Budget: ଯେବେ ଯୁଦ୍ଧ ଯୋଗୁ ଭୁଷୁଡି ପଡିଥିଲା ଦେଶର ଅର୍ଥନୀତି, ଆସିଥିଲା ‘ବ୍ଲାକ୍‌ ବଜେଟ୍‌’

ନୂଆଦିଲ୍ଲୀ,୨୭।୧: ଚଳିତ ବର୍ଷ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କ୍ରମାଗତ ଭାବରେ ନିଜର ଷଷ୍ଠ ବଜେଟ୍‌ ଉପସ୍ଥାପନା କରିବାକୁ ଯାଉଛନ୍ତି। ନିର୍ମଳା ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଅଟନ୍ତି ଯିଏ କି, ୨୦୧୯ ଜୁଲାଇରୁ ୫ ପୂର୍ଣ୍ଣକାଳୀନ/ବାର୍ଷିକ ବଜେଟ୍‌ ଉପସ୍ଥାପନ କରିସାରିଛନ୍ତି। ଆଗାମୀ ସପ୍ତାହରେ ସେ ଲୋକସଭା ନିର୍ବାଚନ ଯୋଗୁ ଆନ୍ତରୀଣ ବଜେଟ୍‌ ଉପସ୍ଥାପନ କରିବାକୁ ଯାଉଛନ୍ତି। ଅତୀତରେ ଦେଶର ଅନେକ ବଜେଟ୍‌କୁ ରୋଚକ ଆଖ୍ୟା ଦିଆଯାଇଛି। କିନ୍ତୁ ଇନ୍ଦିରା ଗାନ୍ଧୀଙ୍କ ସମୟରେ ଏପରି ଏକ ବଜେଟ୍‌ […] The post Budget: ଯେବେ ଯୁଦ୍ଧ ଯୋଗୁ ଭୁଷୁଡି ପଡିଥିଲା ଦେଶର ଅର୍ଥନୀତି, ଆସିଥିଲା ‘ବ୍ଲାକ୍‌ ବଜେଟ୍‌’ appeared first on Dharitri Odia News.

Budget: ଯେବେ ଯୁଦ୍ଧ ଯୋଗୁ ଭୁଷୁଡି ପଡିଥିଲା ଦେଶର ଅର୍ଥନୀତି, ଆସିଥିଲା ‘ବ୍ଲାକ୍‌ ବଜେଟ୍‌’

ନୂଆଦିଲ୍ଲୀ,୨୭।୧: ଚଳିତ ବର୍ଷ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କ୍ରମାଗତ ଭାବରେ ନିଜର ଷଷ୍ଠ ବଜେଟ୍‌ ଉପସ୍ଥାପନା କରିବାକୁ ଯାଉଛନ୍ତି। ନିର୍ମଳା ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଅଟନ୍ତି ଯିଏ କି, ୨୦୧୯ ଜୁଲାଇରୁ ୫ ପୂର୍ଣ୍ଣକାଳୀନ/ବାର୍ଷିକ ବଜେଟ୍‌ ଉପସ୍ଥାପନ କରିସାରିଛନ୍ତି। ଆଗାମୀ ସପ୍ତାହରେ ସେ ଲୋକସଭା ନିର୍ବାଚନ ଯୋଗୁ ଆନ୍ତରୀଣ ବଜେଟ୍‌ ଉପସ୍ଥାପନ କରିବାକୁ ଯାଉଛନ୍ତି। ଅତୀତରେ ଦେଶର ଅନେକ ବଜେଟ୍‌କୁ ରୋଚକ ଆଖ୍ୟା ଦିଆଯାଇଛି। କିନ୍ତୁ ଇନ୍ଦିରା ଗାନ୍ଧୀଙ୍କ ସମୟରେ ଏପରି ଏକ ବଜେଟ୍‌ ଉପସ୍ଥାପନା କରାଯାଇଥିଲା ଯାହା ବ୍ଲାକ ବଜେଟ୍‌ ବା କଳା ବଜେଟ୍‌ ଭାବରେ ଜଣାଶୁଣା।

୧୯୭୩-୭୪ବର୍ଷର ବଜେଟ୍‌ ବ୍ଲାକ୍‌ ବଜେଟ ଭାବରେ ଜଣାଶୁଣା। ୧୯୭୩ ଫେବୃଆରୀ ୨୮କୁ ତତ୍କାଳୀନ ଅର୍ଥମନ୍ତ୍ରୀ ୟଶଓ୍ବନ୍ତରାଓ ବି ଚବନ ଏହି ବଜେଟ୍‌କୁ ସଂସଦରେ ଉପସ୍ଥାପନ କରିଥିଲେ। ଏହିବର୍ଷ ରାଜକୋଷକୁ ୫୫୦କୋଟି ଟଙ୍କାର କ୍ଷତି ସହବିାକୁ ପଡିଥିଲା। ସେହିବର୍ଷ ଦେଶ ଅର୍ଥନୈତିକ ଅଚଳାବସ୍ଥା ଦେଇ ଗତି କରୁଥିଲା। ଖରାପ ପାଣିପାଗ ବ୍ୟତୀତ ୧୯୭୧ରେ ହୋଇଥିବା ବାଂଲାଦେଶ ଯୁଦ୍ଧ କାରଣରୁ ଦେଶର ଅର୍ଥନୈତିକବସ୍ଥା ଭୁଷୁଡି ପଡିଥିଲା। ସରକାର ରାଜକୋଷର ଆୟ ବଢେଇବା ପାଇଁ କୋଇଲା ଖାନା, ବିଭିନ୍ନ ବୀମା କମ୍ପାନୀ ଓ ଇଣ୍ଡିଆନ କପର କର୍ପୋରେଶନର ରାଷ୍ଟ୍ରୀୟକରଣ କରିବା ପାଇଁ ଘୋଷଣା କରିଥିଲେ। ଏଥିପାଇଁ ସରକାର ପ୍ରାୟ ୫୬କୋଟି ଟଙ୍କାର ପ୍ରାବଧାନ କରିଥିଲେ। ତେଣୁ ଏହି ବଜେଟ୍‌କୁ ବ୍ଲାକ୍‌ ବଜେଟ୍‌ କୁହାଯାଏ।

The post Budget: ଯେବେ ଯୁଦ୍ଧ ଯୋଗୁ ଭୁଷୁଡି ପଡିଥିଲା ଦେଶର ଅର୍ଥନୀତି, ଆସିଥିଲା ‘ବ୍ଲାକ୍‌ ବଜେଟ୍‌’ appeared first on Dharitri Odia News.