ବିବାହ ପାଇଁ ମନା କଲେ ପରିବାର ଲୋକେ, ଟ୍ରେନ ଆଗକୁ ଡେଇଁପଡିଲେ ପ୍ରେମୀ ଯୁଗଳ
ଟିଟିଲାଗଡ, ୨୦।୮(ଶରତ ମିଶ୍ର): ଟିଟିଲାଗଡ଼ କେସିଙ୍ଗା ରେଳ ଲାଇନର ଲୁଥୁରବନ୍ଧ ତେଲ ନଦୀ ବ୍ରିଜ ଉପରେ ମଙ୍ଗଳବାର ପ୍ରେମୀ ଯୁଗଳ ଏକ ମାଲବାହି ଟ୍ରେନକୁ ଡେଇଁ ପଡିଛନ୍ତି। ଟ୍ରେନ ଧକ୍କାରେ କେସିଙ୍ଗା ଥାନା ଅନ୍ତର୍ଗତ ବିନେକେଲା ଗ୍ରାମର ପ୍ରେମିକ ଘନଶ୍ୟାମ ବାଗ (୨୦)ଙ୍କ ଗୋଟିଏ ପାଦ କଟିଯାଇଥିବା ବେଳେ ପ୍ରେମିକାଙ୍କ ମୃତ୍ୟୁ ଘଟିଛି। ପ୍ରେମିକା ଜଣଙ୍କ ନାବାଳିକା ବୋଲି କୁହାଯାଉଛି। ଆହତ ଘନଶ୍ୟାମକୁ ଉକ୍ତ ଟ୍ରେନରେ ଟିଟିଲାଗଡ଼ ଅଣାଯାଇଥିଲା l ସେଠାରୁ ଆରପିଏଫ ସବ ଇନ୍ସପେକ୍ଟର ଅଜୟ […] The post ବିବାହ ପାଇଁ ମନା କଲେ ପରିବାର ଲୋକେ, ଟ୍ରେନ ଆଗକୁ ଡେଇଁପଡିଲେ ପ୍ରେମୀ ଯୁଗଳ appeared first on Dharitri Odia News.
ଟିଟିଲାଗଡ, ୨୦।୮(ଶରତ ମିଶ୍ର): ଟିଟିଲାଗଡ଼ କେସିଙ୍ଗା ରେଳ ଲାଇନର ଲୁଥୁରବନ୍ଧ ତେଲ ନଦୀ ବ୍ରିଜ ଉପରେ ମଙ୍ଗଳବାର ପ୍ରେମୀ ଯୁଗଳ ଏକ ମାଲବାହି ଟ୍ରେନକୁ ଡେଇଁ ପଡିଛନ୍ତି। ଟ୍ରେନ ଧକ୍କାରେ କେସିଙ୍ଗା ଥାନା ଅନ୍ତର୍ଗତ ବିନେକେଲା ଗ୍ରାମର ପ୍ରେମିକ ଘନଶ୍ୟାମ ବାଗ (୨୦)ଙ୍କ ଗୋଟିଏ ପାଦ କଟିଯାଇଥିବା ବେଳେ ପ୍ରେମିକାଙ୍କ ମୃତ୍ୟୁ ଘଟିଛି। ପ୍ରେମିକା ଜଣଙ୍କ ନାବାଳିକା ବୋଲି କୁହାଯାଉଛି। ଆହତ ଘନଶ୍ୟାମକୁ ଉକ୍ତ ଟ୍ରେନରେ ଟିଟିଲାଗଡ଼ ଅଣାଯାଇଥିଲା l ସେଠାରୁ ଆରପିଏଫ ସବ ଇନ୍ସପେକ୍ଟର ଅଜୟ ସ୍ବାଇଁ ଉପଖଣ୍ଡ ମୁଖ୍ୟଳୟ ଡାକ୍ତରଖାନାକୁ ଆଣି ଭର୍ତ୍ତି କରିଥିଲେ। ସୂଚନାଯୋଗ୍ୟ, ଝିଅ ସହ ପ୍ରେମ ସମ୍ପର୍କ ଥିବା ବେଳେ ପରିବାର ଲୋକେ ବିବାହ ପାଇଁ ମନା କରିବାରୁ ଆତ୍ମହତ୍ୟା ପାଇଁ ସେମାନେ ଟ୍ରେନ ଆଗକୁ ଡେଇଁଥିବା ପ୍ରେମିକ ଘନଶ୍ୟାମ କହିଛି l ଅବସ୍ଥା ଗୁରୁତର ହେବାରୁ ଘନଶ୍ୟାମକୁ ବଲାଙ୍ଗିର ରେଫର କରାଯାଇଛି l
The post ବିବାହ ପାଇଁ ମନା କଲେ ପରିବାର ଲୋକେ, ଟ୍ରେନ ଆଗକୁ ଡେଇଁପଡିଲେ ପ୍ରେମୀ ଯୁଗଳ appeared first on Dharitri Odia News.