Cannes Film Festival 2024: କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ଘାତକ ଅବତାରରେ ଶୋଭିତା ଧୁଲିପାଲା

ସାଉଥ୍‌ରୁ ବଲିଉଡ ଚଳଚ୍ଚିତ୍ର ପର୍ଯ୍ୟନ୍ତ ନିଜର ଅଭିନୟ କାରଣରୁ ଶୋଭିତା ଧୁଲିପାଲା ଚର୍ଚ୍ଚାରେ ରହିଥା’ନ୍ତି। ଆଜିକାଲି ଅଭିନେତ୍ରୀ କାନ୍ସ ୨୦୨୪ରେ ନିଜର ଜଲ୍‌ୱା ଦେଖାଉଥିବ ନଜର ଆସିଛନ୍ତି। ସେ ଏକ ସୁବର୍ଣ୍ଣ ରଙ୍ଗର ପୋଷାକରେ ଏକ ଫଟୋସୁଟ୍ କରିଛନ୍ତି ଏବଂ ଯାହାର ଛବି ଶେୟାର୍ କରିଛନ୍ତି।

Cannes Film Festival 2024: କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ଘାତକ ଅବତାରରେ ଶୋଭିତା ଧୁଲିପାଲା

କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ୨୦୨୪ ଫ୍ରାନ୍ସରେ ୧୪ ମେ’ରୁ ଆରମ୍ଭ ହୋଇଛି। ଏହି ଚଳଚ୍ଚିତ୍ର ମହୋତ୍ସବରେ ବିଶ୍ୱର ଅନେକ ସେଲିବ୍ରେଟି ମଧ୍ୟ ଅଂଶଗ୍ରହଣ କରୁଥିବା ଦେଖିବାକୁ ମିଳିଛି। ଏହି ଅବସରରେ, ଅନେକ ବଡ ବଡ ତାରକା ନିଜକୁ ଆକର୍ଷଣୀୟ କରି କାନ୍ସ ୨୦୨୪ର ରେଡ କାର୍ପେଟ୍‌ରେ ଚାଲୁଥିବା ନଜର ଆସନ୍ତି।

‘ତାରକ୍ ମେହେଟ୍ଟା କା ଉଲ୍‌ଟା ଚଶ୍‌ମା’ର ଅଭିନେତ୍ରୀ ଦୀପ୍ତି ସାଧୱାନୀ, ଉର୍ବଶୀ ରୌତେଲା, ଉଦ୍ୟମୀ ନମିତା ଥାପର, ଐଶ୍ୱର୍ଯ୍ୟା ରାୟ ବଚ୍ଚନ, କିଆରା ଆଡ୍‌ଭାନୀଙ୍କୁ ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି। ବର୍ତ୍ତମାନ ଶୋଭିତା ଧୁଲିପାଲାଙ୍କୁ ତାଙ୍କ ଘାତକ ଅବତାରରେ ଦ୍ୱିତୀୟ ଥର ପାଇଁ ରେଡ୍‌ କାର୍ପେଟ୍‌ରେ ଦେଖୁଥିବା ମିଳିଛି।

ସାଉଥ୍‌ରୁ ବଲିଉଡ ଚଳଚ୍ଚିତ୍ର ପର୍ଯ୍ୟନ୍ତ ନିଜର ଅଭିନୟ କାରଣରୁ ଏହି ଅଭିନେତ୍ରୀ ଚର୍ଚ୍ଚାରେ ରହିଥା’ନ୍ତି। ଆଜିକାଲି ଅଭିନେତ୍ରୀ କାନ୍ସ ୨୦୨୪ରେ ନିଜର ଜଲ୍‌ୱା ଦେଖାଉଥିବ ନଜର ଆସିଛନ୍ତି। ସେ ଏକ ସୁବର୍ଣ୍ଣ ରଙ୍ଗର ପୋଷାକରେ ଏକ ଫଟୋସୁଟ୍ କରିଛନ୍ତି ଏବଂ ଯାହାର ଛବି ଶେୟାର୍ କରିଛନ୍ତି। ଏହି ଫଟୋଗୁଡ଼ିକରେ ଅଭିନେତ୍ରୀଙ୍କୁ ତାଙ୍କ ଘାତକ ଲୁକ୍‌ରେ ଦେଖିବାକୁ ମିଳିଛି। ତାଙ୍କ ଫଟୋ ଦେଖି ଏବେ ପ୍ରଶଂସକମାନେ ପାଗଳ। ଅଭିନେତ୍ରୀଙ୍କ ନୂଆ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

 
 
 
 
 
 
 
 
 
 
 
 
 
 
 

A post shared by Sobhita (@sobhitad)

ଏହି ସମୟରେ ଶୋଭିତା ଏକ ଗୋଲ୍ଡେନ୍ ବଡିକନ୍ ଫୁଲ୍ ସ୍ଲିଭ୍ ପୋଷାକ ପିନ୍ଦିଛନ୍ତି। ସେ ନିଜ ଚେହେରାକୁ ସଂପୂର୍ଣ୍ଣ କରିବା ପାଇଁ ଲମ୍ବା କାନଫୁଲ ପିନ୍ଧିଛନ୍ତି। ଚୁଟିକୁ ଭଲ ଭାବେ ବାନ୍ଧି ଦେଇଛନ୍ତି। ଅତ୍ୟାଧୁନିକ ଫଟୋସୁଟ୍‌ ସମୟରେ ଅଭିନେତ୍ରୀ ଜଣକ ତାଙ୍କ କର୍ଭି ଫିଗର ଦେଖେଇବାକୁ ଚେଷ୍ଟା କରିଛନ୍ତି। ତେବେ ଶୋଭିତାଙ୍କ ଏହି ବୋଲ୍ଡ ଅବତାର ଏକ ଚର୍ଚ୍ଚାର ବିଷୟ ହୋଇଯାଇଛି।

ଅଭିନେତ୍ରୀଙ୍କ ଏହି ଫଟୋ ସାମ୍ନାକୁ ଆସିବା ପରେ ପ୍ରଶଂସକମାନଙ୍କ ମେସେଜ୍‌ର ଲାଇନ୍ ଲାଗିଯାଇଛି। ଜଣେ ପ୍ରଶଂସକ ଲେଖିଛନ୍ତି, “ଓଃ... ଗୋଲ୍‌ଡି, ଆପଣ ଓସ୍କାର ପରି ଦେଖାଯାଉଛନ୍ତି।” ଅନ୍ୟ ଜଣେ ଲେଖିଛନ୍ତି, “ଏତେ ସୁନ୍ଦର, ଆପଣ ପ୍ରତ୍ୟେକ ପୋଷାକରେ ଚମତ୍କାର ଲାଗୁଛନ୍ତି।” ତୃତୀୟ ଜଣଙ୍କ "ଅପସରା ପରି ଦେଖାଯାଉଛନ୍ତି" ବୋଲି ଲେଖିଛନ୍ତି।