Breaking: ସରିଗଲା ଟିକେଟ ବିକ୍ରି, ନିରାଶ ହେଲେ ଅନେକ କ୍ରିକେଟ ପ୍ରେମୀ
କଟକ: ଆଉ କରିପାରିବେନି ଟିକେଟ। ଗୋଟିଏ ଦିନରେ ସରିଗଲା ସବୁ ଟିକେଟ। ଠେଲା ପେଲା ଭିତରେ କେଇ ଘଣ୍ଟା ମଧ୍ୟରେ ସବୁ ଟିକେଟ ବିକ୍ରି ହୋଇଯାଇଛି। ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ଜଗମୋହନ ମୀନା। ସବୁଠୁ ବଡ଼ କଥା ୧୨୦୦୦ ଟିକେଟ ବିକ୍ରି ହେବାକୁ ଥିବା ବେଳେ ପ୍ରାୟ ୫୦୦୦୦ ହଜାର ଦର୍ଶକ ଟିକେଟ ପାଇଁ ଲାଇନରେ ଛିଡା ହୋଇଥିଲେ। ପ୍ରଥମେ ସୁରୁଖୁରୁରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଥିଲା। ହେଲେ କେଇ ଘଣ୍ଟା ପରେ ହଠାତ୍ […]

କଟକ: ଆଉ କରିପାରିବେନି ଟିକେଟ। ଗୋଟିଏ ଦିନରେ ସରିଗଲା ସବୁ ଟିକେଟ। ଠେଲା ପେଲା ଭିତରେ କେଇ ଘଣ୍ଟା ମଧ୍ୟରେ ସବୁ ଟିକେଟ ବିକ୍ରି ହୋଇଯାଇଛି।
ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ଜଗମୋହନ ମୀନା। ସବୁଠୁ ବଡ଼ କଥା ୧୨୦୦୦ ଟିକେଟ ବିକ୍ରି ହେବାକୁ ଥିବା ବେଳେ ପ୍ରାୟ ୫୦୦୦୦ ହଜାର ଦର୍ଶକ ଟିକେଟ ପାଇଁ ଲାଇନରେ ଛିଡା ହୋଇଥିଲେ।
ପ୍ରଥମେ ସୁରୁଖୁରୁରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଥିଲା। ହେଲେ କେଇ ଘଣ୍ଟା ପରେ ହଠାତ୍ ଠେଲାପେଲା ଆରମ୍ଭ ହୋଇଯାଇଥିଲା। ଶେଷରେ ଘଟଣାସ୍ଥଳରେ ପୋଲିସର ହସ୍ତକ୍ଷେପ ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।
ସବୁ ଟିକେଟ ବିକ୍ରି ହୋଇଯିବା ପରେ ଏବେ କିଛି କ୍ରିକେଟପ୍ରେମୀଙ୍କ ମଧ୍ୟରେ ନିରାଶା ଖେଳିଯାଇଛି।