‘CAA ହଟିବ ନାହିଁ’; ବିରୋଧୀଙ୍କୁ ରୋକ୍ଠୋକ୍ ଶୁଣାଇଲେ ଅମିତ୍ ଶାହ
ନୂଆଦିଲ୍ଲୀ: ନାଗିରକ ସଂଶୋଧନ ଆଇନ ହଟିବ ନାହିଁ । ସିଏଏକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ସ୍ପଷ୍ଟୋକ୍ତି ଦେଇଛନ୍ତି । ଏକ ଗଣମାଧ୍ୟମକୁ ସାକ୍ଷତକାର ଦେଇ ବିରୋଧୀଙ୍କୁ ରୋକ୍ ଠୋକ୍ ଶୁଣାଇଛନ୍ତି ଅମିତ ଶାହ । ସିଏଏ ଆଇନକୁ ଫେରାଇ ନିଆଯିବ ନାହିଁ । ଦେଶରେ ଭାରତୀୟ ନାଗରିକତାକୁ ସୁନିଶ୍ଚିତ କରିବା ସ୍ବଂପ୍ରଭୁତା ଅଧିକାରୀ ଏବଂ ଭାରତୀୟ ଜନତା ପାର୍ଟି ଏହାକୁ ନେଇ କୌଣସି ବୁଝାମଣା କରିବ ନାହିଁ । ମୋଦି ସରକାରଙ୍କ ଦ୍ବାରା ଲାଗୁ ହୋଇଥିବା ଏହି ଆଇନକୁ ଫେରାଇ ନେବା ସମ୍ଭବ ନୁହେଁ ବୋଲି ଶାହା କହିଛନ୍ତି । ଏହାସହିତ ବିରୋଧୀ ଅଯଥାରେ ତୃଷ୍ଟୀକରଣ ରାଜନୀତି କରୁଛନ୍ତି ବୋଲି ସେ କହିଛନ୍ତି । ସିଏଏ ବିଜ୍ଞପ୍ତୀ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଏକ ବୟାନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ କଡ଼ା ସମାଲୋଚନା କରିଥିଲେ । ସେ କହିଥିଲେ, ପଶ୍ଚିମବଙ୍ଗରେ ବିଜେପି ସରକାର ଆସିଲେ, ସେତେବେଳେ ଅନୁପ୍ରବେଶକାରୀଙ୍କୁ ରୋକା ଯିବ । ସୁରକ୍ଷା ମୁଦ୍ଦାକୁ ନେଇ ଏପରି ରାଜନୀତି କରିବା ଠିକ୍ ନୁହେଁ ବୋଲି କହିଥିଲେ । ଦିଲ୍ଲୀର ବିଲ୍ଡିଂରେ ଅଗ୍ନିକାଣ୍ଡ : ଜୀବନ୍ତ ଜଳିଗଲେ ୪ ଜଣ, ପାଞ୍ଚ ଆହତସେପଟେ ଗୃହମନ୍ତ୍ରୀ କହିଥିଲେ, ନାଗରିକତା ସଂଶୋଧନ ଆଇନ, ସମ୍ବିଧାନର କୌଣସି ନିୟମକୁ ଉଲ୍ଲଙ୍ଘନ କରିନାହିଁ । ସମ୍ବିଧାନର ଅନୁଚ୍ଛେଦ ୧୧ରେ ନାଗରିକତାକୁ ନେଇ ଆଇନ ତିଆରି କରିବା ସଂସଦ ପାଖରେ ରହିଛି । ମିଛ ଖବର ଓ ତୃଷ୍ଟୀକରଣ ର
ନୂଆଦିଲ୍ଲୀ: ନାଗିରକ ସଂଶୋଧନ ଆଇନ ହଟିବ ନାହିଁ । ସିଏଏକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ସ୍ପଷ୍ଟୋକ୍ତି ଦେଇଛନ୍ତି । ଏକ ଗଣମାଧ୍ୟମକୁ ସାକ୍ଷତକାର ଦେଇ ବିରୋଧୀଙ୍କୁ ରୋକ୍ ଠୋକ୍ ଶୁଣାଇଛନ୍ତି ଅମିତ ଶାହ । ସିଏଏ ଆଇନକୁ ଫେରାଇ ନିଆଯିବ ନାହିଁ । ଦେଶରେ ଭାରତୀୟ ନାଗରିକତାକୁ ସୁନିଶ୍ଚିତ କରିବା ସ୍ବଂପ୍ରଭୁତା ଅଧିକାରୀ ଏବଂ ଭାରତୀୟ ଜନତା ପାର୍ଟି ଏହାକୁ ନେଇ କୌଣସି ବୁଝାମଣା କରିବ ନାହିଁ । ମୋଦି ସରକାରଙ୍କ ଦ୍ବାରା ଲାଗୁ ହୋଇଥିବା ଏହି ଆଇନକୁ ଫେରାଇ ନେବା ସମ୍ଭବ ନୁହେଁ ବୋଲି ଶାହା କହିଛନ୍ତି । ଏହାସହିତ ବିରୋଧୀ ଅଯଥାରେ ତୃଷ୍ଟୀକରଣ ରାଜନୀତି କରୁଛନ୍ତି ବୋଲି ସେ କହିଛନ୍ତି ।
ସିଏଏ ବିଜ୍ଞପ୍ତୀ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଏକ ବୟାନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ କଡ଼ା ସମାଲୋଚନା କରିଥିଲେ । ସେ କହିଥିଲେ, ପଶ୍ଚିମବଙ୍ଗରେ ବିଜେପି ସରକାର ଆସିଲେ, ସେତେବେଳେ ଅନୁପ୍ରବେଶକାରୀଙ୍କୁ ରୋକା ଯିବ । ସୁରକ୍ଷା ମୁଦ୍ଦାକୁ ନେଇ ଏପରି ରାଜନୀତି କରିବା ଠିକ୍ ନୁହେଁ ବୋଲି କହିଥିଲେ ।
ଦିଲ୍ଲୀର ବିଲ୍ଡିଂରେ ଅଗ୍ନିକାଣ୍ଡ : ଜୀବନ୍ତ ଜଳିଗଲେ ୪ ଜଣ, ପାଞ୍ଚ ଆହତ
ସେପଟେ ଗୃହମନ୍ତ୍ରୀ କହିଥିଲେ, ନାଗରିକତା ସଂଶୋଧନ ଆଇନ, ସମ୍ବିଧାନର କୌଣସି ନିୟମକୁ ଉଲ୍ଲଙ୍ଘନ କରିନାହିଁ । ସମ୍ବିଧାନର ଅନୁଚ୍ଛେଦ ୧୧ରେ ନାଗରିକତାକୁ ନେଇ ଆଇନ ତିଆରି କରିବା ସଂସଦ ପାଖରେ ରହିଛି । ମିଛ ଖବର ଓ ତୃଷ୍ଟୀକରଣ ରାଜନୀତି କରୁଥିବା ଲୋକ ଲୋକସଭା ନିର୍ବାଚନ ପରେ ଏହାକୁ ସମର୍ଥନ କରିବେ ବୋଲି ଅମିତ୍ ଶାହ କହିଛନ୍ତି ।