Breaking: ମା’ଙ୍କ ଦର୍ଶନ ପାଇଁ ଯାଉଥିଲେ, ବାଟରେ ଜଗିଥିଲା ଯମ
ମଧ୍ୟପ୍ରଦେଶ: ମା’ଙ୍କ ପାଖରେ ମାନସିକ କରିଥିଲେ, ପୁଅ ବଡ଼ ହେଲେ ମା’ଙ୍କ ନିକଟରେ ଚୁଟି ପକାଇବେ। ପୁଅ ବଡ଼ ହେଲା ଆଉ ସ ପରିବାର ଗାଡି କରି ମା’ଙ୍କ ନିକଟକୁ ବାହାରିଲେ। ହେଲେ ବିଳମ୍ୱିତ ରାତିରେ ଘଟିଲା ବଡ଼ ଅଘଟଣ। ମାଙ୍କ ଦର୍ଶନ ପାଇଁ ଯିବା ବେଳେ ବାଟରେ ଜଗି ବସିଥିଲା ଯମ। ଏକାଥରେ ନେଇଗଲା ୭ ଜଣଙ୍କ ଜୀବନ। ଏବେବି ଅନେକ ଯାତ୍ରୀ ହସ୍ପିଟାଲ ବେଡରେ ଜୀବନ ମରଣ ସହ ଲଢେଇ କରୁଛନ୍ତି। ଘଟଣାଟି ହେଉଛି ଗତକାଲି […]

ମଧ୍ୟପ୍ରଦେଶ: ମା’ଙ୍କ ପାଖରେ ମାନସିକ କରିଥିଲେ, ପୁଅ ବଡ଼ ହେଲେ ମା’ଙ୍କ ନିକଟରେ ଚୁଟି ପକାଇବେ। ପୁଅ ବଡ଼ ହେଲା ଆଉ ସ ପରିବାର ଗାଡି କରି ମା’ଙ୍କ ନିକଟକୁ ବାହାରିଲେ। ହେଲେ ବିଳମ୍ୱିତ ରାତିରେ ଘଟିଲା ବଡ଼ ଅଘଟଣ। ମାଙ୍କ ଦର୍ଶନ ପାଇଁ ଯିବା ବେଳେ ବାଟରେ ଜଗି ବସିଥିଲା ଯମ।
ଏକାଥରେ ନେଇଗଲା ୭ ଜଣଙ୍କ ଜୀବନ। ଏବେବି ଅନେକ ଯାତ୍ରୀ ହସ୍ପିଟାଲ ବେଡରେ ଜୀବନ ମରଣ ସହ ଲଢେଇ କରୁଛନ୍ତି। ଘଟଣାଟି ହେଉଛି ଗତକାଲି ରାତି ପ୍ରାୟ ୨ଟା ସମୟର। ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ଯାତ୍ରୀବାହୀ ଗାଡି ମୈହର ମାତାଙ୍କୁ ଦର୍ଶନ କରିବା ପାଇଁ ଘରୁ ବାହାରିଥିଲେ।
ହେଲେ ବାଟରେ ଟ୍ରକ ରୂପରେ ଆସିଲା ଯମ। ଆଉ ସିଧା ଯାତ୍ରୀବାହୀ ଗାଡିକୁ ଧକ୍କା ଦେଲା। ଫଳରେ ଘଠଣା ସ୍ଥଳରେ ହିଁ ଚାଲିଗଲା ୭ ଜଣଙ୍କ ଜୀବନ। ପାଖାପାଖି ୧୪ ଜଣ ଯାତ୍ରୀ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।