Censorship in jatra: ଯାତ୍ରାରେ ସୀମା ଜଗିବ ସେନ୍ସର, ବିଧାନସଭା ଷ୍ଟାଣ୍ଡିଂ କମିଟିର ସୁପାରିସ
ଫିଲ୍ମ ଭଳି ଯାତ୍ରାରେ ସୀମା ଜଗିବ ସେନ୍ସର। ଅଶ୍ଳୀଳତା ବନ୍ଦ କରିବାକୁ ଗଠନ କର ଅପେରା ସେନସର ବୋର୍ଡ। ରାଜ୍ୟ ସରକାରଙ୍କୁ ଏଭଳି ସୁପାରିସ କରିଛି ବିଧାନସଭା ଷ୍ଟାଣ୍ଡିଂ କମିଟି। ସେପଟେ ସଂସ୍କୃତି ବିଭାଗ ପକ୍ଷରୁ ଏକ ଅପେରା ଗାଇଡଲାଇନ୍ ପ୍ରସ୍ତୁତ କରାଯାଇଥିବା ବେଳେ ଅନୁମୋଦନ ପରେ ତାହା କାର୍ଯ୍ୟକାରୀ କରାଯିବ।