ଭୁଲ UPI ନମ୍ବରରେ ପେମେଣ୍ଟ ହୋଇଛି କି? ଜାଣନ୍ତୁ, କିପରି ଟଙ୍କା ଫେରସ୍ତ ପାଇବେ

ନୂଆଦିଲ୍ଲୀ: ଦେଶରେ ବିମୁଦ୍ରୀକରଣ ପରେ ୟୁପିଆଇ ପେମେଣ୍ଟ ବହୁ ମାତ୍ରାରେ ବଢିଯାଇଥିଲା । ବର୍ତ୍ତମାନ ପ୍ରତ୍ୟେକ ଛୋଟ ଏବଂ ବଡ ସ୍ଥାନରେ ଡିଜିଟାଲ୍ ପେମେଣ୍ଟ ସହଜରେ କରାଯାଇପାରୁଛି । ଏଥିପାଇଁ ଲୋକମାନେ ଫୋନ୍ ପେ, ଗୁଗୁଲ୍ ପେ ଏବଂ ପେଟିଏମ୍ ପରି ଡିଜିଟାଲ୍ ପେମେଣ୍ଟ ଆପ୍ ନିଜ ଫୋନରେ ରଖୁଛନ୍ତି । କିନ୍ତୁ ବେଳେବେଳେ ଏମିତି ହୁଏ ଭୁଲ ବଶତଃ ଅନ୍ୟ ନମ୍ବରକୁ ଟଙ୍କା ପଳାଇଥାଏ । ଯଦି ଆପଣଙ୍କ ସହ ମଧ୍ୟ ଏମିତି ହେଉଛି ତେବେ […]

ଭୁଲ UPI ନମ୍ବରରେ ପେମେଣ୍ଟ ହୋଇଛି କି? ଜାଣନ୍ତୁ, କିପରି ଟଙ୍କା ଫେରସ୍ତ ପାଇବେ

ନୂଆଦିଲ୍ଲୀ: ଦେଶରେ ବିମୁଦ୍ରୀକରଣ ପରେ ୟୁପିଆଇ ପେମେଣ୍ଟ ବହୁ ମାତ୍ରାରେ ବଢିଯାଇଥିଲା । ବର୍ତ୍ତମାନ ପ୍ରତ୍ୟେକ ଛୋଟ ଏବଂ ବଡ ସ୍ଥାନରେ ଡିଜିଟାଲ୍ ପେମେଣ୍ଟ ସହଜରେ କରାଯାଇପାରୁଛି । ଏଥିପାଇଁ ଲୋକମାନେ ଫୋନ୍ ପେ, ଗୁଗୁଲ୍ ପେ ଏବଂ ପେଟିଏମ୍ ପରି ଡିଜିଟାଲ୍ ପେମେଣ୍ଟ ଆପ୍ ନିଜ ଫୋନରେ ରଖୁଛନ୍ତି । କିନ୍ତୁ ବେଳେବେଳେ ଏମିତି ହୁଏ ଭୁଲ ବଶତଃ ଅନ୍ୟ ନମ୍ବରକୁ ଟଙ୍କା ପଳାଇଥାଏ । ଯଦି ଆପଣଙ୍କ ସହ ମଧ୍ୟ ଏମିତି ହେଉଛି ତେବେ ଚିନ୍ତା କରିବାର କିଛି ନାହିଁ । ଅତି ସହଜ ଉପାୟରେ ନିଜର ଟଙ୍କା ଫେରସ୍ତ ପାଇ ପାରିବେ ।

ପ୍ରଥମ ସମାଧାନ ହେଉଛି ଫୋନ୍ ପେ, ଗୁଗୁଲ୍ ପେ ଏବଂ ପେଟିଏମ୍ ଭଳି ଆପ୍ ରେ ଯଦି ଏମିତି ହୁଏ ତେବେ ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କରିପାରିବେ । ଟୋଲ ଫ୍ରି ନମ୍ବରରେ କଲ୍ କରି ଅଭିଯୋଗ ପଞ୍ଜୀକୃତ କରିପାରିବେ ଏବଂ ଟଙ୍କା ଫେରସ୍ତ ପାଇଁ ଅନୁରୋଧ କରିପାରିବେ ।

ସିଧାସଳଖ ଆରବିଆଇକୁ ରିପୋର୍ଟ କରନ୍ତୁ:-
ଯଦି ଆପଣ ଉପରୋକ୍ତ ପଦକ୍ଷେପଗୁଡିକରୁ ଆପଣଙ୍କର ଟଙ୍କା ପାଇ ନାହାଁନ୍ତି, ତେବେ ଆପଣ ସିଧାସଳଖ ଭାରତର ରିଜର୍ଭ ବ୍ୟାଙ୍କରେ ଅଭିଯୋଗ କରିପାରିବେ । ଏଥିପାଇଁ ଆପଣଙ୍କୁ ଗୁଗୁଲକୁ ଯାଇ Banking Ombudsman ଲେଖିବାକୁ ପଡିବ । ତା’ପରେ https://bankingombudsman.rbi.org.in କୁ ଏହି ସାଇଟକୁ ଯିବାକୁ ପଡିବ ।