CBDC big update: ଡିଜିଟାଲ କଏନକୁ ନେଇ ଆରବିଆଇର ବଡ ଘୋଷଣା, ଅଫଲାଇନରେ ହେବ ଉପଲବ୍ଧ

ନୂଆଦିଲ୍ଲୀ,୧୦।୨: ଭାରତୀୟ ରିଜର୍ଭ ବ୍ୟାଙ୍କ(RBI) ଡିଜିଟାଲ କଏନ(CBDC)କୁ ନେଇ ନୂଆ ଫିଚର୍ସ ଆଣିବାକୁ ଯାଉଛି। ଏହି ନୂଆ ଫଇସର୍ଚ ଦ୍ୱାରା ଡିଜିଟାଲ କଏନ ଆହୁରି ଅଧିକ ସ୍ମାର୍ଟ ଭାବରେ କାମ କରିବ। ଏଥିସହ ଏହାକୁ ବିଭିନ୍ନ ସ୍ଥାନରେ ବ୍ୟବହାର ମଧ୍ୟ କରିହେବ। ତେବେ ଏଥିରେ ୨ଟି ମୁଖ୍ୟ ଫିଚର୍ସ ଯୋଡା ହେବା ନେଇ ଆରବିଆଇ ଘୋଷଣା କରିଛି। ଏହାଦ୍ୱାରା କେବଳ ଡିଜିଟାଲ ଟ୍ରାଞ୍ଜାକ୍ସନ ନୁହେଁ ଅଫଲାଇନ ନେଣଦେଣରେ ମଧ୍ୟ ଏହା ଉପଲବ୍ଧ ହେବ। ବିଶେଷ ରୂପେ ଏଥିରେ […] The post CBDC big update: ଡିଜିଟାଲ କଏନକୁ ନେଇ ଆରବିଆଇର ବଡ ଘୋଷଣା, ଅଫଲାଇନରେ ହେବ ଉପଲବ୍ଧ appeared first on Dharitri Odia News.

CBDC big update: ଡିଜିଟାଲ କଏନକୁ ନେଇ ଆରବିଆଇର ବଡ ଘୋଷଣା, ଅଫଲାଇନରେ ହେବ ଉପଲବ୍ଧ

ନୂଆଦିଲ୍ଲୀ,୧୦।୨: ଭାରତୀୟ ରିଜର୍ଭ ବ୍ୟାଙ୍କ(RBI) ଡିଜିଟାଲ କଏନ(CBDC)କୁ ନେଇ ନୂଆ ଫିଚର୍ସ ଆଣିବାକୁ ଯାଉଛି। ଏହି ନୂଆ ଫଇସର୍ଚ ଦ୍ୱାରା ଡିଜିଟାଲ କଏନ ଆହୁରି ଅଧିକ ସ୍ମାର୍ଟ ଭାବରେ କାମ କରିବ। ଏଥିସହ ଏହାକୁ ବିଭିନ୍ନ ସ୍ଥାନରେ ବ୍ୟବହାର ମଧ୍ୟ କରିହେବ। ତେବେ ଏଥିରେ ୨ଟି ମୁଖ୍ୟ ଫିଚର୍ସ ଯୋଡା ହେବା ନେଇ ଆରବିଆଇ ଘୋଷଣା କରିଛି। ଏହାଦ୍ୱାରା କେବଳ ଡିଜିଟାଲ ଟ୍ରାଞ୍ଜାକ୍ସନ ନୁହେଁ ଅଫଲାଇନ ନେଣଦେଣରେ ମଧ୍ୟ ଏହା ଉପଲବ୍ଧ ହେବ। ବିଶେଷ ରୂପେ ଏଥିରେ ସରକାରଙ୍କ କିଛି ଖାସ୍‌ ସ୍କିମ୍‌ ଯୋଡି ହୋଇ ରହିବ। ଏନେଇ ଆରବିଆଇ ପ୍ରେସ ବିଜ୍ଞପ୍ତି ଜାରି କରିଛି।

ଆରବିଆଇ ଅନୁଯାୟୀ, ଏବେ ଡିଜିଟାଲ କଏନକୁ ଅଫଲାଇନରେ ମଧ୍ୟ ବ୍ୟବହାର କରିହେବ। ଅର୍ଥାତ୍‌ ଯେଉଁଠାରେ ଇଣ୍ଟରନେଟ ଚାଲୁନାହିଁ କିମ୍ବା ଇର୍ଟରନେଟର ସୁବିଧା ନାହିଁ ସେଠାରେ ଏହି ଡିଜିଟାଲ ରୁପିର ବ୍ୟବହାର କରିହେବ। ଯେଉଁଠାରେ ମୋବାଇଲ ଇଣ୍ଟରନେଟର ସୁବିଧା ନେଇ ସେଠାରେ ଏହା ବଡ ବିପ୍ଲବ ଆଣିବ।

The post CBDC big update: ଡିଜିଟାଲ କଏନକୁ ନେଇ ଆରବିଆଇର ବଡ ଘୋଷଣା, ଅଫଲାଇନରେ ହେବ ଉପଲବ୍ଧ appeared first on Dharitri Odia News.