BRICSକୁ ଧମକ ଦେଉଛ , ଦୁର୍ବଳ ଭାବିବାର ଭୁଲ କର ନାହିଁ : ଟ୍ରମ୍ପକୁ କଡ଼ା ଶବ୍ଦରେ ଶୁଣାଇଲେ ପୁଟିନଙ୍କ ମନ୍ତ୍ରୀ

ନୂଆଦିଲ୍ଲୀ : ନିକଟରେ ଡୋନାଲ୍ଡ ଟ୍ରମ୍ପ ବ୍ରିକ୍ସ ଗ୍ରୁପ୍‌କୁ ନେଇ ୧୦ପ୍ରତିଶତ ଅତିରିକ୍ତ ଟାରିଫ୍ (ଶୁଳ୍କ) ର ଧମକ ଦେଇଥିଲେ। ସେ ଅଭିଯୋଗ କରିଥିଲେ ଯେ, ବ୍ରିକ୍ସ ଗ୍ରୁପ୍‌ର ନୀତି କେବଳ ଡଲାରକୁ ହ୍ରାସ କରିବା। କେବଳ ଏତିକି ନୁହେଁ, ଟ୍ରମ୍ପଙ୍କ ଟାରିଫ୍‌ର କଡ଼ା ସମାଲୋଚନା ପରେ ଆମେରିକୀୟ ସରକାର ବ୍ରାଜିଲରେ ୫୦ ପ୍ରତିଶତ ଟାରିଫ୍‌ ଲଗାଇ ଦେଇଛନ୍ତି। ଟ୍ରମ୍ପଙ୍କ ଧମକ ଓ ଲଗାତାର ଆକ୍ସନ ରୁଷ୍‌କୁ ବିରକ୍ତ କରି ଦେଇଛି। ରୁଷ୍‌ର ଉପ-ବିଦେଶ ମନ୍ତ୍ରୀ ସର୍ଗେଇ ରୟାବକୋଭ ଗୁରୁବାର ଆମେରିକାକୁ କଡ଼ା ବାର୍ତ୍ତା ଦେଇ କହିଛନ୍ତି ଯେ, ଧମକ ଓ ଚାପର ଭାଷା BRICS ଭଳି ସହଯୋଗୀ ମଞ୍ଚ ସହ ଚାଲି ପାରିବ ନାହିଁ। ସେ କହିଛନ୍ତି ଯେ, ରୁଷ୍‌ BRICS ଦେଶ ଗୁଡ଼ିକର ସ୍ୱାଧୀନତା ଓ ସମ୍ମାନ ସହ ଠିଆ ହୋଇ ରହିବେ।ରୁଷ୍‌ର ଉପ-ବିଦେଶ ମନ୍ତ୍ରୀ ସର୍ଗେଇ ରୟାବକୋଭ କହିଛନ୍ତି , ଧମକ ଓ ହେରଫେରର ଭାଷା , BRICS ସଦସ୍ୟଙ୍କ ସହ ବ୍ୟବହାର କରିବାର ଭାଷା ନୁହେଁ। ଏହି ବୟାନ ଏମିତି ସମୟରେ ଆସିଛି ,ଯେତେବେଳେ ଆମେରିକା BRICSର ସଦ୍ୟ ନୀତିଗୁଡ଼ିକ ଓ ସଦସ୍ୟ ଦେଶ, ବିଶେଷ ରୂପେ ଭାରତ ଓ ଚୀନର ଆର୍ଥିକ ଆଭିମୁଖ୍ୟକୁ ନେଇ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ଟ୍ରମ୍ପ ଏମିତି ବି କହିଛନ୍ତି ଯେ, BRICSରେ ସାମିଲ ଦେଶ ଗୁଡ଼ିକୁ ଆମେରିକା ସହ ବ୍ୟବସାୟ କରିବାରେ ଅତିରିକ୍ତ ଟାରିଫ୍‌ ସହିବାକୁ ପଡ଼ିପାରେ।ଟ୍ରମ୍ପ ପ୍ରଶାସନ ପ୍ରତି କଡ଼ା ପ୍ରତିକ୍ରିୟା –ରୟାବକୋଭ୍‌

BRICSକୁ ଧମକ ଦେଉଛ , ଦୁର୍ବଳ ଭାବିବାର ଭୁଲ କର ନାହିଁ : ଟ୍ରମ୍ପକୁ କଡ଼ା ଶବ୍ଦରେ ଶୁଣାଇଲେ ପୁଟିନଙ୍କ ମନ୍ତ୍ରୀ

ନୂଆଦିଲ୍ଲୀ : ନିକଟରେ ଡୋନାଲ୍ଡ ଟ୍ରମ୍ପ ବ୍ରିକ୍ସ ଗ୍ରୁପ୍‌କୁ ନେଇ ୧୦ପ୍ରତିଶତ ଅତିରିକ୍ତ ଟାରିଫ୍ (ଶୁଳ୍କ) ର ଧମକ ଦେଇଥିଲେ। ସେ ଅଭିଯୋଗ କରିଥିଲେ ଯେ, ବ୍ରିକ୍ସ ଗ୍ରୁପ୍‌ର ନୀତି କେବଳ ଡଲାରକୁ ହ୍ରାସ କରିବା। କେବଳ ଏତିକି ନୁହେଁ, ଟ୍ରମ୍ପଙ୍କ ଟାରିଫ୍‌ର କଡ଼ା ସମାଲୋଚନା ପରେ ଆମେରିକୀୟ ସରକାର ବ୍ରାଜିଲରେ ୫୦ ପ୍ରତିଶତ ଟାରିଫ୍‌ ଲଗାଇ ଦେଇଛନ୍ତି। ଟ୍ରମ୍ପଙ୍କ ଧମକ ଓ ଲଗାତାର ଆକ୍ସନ ରୁଷ୍‌କୁ ବିରକ୍ତ କରି ଦେଇଛି। ରୁଷ୍‌ର ଉପ-ବିଦେଶ ମନ୍ତ୍ରୀ ସର୍ଗେଇ ରୟାବକୋଭ ଗୁରୁବାର ଆମେରିକାକୁ କଡ଼ା ବାର୍ତ୍ତା ଦେଇ କହିଛନ୍ତି ଯେ, ଧମକ ଓ ଚାପର ଭାଷା BRICS ଭଳି ସହଯୋଗୀ ମଞ୍ଚ ସହ ଚାଲି ପାରିବ ନାହିଁ। ସେ କହିଛନ୍ତି ଯେ, ରୁଷ୍‌ BRICS ଦେଶ ଗୁଡ଼ିକର ସ୍ୱାଧୀନତା ଓ ସମ୍ମାନ ସହ ଠିଆ ହୋଇ ରହିବେ।

ରୁଷ୍‌ର ଉପ-ବିଦେଶ ମନ୍ତ୍ରୀ ସର୍ଗେଇ ରୟାବକୋଭ କହିଛନ୍ତି , ଧମକ ଓ ହେରଫେରର ଭାଷା , BRICS ସଦସ୍ୟଙ୍କ ସହ ବ୍ୟବହାର କରିବାର ଭାଷା ନୁହେଁ। ଏହି ବୟାନ ଏମିତି ସମୟରେ ଆସିଛି ,ଯେତେବେଳେ ଆମେରିକା BRICSର ସଦ୍ୟ ନୀତିଗୁଡ଼ିକ ଓ ସଦସ୍ୟ ଦେଶ, ବିଶେଷ ରୂପେ ଭାରତ ଓ ଚୀନର ଆର୍ଥିକ ଆଭିମୁଖ୍ୟକୁ ନେଇ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ଟ୍ରମ୍ପ ଏମିତି ବି କହିଛନ୍ତି ଯେ, BRICSରେ ସାମିଲ ଦେଶ ଗୁଡ଼ିକୁ ଆମେରିକା ସହ ବ୍ୟବସାୟ କରିବାରେ ଅତିରିକ୍ତ ଟାରିଫ୍‌ ସହିବାକୁ ପଡ଼ିପାରେ।

ଟ୍ରମ୍ପ ପ୍ରଶାସନ ପ୍ରତି କଡ଼ା ପ୍ରତିକ୍ରିୟା –

ରୟାବକୋଭ୍‌ ରୁଷିଆ ନ୍ୟୁଜ୍ ଏଜେନ୍ସି TASS ସହ କଥାବାର୍ତ୍ତାରେ କହିଛନ୍ତି ଯେ, ଟ୍ରମ୍ପ ପ୍ରଶାସନର ବୟାନ ଓ ନୀତି ଗୁଡ଼ିକରେ ବିରୋଧାଭାସ ଅଛି,ଯେଉଁଥିରେ ରୁଷ୍‌-ଆମେରିକା ସମ୍ୱନ୍ଧକୁ ସୁଧାରିବାରେ ପ୍ରୟାସ ଜଟିଳ ହେଉଛି। ଟ୍ରମ୍ପ ପ୍ରଶାସନ ନିଜର ବିବୃତ୍ତି ଓ କାର୍ଯ୍ୟାନୁଷ୍ଠାନରେ ଖୁବ୍‌ ବିରୋଧାଭାସୀ। ଏଥିରେ କାମ ସହଜ ହେବ ନାହିଁ। ସେ କହିଛନ୍ତି , ଆମେ ଲଗାତାର ଓ ଦୃଢତାର ସହ ଆମେରିକା ସହ ସମ୍ୱନ୍ଧକୁ ସହଜ କରିବା ରାସ୍ତାରେ ଆଗକୁ ବଢୁଛୁ। 

ରୟାବକୋଭ୍‌ ଇଣ୍ଟରଫାକ୍ସ ଏଜେନ୍ସିକୁ ଦେଇଥିବା ବିବୃତ୍ତିରେ କହିଛନ୍ତି , ରୁଷ୍‌ ସମ୍ଭାବିତ ଆମେରିକୀୟ ପ୍ରତିବନ୍ଧ ଗୁଡ଼ିକୁ ବର୍ତ୍ତିବା ପାଇଁ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ। ସେ କହିଛନ୍ତି, ଆମେ ଜାଣିଛୁ ଯେ, ପ୍ରତିବନ୍ଧକକୁ କେମିତି ମୁକାବିଲା କରିବାର ଅଛି।