CBSE Exam: ସିବିଏସ୍ଇ ଦଶମ, ଦ୍ୱାଦଶ ଆଡ୍ମିଟ କାର୍ଡ ଜାରି, ଆସନ୍ତା ୧୫ରୁ ପରୀକ୍ଷା…
ଭୁବନେଶ୍ୱର, ୬।୨(ଅସମାପିକା ସାହୁ)- କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍ଇ) ଦ୍ବାରା ପରିଚାଳିତ ଦଶମ ଓ ଦ୍ୱାଦଶ ପରୀକ୍ଷା ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବ। ଏଥିପାଇଁ ସିବିଏସ୍ଇ ଅଫିସିଆଲ ୱେବ୍ସାଇଟ cbse.gov.inରେ ଆଡ୍ମିଟ୍ କାର୍ଡ ଉପଲବ୍ଧ କରାଯାଇଛି। ସ୍କୁଲଗୁଡିକ ଏହି ପୋର୍ଟାଲରେ ଲଗ୍ ଇନ୍ କରି ଆଡ୍ମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ। ସିବିଏସ୍ଇ ବୋର୍ଡର ସମସ୍ତ ଛାତ୍ରୀଛାତ୍ରଙ୍କୁ ନିଜ ସ୍କୁଲରୁ ଆଡ୍ମିଟ୍ କାର୍ଡ ନେବାକୁ ପଡ଼ିବ। ଦିନେ ଦୁଇଦିନ ମଧ୍ୟରେ ସ୍କୁଲଗୁଡ଼ିକ ଆଡ୍ମିଟ୍ କାର୍ଡ ବଣ୍ଟନ ପ୍ରକ୍ରିୟା […] The post CBSE Exam: ସିବିଏସ୍ଇ ଦଶମ, ଦ୍ୱାଦଶ ଆଡ୍ମିଟ କାର୍ଡ ଜାରି, ଆସନ୍ତା ୧୫ରୁ ପରୀକ୍ଷା… appeared first on Dharitri Odia News.
ଭୁବନେଶ୍ୱର, ୬।୨(ଅସମାପିକା ସାହୁ)- କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍ଇ) ଦ୍ବାରା ପରିଚାଳିତ ଦଶମ ଓ ଦ୍ୱାଦଶ ପରୀକ୍ଷା ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବ। ଏଥିପାଇଁ ସିବିଏସ୍ଇ ଅଫିସିଆଲ ୱେବ୍ସାଇଟ cbse.gov.inରେ ଆଡ୍ମିଟ୍ କାର୍ଡ ଉପଲବ୍ଧ କରାଯାଇଛି। ସ୍କୁଲଗୁଡିକ ଏହି ପୋର୍ଟାଲରେ ଲଗ୍ ଇନ୍ କରି ଆଡ୍ମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ। ସିବିଏସ୍ଇ ବୋର୍ଡର ସମସ୍ତ ଛାତ୍ରୀଛାତ୍ରଙ୍କୁ ନିଜ ସ୍କୁଲରୁ ଆଡ୍ମିଟ୍ କାର୍ଡ ନେବାକୁ ପଡ଼ିବ। ଦିନେ ଦୁଇଦିନ ମଧ୍ୟରେ ସ୍କୁଲଗୁଡ଼ିକ ଆଡ୍ମିଟ୍ କାର୍ଡ ବଣ୍ଟନ ପ୍ରକ୍ରିୟା ଆରମ୍ଭ କରିବେ। ଉକ୍ତ ଆଡମିଟ୍ କାର୍ଡରେ ଆବଶ୍ୟକ ନିର୍ଦ୍ଦେଶନାମା ରହିଛି, ଯାହା ସିବିଏସ୍ଇ ବୋର୍ଡ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରୀଛାତ୍ରଙ୍କ ପାଇଁ ଜରୁରୀ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ସିବିଏସ୍ଇ ଦଶମ ପରୀକ୍ଷା ମାର୍ଚ୍ଚ ୧୩ରେ ଓ ଦ୍ୱାଦଶ ପରୀକ୍ଷା ଏପ୍ରିଲ ୨ରେ ଶେଷ ହେବ।
The post CBSE Exam: ସିବିଏସ୍ଇ ଦଶମ, ଦ୍ୱାଦଶ ଆଡ୍ମିଟ କାର୍ଡ ଜାରି, ଆସନ୍ତା ୧୫ରୁ ପରୀକ୍ଷା… appeared first on Dharitri Odia News.