ସ୍ମରଣ ଶକ୍ତି ବଢାଇବେ କିପରି…
ସୁସ୍ଥ ରହିବା ପାଇଁ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଇବା ଜରୁରୀ। ଏହି ଖାଦ୍ୟ ବ୍ୟକ୍ତିଙ୍କୁ ନୀରୋଗ ରଖିବା ସହ ଉଭୟ ମାନସିକ ଓ ଶାରୀରିକ ସ୍ତରରେ ଦୃଢ କରିଥାଏ। ହେଲେ ଏମିତି ବି କିଛି ଖାଦ୍ୟ ରହିଛି, ଯେଉଁ ଖାଦ୍ୟକୁ ଖାଇଲେ ବ୍ରେନ୍ ପାଓ୍ବାର୍ ବଢିଥାଏ। ବିଶେଷକରି ପିଲାମାନଙ୍କୁ ଏହି ଖାଦ୍ୟ ଖାଇବାକୁ ଦେଲେ ସେମାନଙ୍କର ସ୍ମରଣ ଶକ୍ତି ସକ୍ରିୟ ହେବା ସହ ପାଠ ଭଲ ମନେ ରହିଥାଏ। ଯେମିତିକି: * ଡ୍ରାଏଫ୍ରୁଟ୍ସ- କୁହାଯାଏ, ପ୍ରତିଦିନ କିଛି […] The post ସ୍ମରଣ ଶକ୍ତି ବଢାଇବେ କିପରି… appeared first on Dharitri Odia News.
ସୁସ୍ଥ ରହିବା ପାଇଁ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଇବା ଜରୁରୀ। ଏହି ଖାଦ୍ୟ ବ୍ୟକ୍ତିଙ୍କୁ ନୀରୋଗ ରଖିବା ସହ ଉଭୟ ମାନସିକ ଓ ଶାରୀରିକ ସ୍ତରରେ ଦୃଢ କରିଥାଏ। ହେଲେ ଏମିତି ବି କିଛି ଖାଦ୍ୟ ରହିଛି, ଯେଉଁ ଖାଦ୍ୟକୁ ଖାଇଲେ ବ୍ରେନ୍ ପାଓ୍ବାର୍ ବଢିଥାଏ। ବିଶେଷକରି ପିଲାମାନଙ୍କୁ ଏହି ଖାଦ୍ୟ ଖାଇବାକୁ ଦେଲେ ସେମାନଙ୍କର ସ୍ମରଣ ଶକ୍ତି ସକ୍ରିୟ ହେବା ସହ ପାଠ ଭଲ ମନେ ରହିଥାଏ। ଯେମିତିକି:
* ଡ୍ରାଏଫ୍ରୁଟ୍ସ- କୁହାଯାଏ, ପ୍ରତିଦିନ କିଛି କିଛି ପେସ୍ତା ବାଦାମ ଓ ଅଖରୋଟ ପିଲାମାନଙ୍କୁ ଖାଇବାକୁ ଦେଲେ ସେମାନଙ୍କର ମସ୍ତିଷ୍କ ବେଶ୍ ସକ୍ରିୟ ହୋଇଥାଏ।
* ଅଣ୍ଡା: ଏଥିରେ ପ୍ରୋଟିନ୍ ଏବଂ ଅନ୍ୟ ଜରୁରୀ ପୋଷକ ତତ୍ତ୍ୱ ପ୍ରଚୁର ମାତ୍ରାରେ ରହୁଥିବାରୁ ପିଲାମାନଙ୍କୁ ଏହାକୁ ଖାଇବାକୁ ଦେଲେ ସେମାନଙ୍କର ଏକାଗ୍ରତା ବଢିଥାଏ।
* ସବୁଜ ପନିପରିବା: ଖାସ୍ କରି ଶିମ୍ଲା ଲଙ୍କା, ଗାଜର, ବ୍ରୋକଲି, ପାଳଙ୍ଗ ଶାଗ ଓ ଅନ୍ୟାନ୍ୟ ତଟକା ପନିପରିବା ପିଲାମାନଙ୍କୁ ଖାଇବା ଦେଲେ ସେମାନଙ୍କ ଶରୀର ଭଲ ରହିବା ସହ ତାଙ୍କର ସ୍ମୃତିଶକ୍ତି ବି ପ୍ରଖର ହୋଇଥାଏ ବୋଲି କୁହାଯାଇଥାଏ।
* କ୍ଷୀର: ଏଥିରେ ସବୁ ପ୍ରକାରର ଭିଟାମିନ୍ ଭରି ରହିଥାଏ। ତେଣୁ କ୍ଷୀର ପିଇବା ସ୍ବାସ୍ଥ୍ୟ ପ୍ରତି ବହୁତ ଉପକାରୀ। ବିଶେଷକରି ପାଠପଢୁଆ ପିଲାମାନଙ୍କ ପାଇଁ ନିୟମିତ କ୍ଷୀର ପିଇବା ଆବଶ୍ୟକ। କାରଣ କ୍ଷୀର ସେମାନଙ୍କୁ ବଳୁଆ କରିବା ସହ ବୁଦ୍ଧିଆ ବି କରିଥାଏ।
The post ସ୍ମରଣ ଶକ୍ତି ବଢାଇବେ କିପରି… appeared first on Dharitri Odia News.