ପଇଡ଼ ତୋଳିବାକୁ ଅଧିକ ଟଙ୍କା ମାଗିଲେ ତୋଳାଳି, କଟୁରୀ ଚୋଟ ମାରିଲେ ମାଲିକ

ଭୁବନେଶ୍ୱର ୧୨।୦୫ : ଭୁବନେଶ୍ୱର ଓଲ୍ଡ ଟାଉନ୍‌ରେ ଅଭାବନୀୟ ଘଟଣା । ସାମାନ୍ୟ ପଇଡ଼ ତୋଳାକୁ ନେଇ ୩୦୦ ଟଙ୍କା ମାଗିବାକୁ ତୋଳାଳିକୁ କଟୁରୀରେ ଆକ୍ରମଣ । ଗୁରୁତର ଅବସ୍ଥାରେ ପଇଡ ତୋଳାଲି ବନମାଳି ବେହେରା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଖବର ଅନୁଯାୟୀ, ଭୀଷ୍ମ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ଘରକୁ ପଇଡ଼ ତୋଳିବାକୁ ଆସିଥିଲେ ତୋଳାଳି । ଟଙ୍କା ଅଧିକ କହିବାରୁ ଦୁଇ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା । ଦେଖୁ ଦେଖୁ ଉଗ୍ରରୂପ ନେଇଥିଲା ବିବାଦ ।  ଏପିରିକି ଘର ମାଲିକ କଟୁରୀରେ ପଇଡ ତୋଳାଳିଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ଯେଉଁଥିରେ ସେ ଅଚେତ ହୋଇପଡିଥିଲେ । ସେପଟେ ଏସଂପର୍କରେ ଖବର ପାଇ ପିସିଆର୍‌ ଭ୍ୟାନ୍‌ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲା । ତାଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି । ତେବେ ଏହି ଘଟଣା ନେଇ ଆକ୍ରମଣକାରୀ ବ୍ୟକ୍ତିଙ୍କ ନାଁରେ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଛନ୍ତି ପଇଡ ତୋଳାଳିଙ୍କ ପତ୍ନୀ ।   

ପଇଡ଼ ତୋଳିବାକୁ ଅଧିକ ଟଙ୍କା ମାଗିଲେ ତୋଳାଳି, କଟୁରୀ ଚୋଟ ମାରିଲେ ମାଲିକ

ଭୁବନେଶ୍ୱର ୧୨।୦୫ : ଭୁବନେଶ୍ୱର ଓଲ୍ଡ ଟାଉନ୍‌ରେ ଅଭାବନୀୟ ଘଟଣା । ସାମାନ୍ୟ ପଇଡ଼ ତୋଳାକୁ ନେଇ ୩୦୦ ଟଙ୍କା ମାଗିବାକୁ ତୋଳାଳିକୁ କଟୁରୀରେ ଆକ୍ରମଣ । ଗୁରୁତର ଅବସ୍ଥାରେ ପଇଡ ତୋଳାଲି ବନମାଳି ବେହେରା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । 

ଖବର ଅନୁଯାୟୀ, ଭୀଷ୍ମ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ଘରକୁ ପଇଡ଼ ତୋଳିବାକୁ ଆସିଥିଲେ ତୋଳାଳି । ଟଙ୍କା ଅଧିକ କହିବାରୁ ଦୁଇ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା । ଦେଖୁ ଦେଖୁ ଉଗ୍ରରୂପ ନେଇଥିଲା ବିବାଦ ।  ଏପିରିକି ଘର ମାଲିକ କଟୁରୀରେ ପଇଡ ତୋଳାଳିଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ଯେଉଁଥିରେ ସେ ଅଚେତ ହୋଇପଡିଥିଲେ । ସେପଟେ ଏସଂପର୍କରେ ଖବର ପାଇ ପିସିଆର୍‌ ଭ୍ୟାନ୍‌ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲା । ତାଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି । ତେବେ ଏହି ଘଟଣା ନେଇ ଆକ୍ରମଣକାରୀ ବ୍ୟକ୍ତିଙ୍କ ନାଁରେ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଛନ୍ତି ପଇଡ ତୋଳାଳିଙ୍କ ପତ୍ନୀ ।