ବଙ୍ଗଳାରେ ରହିଲେ ଚାଲିଯାଉଛି ମନ୍ତ୍ରୀପଦ । କଣ ରହସ୍ୟ ରହିଛି ରାମଟେକ ବଙ୍ଗଳାର.. ?

କନକ  ବ୍ୟୁରୋ:  ମହାରାଷ୍ଟ୍ରର ଅଭିଶପ୍ତ ବଙ୍ଗଳା ।  ବଙ୍ଗଳାର ନାଁ ହେଉଛି ରାମଟେକ ବଙ୍ଗଳା ।  ଏହି ବଙ୍ଗଳାରେ କୌଣସି  ମନ୍ତ୍ରୀ ରହିବାକୁ ଇଛା କରିନଥାନ୍ତି । ହେଲେ କଣ ପାଇଁ  ବଙ୍ଗଳାରେ ରହିବାକୁ ନାରାଜ ମନ୍ତ୍ରୀ ?  କଣ ପାଇଁ ଏହାକୁ ଅଭିଶପ୍ତ ବଙ୍ଗଳା କୁହାଯାଉଛି..? ଆସନ୍ତୁ  ଜାଣିବା ।  ମହାରାଷ୍ଟ୍ରରେ  ନୂଆ ସରକାର ଗଠନ ହୋଇଛି।  ନୂଆ ମନ୍ତ୍ରୀମଣ୍ଡଳ ମଧ୍ୟ ଗଠନ ସରିଛି।  ଏହାରି ମଧ୍ୟରେ ମନ୍ତ୍ରୀ ମାନଙ୍କୁ ରହିବା ପାଇଁ ବଙ୍ଗଳା ଆବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି ।  ତେବେ ବଙ୍ଗଳା ମାନଙ୍କ ମଧ୍ୟରେ ରହିଛି ଏହି ଅଭିଶପ୍ତ  ରାମଟେକ ବଙ୍ଗଳା ।  ମାଲାବାର ହିଲ୍‌  ନିକଟରେ ଅବସ୍ଥିତ ଏହି ଅଭିଶପ୍ତ ବଙ୍ଗଳା। ହେଲେ ଯେତେବେଳେ ଏହି ବଙ୍ଗଳାକୁ ମନ୍ତ୍ରୀମାନଙ୍କୁ ବଣ୍ଟା ଯାଇଥିଲା ସେମାନେ ଏହାକୁ ନେବା ପାଇଁ  ସିଧା ସିଧା ମନା କରିଦେଇଥିଲେ । କାରଣ ଏହାକୁ ଅଭିଶପ୍ତ ବଙ୍ଗଳା ବୋଲି କୁହାଯାଇଥାଏ। ଯାହା  ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚ ହେଉଛି। ତେବେ ଏହାରି ମଧ୍ୟରେ ଚର୍ଚ୍ଚା ହେଉଛି ଯେ ଏହି ବଙ୍ଗଳା ନେବାକୁ ସବୁ ମନ୍ତ୍ରୀ ମନା କରିଦେଇଥିଲେ କିନ୍ତୁ ରାଜସ୍ବ ମନ୍ତ୍ରୀ ଚନ୍ଦ୍ରଶେଖର ବାବନକୁଲେ ଏହି ବଙ୍ଗଳା ନେବାକୁ ରାଜି ହୋଇଯାଇଥିଲେ। କିନ୍ତୁ ରିପୋର୍ଟ ଅନୁସାରେ ବାବନକୂଲେ  ରାମଟେକ ବଙ୍ଗଳାକୁ  କ୍ୟାବିନେଟ୍‌ ର  ଅନ୍ୟ  ଏକ ମନ୍ତ୍ରୀ  ପଙ୍କଜା ମୁଣ୍ଡେଙ୍କ ସହ ବଦଳାଇବାକୁ  ଚେଷ୍ଟା କରୁଛନ୍ତି । ଏମିତିରେ ବି ରାମଟେକ ବଙ୍ଗଳ

ବଙ୍ଗଳାରେ ରହିଲେ ଚାଲିଯାଉଛି ମନ୍ତ୍ରୀପଦ । କଣ ରହସ୍ୟ ରହିଛି ରାମଟେକ ବଙ୍ଗଳାର.. ?

କନକ  ବ୍ୟୁରୋ:  ମହାରାଷ୍ଟ୍ରର ଅଭିଶପ୍ତ ବଙ୍ଗଳା ।  ବଙ୍ଗଳାର ନାଁ ହେଉଛି ରାମଟେକ ବଙ୍ଗଳା ।  ଏହି ବଙ୍ଗଳାରେ କୌଣସି  ମନ୍ତ୍ରୀ ରହିବାକୁ ଇଛା କରିନଥାନ୍ତି । ହେଲେ କଣ ପାଇଁ  ବଙ୍ଗଳାରେ ରହିବାକୁ ନାରାଜ ମନ୍ତ୍ରୀ ?  କଣ ପାଇଁ ଏହାକୁ ଅଭିଶପ୍ତ ବଙ୍ଗଳା କୁହାଯାଉଛି..? ଆସନ୍ତୁ  ଜାଣିବା । 

ମହାରାଷ୍ଟ୍ରରେ  ନୂଆ ସରକାର ଗଠନ ହୋଇଛି।  ନୂଆ ମନ୍ତ୍ରୀମଣ୍ଡଳ ମଧ୍ୟ ଗଠନ ସରିଛି।  ଏହାରି ମଧ୍ୟରେ ମନ୍ତ୍ରୀ ମାନଙ୍କୁ ରହିବା ପାଇଁ ବଙ୍ଗଳା ଆବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି ।  ତେବେ ବଙ୍ଗଳା ମାନଙ୍କ ମଧ୍ୟରେ ରହିଛି ଏହି ଅଭିଶପ୍ତ  ରାମଟେକ ବଙ୍ଗଳା ।  ମାଲାବାର ହିଲ୍‌  ନିକଟରେ ଅବସ୍ଥିତ ଏହି ଅଭିଶପ୍ତ ବଙ୍ଗଳା। ହେଲେ ଯେତେବେଳେ ଏହି ବଙ୍ଗଳାକୁ ମନ୍ତ୍ରୀମାନଙ୍କୁ ବଣ୍ଟା ଯାଇଥିଲା ସେମାନେ ଏହାକୁ ନେବା ପାଇଁ  ସିଧା ସିଧା ମନା କରିଦେଇଥିଲେ । କାରଣ ଏହାକୁ ଅଭିଶପ୍ତ ବଙ୍ଗଳା ବୋଲି କୁହାଯାଇଥାଏ। ଯାହା  ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚ ହେଉଛି। ତେବେ ଏହାରି ମଧ୍ୟରେ ଚର୍ଚ୍ଚା ହେଉଛି ଯେ ଏହି ବଙ୍ଗଳା ନେବାକୁ ସବୁ ମନ୍ତ୍ରୀ ମନା କରିଦେଇଥିଲେ କିନ୍ତୁ ରାଜସ୍ବ ମନ୍ତ୍ରୀ ଚନ୍ଦ୍ରଶେଖର ବାବନକୁଲେ ଏହି ବଙ୍ଗଳା ନେବାକୁ ରାଜି ହୋଇଯାଇଥିଲେ। କିନ୍ତୁ ରିପୋର୍ଟ ଅନୁସାରେ ବାବନକୂଲେ  ରାମଟେକ ବଙ୍ଗଳାକୁ  କ୍ୟାବିନେଟ୍‌ ର  ଅନ୍ୟ  ଏକ ମନ୍ତ୍ରୀ  ପଙ୍କଜା ମୁଣ୍ଡେଙ୍କ ସହ ବଦଳାଇବାକୁ  ଚେଷ୍ଟା କରୁଛନ୍ତି । ଏମିତିରେ ବି ରାମଟେକ ବଙ୍ଗଳା  ପ୍ରାଇମ ଲୋକେଶନରେ ଅବସ୍ଥିତ । ଏଥିସହିତ ବଙ୍ଗଳା ପାଖରେ ସମୁଦ୍ର ଯାହା ଅତ୍ୟନ୍ତ  ସୁନ୍ଦର ନଜାରା ସୃଷ୍ଟି କରୁଛି । ବଙ୍ଗଳାର ଏତେସବୁ ସୁବିଧା ସୁଯୋଗ ଥାଇ ମଧ୍ୟ ଏଠାରେ ରହିବାକୁ ମନ୍ତ୍ରୀମାନେ ଅରାଜି। କୁହାଯାଏ ଏହି ବଙ୍ଗଳାରେ ଯେଉଁ ମନ୍ତ୍ରୀ ରହୁଛନ୍ତି ସେମାନେ ଭ୍ରଷ୍ଟାଚାରରେ ଲିପ୍ତ ହୋଇପଡିନ୍ତି କିମ୍ବା ଦ୍ବିତୀୟ ଥର ଆଉ ମନ୍ତ୍ରୀ ହୋଇପାରିନଥାନ୍ତି ।  ଏହି ବଙ୍ଗଳାରେ ପୂର୍ବରୁ ରହିଥିବା ମନ୍ତ୍ରୀମାନଙ୍କର ଯାଇଛି ମନ୍ତ୍ରୀପଦ ଏହା ରିପୋର୍ଟ କୁହେ । ଆସନ୍ତୁ ଜାଣିବା କେଉଁ କେଉଁ ମନ୍ତ୍ରୀ ଏହି ବଙ୍ଗଳାରେ ରହି ଭ୍ରଷ୍ଟାଚାର ଏବଂ ମନ୍ତ୍ରୀ ପଦ ହରାଇଛନ୍ତି । 

ଏହି ଲିଷ୍ଟରେ ପ୍ରଥମେ ଆସନ୍ତି 

ଛଗନ ଭୁଜବଳ - ରାମଟେକ ବଙ୍ଗଳାରେ ରହୁଥିଲେ ଛଗନ ଭୁଜବଳ। ଭୁଜବଳଙ୍କୁ ଏହି ବଙ୍ଗଳା କଂଗ୍ରେସ-ରାଷ୍ଟ୍ରବାଦୀ ଗଠବନ୍ଧନ ସରକାର ସମୟରେ ମିଳିଥିଲା। ସେହି ସମୟରେ ତେଲଗି କାଣ୍ଡ ବହୁତ ଚର୍ଚ୍ଚିତ ହୋଇଥିଲା। ଭୁଜବଳଙ୍କ ନାମ ଷ୍ଟାମ୍ପ ପେପର ସ୍କାମରେ ଆସିଥିଲା। ଏହି କାରଣରୁ ତାଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା। 

ଏକନାଥ ଖଡସେ –  କୃଷି ମନ୍ତ୍ରୀ ଏକନାଥ ଖଡସେଙ୍କୁ ୨୦୧୪ରେ  ବିଜେପ-ଶିବସେନା ସରକାରଙ୍କ ସମୟରେ ରାମଟେକ ବଙ୍ଗଳା  ମିଳିଥିଲା। ସେହି ମସୟରେ ତାଙ୍କ   ଉପରେ ଭ୍ରଷ୍ଟାଚାର ଅଭଯୋଗ ଲାଗିଥିଲା । ଯେଉଁଥିପାଇଁ ଏକନାଥ ଖଡସେ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ। 

ଦୀପକ କେସରକର: ଗତ ମହାୟୁତି ସରକାରରେ ମନ୍ତ୍ରୀ ରହିସାରିଥିବା ଦୀପକ କେସରକର ଏହି ବଙ୍ଗଳାରେ ରହୁଥିଲେ । ବିଧାନସଭା ନିର୍ବାଚନରେ ମହାୟୁତିକୁ ବହୁମତ  ମିଳିଥିଲା କିନ୍ତୁ  ମନ୍ତ୍ରୀ ପଦ ହରାଇଥିଲେ ଦୀପକ କେଶରକର। ଆଉ ତାଙ୍କ ନାମ ଫଡନାଭିସ୍‌  କ୍ୟାବିନେଟ୍‌ ରୁ ହଟାଇ ଦିଆଯାଇଥିଲା।

ତେବେ ପୂର୍ବ ମନ୍ତ୍ରୀମାନଙ୍କର ଏହି ସବୁ ସମସ୍ୟା ଯୋଗୁଁ  ଏବେର ନୂଆମନ୍ତ୍ରୀ ରାମଟେକ ବଙ୍ଗଳାରେ ରହିବାକୁ ଇଛା ପ୍ରକାଶ କରୁନାହାଁନ୍ତି । ଏଠାରେ ରହିଲେ କାଳେ ସେମାନଙ୍କର ମନ୍ତ୍ରୀ ପଦ ଚାଲିଯିବ କି ଦୋଷ ନଥାଇ ଭ୍ରଷ୍ଟାଚାରରେ ଫସିଯିବେ ସେ ଭୟରେ ଏହି ବଙ୍ଗଳାରେ ରହିବାକୁ ଅରାଜି ମହାରାଷ୍ଟ୍ରର ନୂତନ ମନ୍ତ୍ରୀ। ସେଥିପାଇଁ ଏହି ରାମଟେକ ବଙ୍ଗଳାକୁ ଅଭିଶପ୍ତ ବଙ୍ଗଳା  କୁହାଯାଉଛି ଯାହା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।