Breaking: ରାଜ୍ୟରେ ହୋମଗାର୍ଡ଼ ପାଇଁ ବାହାରିଲା ୨୫ ଶହ ନିଯୁକ୍ତି, ପଦବୀ ବଢ଼ାଇଲେ ମୋହନ ମାଝୀ
ଭୁବନେଶ୍ୱର: ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର। ରାଜ୍ୟରେ ବାହାରିଲା ସରକାରୀ ନିଯୁକ୍ତି। ଏକାଥରେ ୨୫ ଶହ ପଦବୀ ସୃଷ୍ଟି। ହଁ ରାଜ୍ୟରେ ସୃଷ୍ଟି ହେଲା ୨୫ ଶହ ହୋମଗାର୍ଡ ପଦବୀ। ଯେଉଁମାନେ ଚାକିରି ଆଶାୟୀ ଅଛନ୍ତି ସେମାନଙ୍କ ପାଇଁ ସୁଯୋଗ ସୃଷ୍ଟି କଲେ ରାଜ୍ୟ ସରକାର। ରାଜ୍ୟରେ ବଢ଼ିଲା ୨୫୦୦ ହୋମଗାର୍ଡ ପଦବୀ। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପୂର୍ବରୁ ଗୃହରକ୍ଷୀ ପଦବୀ ସଂଖ୍ୟା ୧୭,୬୭୫ ଥିଲା। ଆଉ ଏବେ […]

ଭୁବନେଶ୍ୱର: ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର। ରାଜ୍ୟରେ ବାହାରିଲା ସରକାରୀ ନିଯୁକ୍ତି। ଏକାଥରେ ୨୫ ଶହ ପଦବୀ ସୃଷ୍ଟି। ହଁ ରାଜ୍ୟରେ ସୃଷ୍ଟି ହେଲା ୨୫ ଶହ ହୋମଗାର୍ଡ ପଦବୀ। ଯେଉଁମାନେ ଚାକିରି ଆଶାୟୀ ଅଛନ୍ତି ସେମାନଙ୍କ ପାଇଁ ସୁଯୋଗ ସୃଷ୍ଟି କଲେ ରାଜ୍ୟ ସରକାର।
ରାଜ୍ୟରେ ବଢ଼ିଲା ୨୫୦୦ ହୋମଗାର୍ଡ ପଦବୀ। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପୂର୍ବରୁ ଗୃହରକ୍ଷୀ ପଦବୀ ସଂଖ୍ୟା ୧୭,୬୭୫ ଥିଲା। ଆଉ ଏବେ ଏହି ସଂଖ୍ୟା ବୃଦ୍ଧି ପାଇ ୨୦ ହଜାର ୧୭୫ରେ ପହଞ୍ଚିଛି।
ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଆହୁରି ସୁଦୃଢ କରିବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି। ଏହାସହ ଯେଉଁମାନେ ସରକାରୀ ଆଶାୟୀ ଥିଲେ ସେମାନଙ୍କ ପାଇଁ ମଧ୍ୟ ଏକ ବଡ଼ ସୁଯୋଗ ସୃଷ୍ଟି ହୋଇଛି।