BSF ରେ ଭର୍ତ୍ତି ପାଇଁ ସୁଯୋଗ, ଜାଣନ୍ତୁ କେମିତି କରିବେ ଆବେଦନ

ଯଦି ଆପଣ ଚାକିରି ଖୋଜୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ । ବର୍ଡର ସିକ୍ୟୁରିଟି ଫୋର୍ସ(BSF) ରେ କନଷ୍ଟେବଳ ଚାକିରି କରିବାର ସୁଯୋଗ । ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଅଫିସିଆଲ୍ ୱେବସାଇଟରେ ଆରମ୍ଭ ହୋଇଛି । ଆପଣ ଏହି ନିଯୁକ୍ତି ପାଇଁ ଆବେଦନ ୩୦ ଡିସେମ୍ବର ପର୍ଯ୍ୟନ୍ତ କରିପାରିବେ, ପ୍ରାର୍ଥୀମାନେ ଏହି ତାରିଖ କିମ୍ବା ପୂର୍ବରୁ ଆବେଦନ କରିବା ଉଚିତ୍ । ଏହି ନିଯୁକ୍ତି କ୍ରୀଡା କୋଟା ଅଧୀନରେ […] The post BSF ରେ ଭର୍ତ୍ତି ପାଇଁ ସୁଯୋଗ, ଜାଣନ୍ତୁ କେମିତି କରିବେ ଆବେଦନ appeared first on KNews Odisha.

BSF ରେ ଭର୍ତ୍ତି ପାଇଁ ସୁଯୋଗ, ଜାଣନ୍ତୁ କେମିତି କରିବେ ଆବେଦନ
BSF

ଯଦି ଆପଣ ଚାକିରି ଖୋଜୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ । ବର୍ଡର ସିକ୍ୟୁରିଟି ଫୋର୍ସ(BSF) ରେ କନଷ୍ଟେବଳ ଚାକିରି କରିବାର ସୁଯୋଗ । ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଅଫିସିଆଲ୍ ୱେବସାଇଟରେ ଆରମ୍ଭ ହୋଇଛି । ଆପଣ ଏହି ନିଯୁକ୍ତି ପାଇଁ ଆବେଦନ ୩୦ ଡିସେମ୍ବର ପର୍ଯ୍ୟନ୍ତ କରିପାରିବେ, ପ୍ରାର୍ଥୀମାନେ ଏହି ତାରିଖ କିମ୍ବା ପୂର୍ବରୁ ଆବେଦନ କରିବା ଉଚିତ୍ । ଏହି ନିଯୁକ୍ତି କ୍ରୀଡା କୋଟା ଅଧୀନରେ କରାଯାଇଛି, ଯାହା ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ରହିଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ୱେବସାଇଟ rectt.bsf.gov.in କୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୨୭୫

କନଷ୍ଟେବଳ ଜେନେରାଲ୍ ଡ୍ୟୁଟି (ପୁରୁଷ)
କନଷ୍ଟେବଲ୍ ଜେନେରାଲ୍ ଡ୍ୟୁଟି (ମହିଳା)

ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୩୦ ଡିସେମ୍ବର ଯାଏ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ନିଶ୍ଚିତ ଭାବରେ ଦଶମ ପାସ୍ କରିଥିବା ଜରୁରୀ । ଆହୁରି ମଧ୍ୟ, ଯଦି ଏହା କ୍ରୀଡା କୋଟା ଅଧୀନରେ ବାହାରିଛି ତେବେ ନିଶ୍ଚିତ ଭାବରେ କ୍ରୀଡା କୋଟା ରହିବା ଆବଶ୍ୟକ ।

ବୟସ ସୀମା : ଏହି ନିଯୁକ୍ତି ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ହୋଇଥିବାବେଳେ ସର୍ବାଧିକ ୨୩ ବର୍ଷ ହେବା ଉଚିତ୍ ।

କେମିତି କରିବେ ଆବେଦନ :

ଇଚ୍ଛୁକ ପ୍ରାର୍ଥୀ ପ୍ରଥମେ ଅଫିସିଆଲ ସାଇଟକୁ ଯିବାକୁ ହେବ ।
ଏହାପରେ ବିଏସଏଫ ଲିଙ୍କରେ କ୍ଲିକ୍‌ କରି ହୋମପେଜକୁ ଯାଇ ସମସ୍ତ ବିବରଣୀ ଦେବାକୁ ହେବ ।
ଏହାପରେ ସବମିଟ୍‌ ବଟନ କ୍ଲିକ୍‌ କରି ଆପ୍ଲିକେସନ ଫର୍ମ ଭରିବାକୁ ହେବ ।
ସମସ୍ତ ଦସ୍ତାବିଜ ଭରିବା ପରେ ସବମିଟ୍‌ କରି ଭବିଷ୍ୟତ ପାଇଁ ଏକ ପ୍ରିଣ୍ଟଆଉଟ କାଢି ରଖିବାକୁ ହେବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

The post BSF ରେ ଭର୍ତ୍ତି ପାଇଁ ସୁଯୋଗ, ଜାଣନ୍ତୁ କେମିତି କରିବେ ଆବେଦନ appeared first on KNews Odisha.