାୟକ।

ସୂଚନା ଅନୁସାରେ ବରଜୁ ପାଟଣା ଗ୍ରାମରେ ପିପିଲି ବିଧାୟକ ଓ ପୁରୀ ସାଂସଦ ଆୟୁଷ୍ମାନ କାର୍ଡ ବଣ୍ଟନ କରିବା ପାଇଁ ପହଞ୍ଚିବା ପରେ ଗାଡିରୁ ଉଲ୍‌ହାଇ ଯାଇଥିଲେ।

ଏହା ପରେ ତାଙ୍କ ଗାଡ଼ି ସେଠାରୁ କିଛି ବାଟ ଆସିବା ପରେ ଅସାମାଜିକ ଯୁବକ ମଦ୍ୟପାନ କରି ମଟର ସାଇକଲ ଆଣି ବିଧାୟକଙ୍କ ଗାଡ଼ିକୁ ଧକା ଦେଇଥିଲେ।

ଗାଡିରୁ ଓଲ୍ଲାଈ ଗାଡ଼ିକୁ ବାଡେଇବା ସହିତ ଏକ ପ୍ଲାଷ୍ଟିକ ଚେୟାରରେ ଡ୍ରାଇଭର କୁ ଆକ୍ରମଣ କରିଥିଲେ। ଏଥିରେ ଗାଡ଼ିର ଗ୍ଲାସ୍ ସ୍ଲାଇଡ୍ରରର ରଡ଼ ଭାଙ୍ଗିବା ସହିତ ଡ୍ରାଇଭରର ଗଞ୍ଜୀ ଚିରୀବା

ସହିତ ତାଙ୍କ ବେକ୍ ହାତ ଓ ମୁଣ୍ଡରେ ଆଘାତ ଲାଗିଛି । ଏହି ଘଟଣା ପରେ ପୋଲିସ୍ ପହଞ୍ଚି ଅସାମାଜିକ ଯୁବକଙ୍କୁ ଥାନାକୁ ଉଠାଇ ନେଇଛି।